1- ଏ ବର୍ଷ ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ ୧୫/୧୦/୨୧ ଭୁବନେଶ୍ୱର କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀ ଙ୍କ ଭଲ ପାଇବା , ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ । କୋଭିଡ଼ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ। ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି କୋଭିଡ଼ ରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାର କୁ ସାହାଯ୍ୟ କରିବା ଏବଂ,ରକ୍ତ ଦାନ ଭଳି ମହତ୍ କାର୍ଯରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ସବୁଠାରୁ ବଡ ଶୁଭେଚ୍ଛା ହେବ ବୋଲି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି
2- ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ଷୋଳ ପାର୍ବଣ ର ଆଜି ଅନ୍ତିମ ଦିବସ। ଆଜି ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ମହିଶାଶୂର କୁ ବଧ କରି ଧରା ପୃଷ୍ଠରୁ ବିଦାୟ ନେବେ ମା । ତେବେ କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଭିଡକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ବିଜୟା ଦଶମୀ ପୂଜା ଉପଲକ୍ଷେ ପ୍ରତ୍ୟହ ପ୍ରାତଃ ୪ ଟା ରେ ଡାକ ବାଜି ଯନ୍ତ୍ର ଯୋଗେ ଦେବୀ ସ୍ତୁତି ମନ୍ତ୍ର ପାଠ, ୪ଟା ମଙ୍ଗଳ ଆଳତୀ, ସକାଳ ୭ ଟା ରେ ମାର୍ଜନା ପାର୍ଶ୍ୱ ଦେବୀ ପୂଜା, ୮ଟା ରେ ଦୈନିକ ପାଞ୍ଜି ପାଠ, ବାଳଭୋଗ ପୂଜା, ସୂର୍ଯ୍ୟ ପୂଜା, ଚଣ୍ଡି ପାଠ, ବଡସିଂହର ବେଶ, ଷୋଡ଼ଷ ଉପଚାର ପୂଜା କରାଯିବ। ସନ୍ଧ୍ୟା ୬ଟା ୩୦ ମିନିଟ୍ ରେ ସନ୍ଧ୍ୟା ଆଳତୀ, ସହିତ ମା ଙ୍କ ର ଅପରାଜିତା ପୂଜା କରାଯିବ ଏବଂ ସନ୍ଧ୍ୟା ୮ଟା ୩୦ ମିନିଟ୍ ରେ ଚଣ୍ଡୀ ପୁରାଣ ପରେ ପରେ ମା ଙ୍କ ର ମହିସାମଦିନୀ ବେଶ କରାଯିବା ନେଇ ସୁଚନା ମିଳିଛି। ଆସନ୍ତା କାଲି ମଧ୍ୟ ମା ଙ୍କ ର ଭଶାଣ ଉତ୍ସବ ଅନୁଷ୍ଠିତ ହେବା ନେଇ ବିଭିନ୍ନ ପୂଜା ମଣ୍ଡପ ତରଫରୁ ସୂଚନା ଦିଆଯାଇଛି।। ଜଗତସିଂହପୁର ତିର୍ତୋଲ ରୁ ପ୍ରଭାତ କୁମାର ପରିଡ଼ା ଙ୍କ ରିପୋର୍ଟ NNS ODIA।।
3- ଆଶ୍ବୀନ ମାସରେ ମା’ ଅବତରି ଆସନ୍ତି ଧରାଧାମକୁ । ଦୁଷ୍ଟ ଦଳନ ଓ ସନ୍ଥ ପାଳନ କରନ୍ତି । ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଅଜାଡି ଦିଅନ୍ତି । ମା’ଙ୍କୁ କେମିତି ଭକ୍ତ ଆବାହନକରେ ତାହାର ତାହା ତାଙ୍କୁ ହିଁ ଜଣାଯାଏ । କେଉଁଠି ଭକ୍ତ ମା’ଙ୍କର ମୂର୍ତ୍ତି ଗଢି ମା’ଙ୍କୁ ଆରାଧନା କରିଥାଏ ତ କେଉଁଠି ଭକ୍ତ ମା”ଙ୍କ ଘଟ ସ୍ଥାପନକରି ଭକ୍ତିର ଡୋରିରେ ଆପଣାର କରିଥାଏ । କେନ୍ଦ୍ରାପଡା ବ୍ଲକର ଗରାପୁର ଗାଁରେ କାହିଁ କେଉଁ କାଳରୁ କରାଯାଇଆସୁଥିବା ଦୁର୍ଗାପୂଜା ମୂର୍ତ୍ତିରେ କରାନଯାଇ ଘଟ ସ୍ଥାପନ କରାଯାଇ ମା’ଙ୍କୁ ଆବାହନ କରିଯାଏ । ଗାଁର ୩୬ ପାଟକ ଜାତି ଏକାଠି ହୁଅନ୍ତି । ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କର ଷୋଡଶ ଉପଚାର ପୂଜା କରାଯାଏ । ଏହି ପାର୍ବଣରେ ସବୁ ପରିବାରର ବନ୍ଧୁବାନ୍ଧବ ଆସିଥାନ୍ତି । ମା’ଙ୍କ ନିକଟରେ ଭକ୍ତମାନେ ନିଜର ମନବାଞ୍ଛା ପୂରଣ କରିବାକୁ ବ୍ରତ କରିଥାନ୍ତି । ମା’ ସବୁବେତେ ତା’ର ଅଭୟ ପଣତ କାନିରେ ଗରାପୁର ଗାଁର ସନ୍ତାନ ମାନଙ୍କୁ ଘୋଡେଇ ରଖିଥାଏ
4- ଆଗକୁ ନିର୍ବାଚନ କୁ ଆଖି ଆଗରେ ରଖି ଜଟଣୀ ବିଜେଡି ପକ୍ଷରୁ କୁଦିଆରୀ ଝରଣା କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ପର୍ଯ୍ୟବେକ୍ଷକ କୈଳାସ ପାତ୍ର,ଜିଲ୍ଲା କୋଷାଧ୍ୟକ୍ଷ ରାଜକିଶୋର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦଳକୁ ଅଧିକ ସୁଦୃଢ କରିବା ସହ ନିର୍ବାଚନ ରେ ଅଧିକ ଆସନ ହାତେଇବା I ଏହି କାର୍ଯ୍ୟକ୍ରମରେ ଉପସଭାପତି ସୁଦର୍ଶନ ସୁନ୍ଦରାୟ ନେତୃତ୍ବରେ ବିଜେପି ଏବଂ କଂଗ୍ରେସ କିଛି କାର୍ଯ୍ୟକର୍ତ୍ତାମାନେ ଆସି ବିଜେଡି ରେ ଯୋଗ ଦେଇଥିଲେ I ମିଶ୍ରଣ ପର୍ବ ରେ ମିଶିଥିବା ନୂତନ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଅହିଂସା ମାର୍ଗ ରେ ଚାଲିବା ପାଇଁ ପରାମର୍ଶ ଦେଇଥିଲେ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟ I ନଗର ବିଜେଡି ସଭାପତି ଙ୍କ ସମେତ ବହୁ ବିଜେଡି କର୍ମୀ ମାନେ ଏହି ବନ୍ଧୁ ମିଳନ ରେ ଯୋଗଦାନ କରିଥିଲେ I ଜଟଣୀରୁ ପ୍ରଶାନ୍ତ କୁମାର ସାହୁ