କିଡ୍ନୀନି ରୋଗରେ ପୀଡିତ ଜିତୁନ ଙ୍କ ସମ୍ପର୍କରେ ଖବର ପ୍ରସାରଣ ପରେ ପ୍ରଧାନ ମନ୍ତ୍ରୀ ରିଲିଫ ଫଣ୍ଡରୁ ମିଳିଲା ସହାୟତା । ଏ ହେଉଛନ୍ତି ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡିନି ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଥିଲେ। ବର୍ତ୍ତମାନ ତାଙ୍କର ଦୁଇଟି କିଡିନି ଖରାପ ହୋଇଯାଇଛି। ସେ ଏବେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ଧୀନ ଅଛନ୍ତି। କିନ୍ତୁ ଅର୍ଥ ସାଜିଛି ତାଙ୍କ ର ଚିକିତ୍ସା ପାଇଁ ବଡ଼ ପ୍ରତିବନ୍ଧକ। ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ରପୁଅ। ତାଙ୍କ ବାପା ଏବେ ବୟଷ ର ଅପରାହ୍ନରେ ଉପନୀତ। ଗାଁ ମୁଣ୍ଡରେ ଏକ ସିମେଣ୍ଟ ନନ୍ଦ ଦୋକାନକରି ପରିବାର ପ୍ରତିପୋଷଣ କରନ୍ତି। ଜିତୁନ ଙ୍କ ଦେହଖରାପ ଯୋଗୁଁ ଦୋକାନ ଏବେ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଜିତୁନ ଙ୍କ ପରିବାର କହିଲେ ତାଙ୍କ ବାପା,ମା ଓ ତାଙ୍କ ସ୍ତ୍ରୀ ଗୋଟିଏ ପୁଅ ଓ ଗୋଟିଏ ଝିଅ। ତାଙ୍କର ଦେହ ଖରାପ ଓ ପରିବାର ପ୍ରତିପୋଷଣ ର ଆର୍ଥିକ ସଙ୍କଟ ଜିତୁନ ଙ୍କ ଚିନ୍ତା କୁ ଆହୁରି ଦ୍ବିଗୁଣିତ କରିଛି।
ଜିତୁନ ଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ୧୦ ରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ସେ ପ୍ରକାଶ କରିଛନ୍ତି। ଯଦି ସରକାର,ସ୍ୱେଚ୍ଛାସେବୀ ସଗଠନ ଓ ବଦାନ୍ୟବ୍ୟକ୍ତି ଜିତୁନ ଙ୍କ ଚିକିତ୍ସା ପାଇଁ ସହଯୋଗ ର ହାତବଢାନ୍ତି ତେବେ ଗୋଟିଏ ଅମୂଲ୍ୟ ଜୀବନ ବଞ୍ଚିପାରିବ ବୋଲି ଖବର ପ୍ରସାରଣ କରାଯାଇଥିଲା । ଏ ସମ୍ପର୍କରେ ସ୍ଥାନୀୟ ସୁଦାମବତୀ ମଣ୍ଡଳ ବିଜେପି ସଭାପତି ଜିତେନ୍ଦ୍ର ବିଶ୍ୱାଳ କଟକ ସଦର ନେତା ଦିଲ୍ଲୀପ ମଲ୍ଲିକଙ୍କୁ ଅବଗତ କରାଇଥିଲେ ଓ ଶ୍ରୀ ମଲିକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଜଣାଇବାପରେ ଜିତୁନ ଙ୍କୁ ପ୍ରଧାନ ମନ୍ତ୍ରୀ ରିଲିଫ ଫଣ୍ଡ ରୁ ପ୍ରାଥମିକ ପର୍ଯ୍ୟାୟରେ ୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।