କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିଛି ଯୁଦ୍ଧରେ ବ୍ୟବହାର ହୋଇଥିବା ଏକ ଟ୍ୟାଙ୍କ । ମହାରାଷ୍ଟ୍ରର ପୁନେରୁ ଏହା ଅଣାଯାଇଛି । ଭାରତ ସୀମାରେ ପାକିସ୍ତାନ ସହିତ ୧୯୭୧ ମସିହା ଯୁଦ୍ଧରେ ଏହି T-55 ନାମକ ଟ୍ୟାଙ୍କଟି ବ୍ୟବହାର କରାଯାଇଥିଲା । ଏହି ଯୁଦ୍ଧାସ୍ତ୍ର ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଧିକ ଜ୍ଞାନ ସୃଷ୍ଟିକରିବା ସହିତ ଦେଶାତ୍ମ ବୋଧକତା ସୃଷ୍ଟିକରିବାକୁ ଏହି ଯୁଦ୍ଧାସ୍ତ୍ରଟିକୁ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟର ମେନ୍ ବିଲଡିଂର ସମ୍ମୁଖଭାଗରେ ସ୍ଥାପନ କରାଯିବ ବୋଲି ଜଣାପଡିଛି । ଏହି ମହାବିଦ୍ୟାଳୟର ଦୁଇଜଣ ଛାତ୍ର ଭାରତୀୟ ସୈନ୍ୟ ବିଭାଗରେ କାର୍ଯ୍ୟକରୁଥିବାରୁ ସେମାନେ ଏହି ଅଚଳ ଟ୍ୟାଙ୍କ ଟିକୁ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗରୁ ସ୍ବିକୃତି ଆଣି କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟକୁ ପଠାଇଥିବା କଲେଜର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି । ଏଥିପାଇଁ କଲେଜ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି ।