୧- ଆଜି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ଧରାପୃଷ୍ଠକୁ ଆସନ୍ତି ଜଗତଜନନୀ ମା”ଦୁର୍ଗା । ଏହି ପବିତ୍ର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨-ଆଜି ଜଗତ ଜନନୀ ମା ଦୁର୍ଗାଙ୍କ ପବିତ୍ର ବିଜୟା ଦଶମୀ ବା ଦଶହରା । ନବରାତ୍ରୀ ଶେଷ ହେବା ପରେ ଆଜି ମା’ଙ୍କର ବିଜୟା ଦଶମୀ ପାଳନ ହେବ । ଏନେଇ ଶକ୍ତି ପୀଠ ଓ ପୂଜା ମଣ୍ଡପ ଗୁଡିକରେ ସ୍ବତନ୍ତ୍ର ପଜାର୍ଚ୍ଚନା କରାଯିବ । ତେବେ ଦଶହରାରେ ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରରେ ବନ୍ଦ ରହିଛି ସାଧାରଣ ଦର୍ଶନ । ଏନେଇ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ SOP ଜାରି କରାଯାଇଥିଲା ୩-ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟା ଦଶମୀ ଶୁଭ ଅବସରରେ ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ,ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ଶିଳ୍ପ ସଙ୍ଗଠନର ପ୍ରତିନିଧିମାନେ ଉପସ୍ଥିତି ରହିବେ ୪- ବର୍ତ୍ତମାନ ଓଡିଶାରେ ଟଳିଛି ବାତ୍ୟା ଭୟ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟକୁ ନେଇ ବାତ୍ୟା ଆଶଙ୍କା କରାଯାଉଥିବାବେଳେ ଏବେ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଏବଂ ଏହା ବର୍ତ୍ତମାନ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଆଜିଠୁ ଓଡିଶାରେ ବର୍ଷା ହେବ । ଆଗାମୀ ତିନି ଦିନି ଯାଏଁ ରାଜ୍ୟରେ ବର୍ଷା ଲାଗିରହିବ । ଏପରିକି କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ମଧ୍ୟ ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୫-ଭାରତରେ ଅବସ୍ଥାପିତ ଜାପାନୀ ରାଷ୍ଟ୍ରଦୂତ ସାତୋସି ସୁଜୁକୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେମାନେ ରାଜ୍ୟ ସରକାରଙ୍କ ଶିଳ୍ପ ମନ୍ତ୍ରୀ ଓ ବିଭିନ୍ନ ଅଧିକାରୀଙ୍କୁ ଭେଟିଛନ୍ତି |
୬-ଆଜି ଅନୁଷ୍ଠିତ ହେବ ମା’ ମାଣିକେଶ୍ବରୀଙ୍କ ଲାଖମରା ପର୍ବ । ଭିଡକୁ ଦୃଷ୍ଟିରେ ରଖି ଆଜି ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯିବ ୭-ଆସନ୍ତା ୨୧ ତାରିଖରୁ ଖୋଲିବ ଏକାଦଶ ତଥା ଯୁକ୍ତ୨ ପ୍ରଥମ ବର୍ଷ କ୍ଲାସ ଆରମ୍ଭ ହେବ ହେବ । ସେହିପରି ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ। ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫ୍ଲାଇନ୍ ମୋଡ୍ରେ କରାଯିବ। ପିଲାମାନେ ସ୍କୁଲକୁ ଯାଇ ପାଠ ପଢ଼ିବେ ବୋଲି ବିଭାଗ ସୂଚନା ଦେଇଛି ୮-ଅଫିସର ସମୀର ୱାଙ୍ଖେଡଙ୍କ ଉପରେ କେହି ନଜର ରଖୁଥିବା ଅଭିଯୋଗ ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କଲା ମୁମ୍ବାଇ ପୋଲିସ । ହାଇପ୍ରୋଫାଇଲ କ୍ରୁଜ ଡ୍ରଗ୍ସ କେସର ତଦନ୍ତ କରୁଛନ୍ତି ଏହି IRS ଅଫିସର ୯-ଆର୍ଯ୍ୟନ ଖାନ, କଏଦୀ ନମ୍ବର ୯୫୬ । ଏହା ହେଉଛି ଆର୍ଥର ରୋଡ ଜେଲରେ ଆର୍ଯ୍ୟନଙ୍କ ନୂଆ ପରିଚୟ । ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଏବେ ଜେଲରେ ଥିବା ବେଳେ ତାଙ୍କୁ କଏଦୀ ନମ୍ବର ୯୫୬ ଦିଆଯାଇଛି । ତେବେ ଜେଲ ଭିତରେ ଥିବା ପ୍ରତ୍ୟେକ କଏଦୀଙ୍କୁ ଏକ ନମ୍ବର ଦିଆଯାଏ । ସେହିପରି ଆର୍ଯ୍ୟନଙ୍କୁ ମଧ୍ୟ ଏହି ନମ୍ବର ଦିଆଯାଇଛି । ୧୦-ଚଳିତ ଆଇପିଏଲରେ ଆଜି ଫାଇନାଲ ମ୍ୟାଚ ଖେଳାଯିବ । ଅନ୍ତିମ ମ୍ୟାଚରେ ସାମ୍ନାସାମ୍ନି ହେବେ ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟରାଇଡର୍ସ । ଚେନ୍ନାଇ ୩ଥର ଆଇପିଏଲ ବିଜୟୀ ହୋଇଛି ଏବଂ କୋଲକାତା ୨ଥର । ଚେନ୍ନାଇ ୯ଥର ଫାଇନାଲ ମ୍ୟାଚ ଖେଳିଛି । ଆଜିର ମ୍ୟାଚରେ କାହାର ପଲ୍ଲା ଭାରି ରହୁଛି କିଏ ବିଜୟୀ ହେଉଛି ତାହା ଦେଖିବା ବାକି ରହିଲା । ଆଜିର ମ୍ୟାଚକୁ ନେଇ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ରହିଛି