କୁତରଙ୍ଗ କୃଷି ସମବାୟ ସମିତିର ଚାଷୀ ମାନଙ୍କୁ ମିଳୁନି ଫସଲବୀମା କ୍ଷତିପୂରଣ । ୨୦୨୦ ମସିହାରେ ନିକଟସ୍ତ କୃଷି ସମବାୟ ସମିତିର ଚାଷୀମାନେ କୃଷି ବୀମାର କ୍ଷତିପୂରଣ ପାଇଥିଲେ ମଧ୍ୟ କୁତରଙ୍ଗ ପଞ୍ଚାୟତର ଚାଷୀମାନେ ଏଥି ସହାୟତାରୁ ବଞ୍ଚିତ ହୋଇଛନ୍ତି । ଆଜି କେନ୍ଦ୍ରାପଡା ବ୍ଲକ ଢୋଲ ପଞ୍ଚାୟତର ଚାଷୀମାନେ ଏହି ଅଭିଯୋଗ କରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି । କୃଷକ ମାନଙ୍କର ଅଭିଯୋଗ ଯେ ସେମାନେ କୁତରଙ୍ଗ କୃଷି ସମବାୟ ସମିତିରୁ ଋଣ କରି ଚାଷ କରିଥିଲେ । ବର୍ଷାରେ ସେମାନଙ୍ ଜମିରୁ ଫସଲ ଧୋଇ ହୋଇଯାଇଥିଲା । ସେମାନଙ୍କର ଋଣ ଟଙ୍କାରୁ କୃଷିବୀମା ବାବଦକୁ ଅର୍ଥ କଟାଯାଇଥିଲେ ମଧ୍ୟ ପୂର୍ବତନ ସମବାୟ ସମ୍ପାଦକ ଏହି କୃଷିବୀମା ଅର୍ଥକୁ ବୀମା ବାବକୁ ଜମାନକରି ଆତ୍ମସାଥ କରିଥିବାରୁ କୃଷକମାନଙ୍କୁ କୃଷିବୀମା ଅର୍ଥ ମିଳି ପାରିନାହିଁ । ଏହି ଘଟଣାରେ ତଦନ୍ତ କରି ଦୋଷି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଏହି କ୍ଷତିଗ୍ରସ୍ତ କୃଷକମାନଙ୍କୁ ସରକାର କୃଷିବୀମା ଅର୍ଥ ଦେବାକୁ ଦାବି କରାଯାଇଛି ।