୧-ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ତାଙ୍କୁ ୭୫ ବର୍ଷ ପୁରି ଆଜି ୭୬ ବର୍ଷ ଚାଲିଛି । କୋଭିଡ ଯୋଗୁଁ ଦୁଇ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନ ପାଳନ ପାଇଁ ମନା କରିଛନ୍ତି ଓ ନବୀନ ନିବାସ ନ ଆସିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଓଡିଶା ରାଜନୀତିର ଏହି ବିଚକ୍ଷଣ ରାଜନେତାଙ୍କ ଜନ୍ମଦିନରେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।
୨-ଆଖି ବୁଜିଲେ ବ୍ରିଟେନ ମନ୍ତ୍ରୀ ଡେଭିଡ ଆମେସା । ଗତକାଲି ଏକ ଛୁରାମାଡରେ ଗୁରୁତର ହୋଇ ସେ ମେଡିକାଲରେ ଚିକିତ୍ସାଧୀନ ଥିଲେ । ମାତ୍ର ଆଜି ତାଙ୍କର ମୃତ୍ୟୁ ଘଟିଥିବା ବ୍ରିଟିଶ ପୋଲିସ ଘୋଷଣା କରିଛି ।
୩-ଇସ୍ତଫା ପ୍ରତ୍ୟାହାର କଲେ ପଞ୍ଜାବ କଂଗ୍ରେସର ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ଗତକାଲି ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଇସ୍ତଫା ପତ୍ର ପ୍ରତ୍ୟାହାର କରିଛନ୍ତି ସିଦ୍ଧୁ । ତେବେ ପୁଣି ପିସିସି ଭାବେ ସିଦ୍ଧୁ କାର୍ଯ୍ୟ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଏଆଇସିସି ଦାୟିତ୍ୱରେ ଥିବା ହରିଶ ରାୱତ ।
୪-ବରିଷ୍ଠ ସାମ୍ବାଦିକଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲା । ଏହି ମାମଲାରେ ୩ ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ । ତେବେ ପ୍ରମାଣ ଅଭାବରୁ ଅନ୍ୟ ଜଣଙ୍କୁ ପୋଲିସ ଛାଡିଦେଇଥିବା ସୂଚନା ମିଳିଛି ।
୫-ରାଜ୍ୟରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୦୯ ଜଣ ଥିବାବେଳେ ୧୪୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
୬-ଆଜି ବସିବ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ବୈଠକ । ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ଦଳୀୟ କର୍ମୀଙ୍କୁ ନେଇ ଏହି ଉଚ୍ଚସ୍ତରୀୟ ବୈଠକ ବସିବ ।
୭-ବେଲଗାମ୍ ତୈଳ ଦର । ମହଙ୍ଗା ମାଡରୁ ମିଳୁନି ନିସ୍ତାର । ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଥମିବାର ନାଁ ନେଉନି, ବରଂ ଦାମ ବଢିଚାଲିଛି । ଗତ କିଛି ଦିନ ହେଲା ପେଟ୍ରୋଲ-ଡିଜେଲ ଦାମ୍ ୩୦-୩୫ ପଇସା ବଢି ଚାଲିଥିବାବେଳେ ଆଜି ପେଟ୍ରୋଲ ୩୫ ପଇସା ମହଙ୍ଗା ହୋଇଛି । ଏଭଳି ନିରବଚ୍ଛିନ୍ନ ବୃଦ୍ଧି ସହ ଦେଶରେ ରେକର୍ଡ ସ୍ତରରେ ରହିଛି ତୈଳ ଦର
୮-ଛତିଶଗଡ ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ । ଏଥିରେ 4 ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ଆହତ ଯବାନ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।
୯-୨୦୦୧ରେ ଆସିଥିବା ଫିଲ୍ମ ‘ଗଦର ଏକ ପ୍ରେମ୍ କଥା’ ବ୍ଲକବଷ୍ଟର ଠାରୁ ହିଟ୍ ହୋଇଥିଲା। ଏବେ ୨୦ ବର୍ଷ ପରେ ପୁଣିଥରେ ଏହି ପ୍ରେମ କାହାଣୀକୁ ନେଇ ଆଗକୁ ବଢ଼ାଯିବ। ପୂର୍ବରୁ ଫିଲ୍ମର ସିକ୍ୱେଲ ବିଷୟରେ ଘୋଷଣା କରି ମୋଶନ ପୋଷ୍ଟର ରିଲିଜ୍ କରାଯାଇଛି। ଖୁବ୍ ଶୀଘ୍ର ହିଁ ଫିଲ୍ମର ସୁଟିଂ ଆରମ୍ଭ ହେବ। ଏଥିରେ ଲିଡ୍ ରୋଲରେ ପୂର୍ବ ଭଳି ସନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ନଜର ଆସିବେ।
୧୦-ହାଇଦ୍ରାବାଦ: IPL ବିଜୟ ମୁକୁଟ ସହ କ୍ୟାପ୍ଟେନ ଭାବେ ନୂଆ ରେକର୍ଡ କରିଛନ୍ତି ମହେନ୍ଦ୍ର ସିଂ ଧୋନି । 300 T-୨୦ ମ୍ୟାଚ୍ ଖେଳି ଦୁନିଆର ପ୍ରଥମ କ୍ୟାପ୍ଟେନ ଭାବେ ରେକର୍ଡ କରିଛନ୍ତି ମାହି ।