ନୂଆଦିଲ୍ଲୀ: କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ତିନି ଘଣ୍ଟିଆ ଚକା ଜାମ ଆରମ୍ଭ ହୋଇଯାଇଛି। ମଧ୍ୟାହ୍ଣ ୧୨ଟାରୁ ୩ଟା ଯାଏ ୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ଗାଜିପୁର ସୀମ।ରେ ପୁଲିସ ୧୨ ଥାକିଆ ବ୍ୟାରିକେଡ କରିଛି। ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲ କିଲ୍ଲା, ଜାମା ମସଜିଦ ସମେତ ୧୦ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି। ଡ୍ରୋନ ସାହାଯ୍ୟରେ ପୁରା ଦିଲ୍ଲୀ ଏବଂ ବିଭିନ୍ନ ସୀମରେ ନଜର ରଖଯାଇଛି। ଏଥିସହ ୫୦ ହଜାର ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। ଲାଲକିଲ୍ଲାରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଲା, ତାର ଯେପରି ପୁନରାବୃତ୍ତି ନ ହୁଏ, ତା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ଚକା ଜାମ ସମୟରେ ଆମ୍ବୁଲାନ୍ସ, ସ୍କୁଲ ବସ୍ ଆଦିକୁ ଅଟକା ଯିବ ନାହିଁ ବୋଲି ସଂୟୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି।