ଭୁବନେଶ୍ୱର : ରେଳ ଅନୁଦାନ ନେଇ ବିଜେଡିର ଟାର୍ଗେଟକୁ ନିନ୍ଦା କଲା ବିଜେପି। ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ବିଜେଡିକୁ ପାଲଟା ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କୁ କଳାପାହାଡ଼ ଆଖ୍ୟା ଦେଇ ଲେଖାଶ୍ରୀ କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ନିକଟ ଐତିହ୍ୟକୁ ଭାଙ୍ଗି କବାଡ଼ଇାକୁ ବିକାଯାଉଛି। ଏଭଳି ଐତିହ୍ୟ, ସଂସ୍କୃତିକୁ ନଷ୍ଟ କରୁଥିବା ଲୋକକୁ କଳାପାହାଡ଼ କୁହାଯାଏ। ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ନକରି ଲାଞ୍ଚନା ଦେବା ଅତ୍ୟନ୍ତ ନିନ୍ଦନୀୟ। ସୁନ୍ଦରଗଡ଼ ଓ କେନ୍ଦୁଝରରୁ ଟଙ୍କା ଆଣି ଭୁବନେଶ୍ୱରରେ ଖେଳ କରୁଛନ୍ତି।