ରାତି ଅଧିଆ ଏସ୍.ପି ଙ୍କ ଦ୍ଵାରସ୍ତ ହେଲେ ମହିଳା, ଋଣ ଖିଲାପ କାରି ଓ ଥାନାଧିକାରୀ ଙ୍କ ଦୁର୍ବ୍ୟବହାର କୁ ନେଇ ଉତ୍ତେଜିତ ମହିଳା | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ରାହାମା ର ରାଇଗଣ ଗ୍ରାମରେ,କେତେକ ଅର୍ଥ ଲଗାଣ କାରି ସଂସ୍ଥା ରୁ ଋଣ ଆଣି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ବିଭିନ୍ନ କାର୍ଯ୍ୟରେ ଲଗାଇ ଗୁଜୁରାଣ ମେଣ୍ଟାଇ ଋଣ ପରିଶୋଧ କରୁଥିବା ବେଳେ ରୋଜିନା ପଟାୟତ ନାମ୍ନୀ ମହିଳା ବିଭିନ୍ନ ଗ୍ରୁପ ରୁ ଟଙ୍କା ନେଇ ଫେରାଉ ନ ଥିଲେ, ସୂଚନା ମୁତାବକ ଋଣ ଅର୍ଥ ରାଶି ଆଦାୟ କରିବାକୁ ଯାଇଥିବା କର୍ମଚାରୀଙ୍କୁ ସମ୍ପୃକ୍ତ ମହିଳା ଙ୍କ ସ୍ୱାମୀ, ଓ ଶଶୁର ଦୁର୍ବ୍ୟବହାର କରିବା ସହ ଧକା ମାରିବା ଭଳି ଅଭିଯୋଗ ତିର୍ତୋଲ ଥାନାରେ ହୋଇଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଦୁର୍ବ୍ୟବହାର ଓ ଧମକ ଦେବାର ଏକ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ, ପୋଲିସ ଆସାମୀଙ୍କୁ ଘଣ୍ଟ ଘୋଡାଉ ଥିବା ଅଭିଯୋଗ ଆଣି ମହିଳା ମାନେ ଥାନା ଆଗରେ ବିଳମ୍ବିତ ରାତ୍ରି ଯାଏ ବସି ରହିଥିବାର ଦେଖିବାକୁ ମିଳି ଥିଲା,ନ୍ୟାୟ ପାଇଁ ବସିଥିବା ମହିଳା ମାନଙ୍କୁ ବିଳମ୍ବିତ ରାତ୍ରି ରେ ଥାନା ଅଧିକାରୀ ଦୁର୍ବ୍ୟବହାର କରିବା ଅଭିଯୋଗ ନେଇ ମହିଳାମାନେ ଏସ୍.ପି ଙ୍କ ଦ୍ଵାରସ୍ତ ହୋଇଥିଲେ,ବିଳମ୍ବିତ ରାତ୍ରି ରୁ ସକାଳ ପର୍ଯ୍ୟନ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ନାରେ ବସିଥିବା ବେଳେ ଆରକ୍ଷୀ ଅଧିକାରୀ ଙ୍କ ଦେଖା ନ ଥିଲା….ଦେଖିବାକୁ ବାକି ରହିଲା ମହିଳା ମାନଙ୍କ ପ୍ରତି ପ୍ରଶାସନ କି ନ୍ୟାୟ ଦେଉଛି |ଜଗତସିଂହପୁର ରୁ ଆଲୋକ କୁମାର ଶିଶୁ ଙ୍କ ରିପୋର୍ଟ