ଓଡିଶା ରେ କୋଣ ଅନୁକୋଣ ରେ ବିଭିନ୍ନ ଦେବା ଦେବୀ ଙ୍କ ମନ୍ଦିର ତଥା ଆରାଧନା ସ୍ଥଳୀ ରହି ଅଛି | ସେଥି ମଧ୍ୟରୁ ପୁରୀ ଜିଲ୍ଲା କଣାସ ଅଂଚଳ ର ଅଧିଷ୍ଠାତ୍ରୀ ଦେବି ମା କୁଞ୍ଜେଶ୍ବରୀ ପୀଠ ଅନ୍ୟତମ | ଓଡ଼ିଆ ସଂସ୍କୃତି ରେ ବର୍ଣ୍ଣନା ଅଛି ଯେ ଓଡିଶା ର ଧାର୍ମିକ ପୀଠ ମାନ ଙ୍କ ରେ ବାର ମାସ ରେ ତେରେ ପର୍ବ ପାଳନ ହୁଏ | ଏବଂ ସ୍ୱତନ୍ତ୍ର ଭାବରେ ନବରାତ୍ର ର ସମୟରେ ଶକ୍ତି ପୀଠ ମାନ ଙ୍କରେ ଏକ ନିଆରା ପର୍ବ କାଠି ଯାତ୍ରା ଅନୁଷ୍ଠିତ ହୁଏ | ତ ଏବେ ଚାଲନ୍ତୁ ଜାଣିବା ପୁରୀ କଣାସ ର ଆରଧ୍ୟା ମା କୁଞ୍ଜେଶ୍ବରୀ ଙ୍କ କିମ୍ବଦନ୍ତୀ ଓ କାଠି ଯାତ୍ରା ବିଷୟରେ | ଯାହା ଜନସୃତି ରୁ ଓ ଲୋକକଥା ରୁ ଜଣା ଯାଏ ପୂର୍ବରୁ ମା କୁଞ୍ଜେଶ୍ବରୀ ଙ୍କ ପୀଠ ଗଡ଼ ବଳଭଦ୍ର ପୁର ରେ ଥିଲା ସେହି ସମୟରେ କେହି ଜଣେ ମା ଙ୍କ ସେବକ ପୁରୀ ରାଜାଙ୍କ ପାଖକୁ ଏକ ମକଦ୍ଦମା କାର୍ଯ୍ୟ ରେ ସାକ୍ଷୀ ଦେବା ପାଇଁ ଯାଉଥିଲେ | ସେବକ ଜଣକ ପ୍ରଥମେ ମା ଙ୍କ ସୁମରଣା କରି ଏହି ମକଦ୍ଦମା ରେ ସାକ୍ଷୀ ଦେବା କଥା ମା କୁଞ୍ଜେଶ୍ବରୀ ଙ୍କ ଆଗରେ ଗୁହାରି କରିଥିଲେ ସେତେବେଳେ ମା ସେବକ ଜଣକୁ ସ୍ବପ୍ନ ରେ କହିଥିଲେ ଯେ ତୁ ଯା ,ମୁଁ ତୋ ପଛେ ପଛେ ତୋ ଶହ ଯିବି ହେଲେ ରାଜା ଙ୍କ ପାଖକୁ ଯିବା ସମୟରେ ତୁ ପଛକୁ ଚାହିଁବୁନି, ସେବକ ଜଣକ ଆଗେ ଆଗେ ରାଜା ଙ୍କ ପାଖକୁ ସାକ୍ଷୀ ଦେବା ପାଇଁ ଗଲେ ଓ ସେବକ ଙ୍କ ପଛେ ପଛେ ମା ଚାଲିଲେ ରାଜା ଙ୍କ ନଅର କୁ । ସେତେବେଳେ ସମ୍ପୂର୍ଣ୍ଣ ପୁରୀ କଣାସ ଅଞ୍ଚଳ ବାଲି ଚର ହୋଇ ଥିଲା ସେଥିପାଇଁ ସେବକ ଙ୍କୁ ମା କୁଞ୍ଜେଶ୍ୱରୀ ଙ୍କ ପାଦ ନୁପୁର ର ରୁଣୁଝୁଣୁ ଶବ୍ଦ ସୁଭିଲାନି ଓ ସେବକ ଜଣକ ପଛକୁ ଚାହିଁ ଦେଲେ । ସେଥିପାଇଁ ପାଇଁ ମା କୁଞ୍ଜେଶ୍ବରୀ ସେହିଠାରେ ଅଟକି ଗଲେ ଓ ନିର୍ଦେଶ ଦେଲେ ସେହି ଦିନ ଠାରୁ ସେହି କଣାସ ରେ ମୋ ପାଇଁ ମନ୍ଦିର ଟିଏ ତିଆରି କର ମୁଁ ଏଠି ପୂଜା ପାଇବି| ସେହି ଦିନ ଠାରୁ ମା କୁଞ୍ଜେଶ୍ବରୀ କଣାସ ରେ ପୂଜା ପାଇ ଆସୁଛନ୍ତି l
ଏବେ ଚାଲନ୍ତୁ ଜାଣିବା କାଠି ଯାତ୍ରା ସମ୍ପର୍କ ରେ l ନବରାତ୍ର ସମୟରେ ଶକ୍ତି ପିଠ ମାନଙ୍କ ରେ ଧୁମ ଧାମ ର ଶହ ନବରାତ୍ର ପାଳନ ହୁଏ l ଏହି ନବ ରାତ୍ର ରେ ବିଭିର୍ନ ଶକ୍ତି ପୀଠ ରେ ଭିର୍ନ ଭିର୍ନ ନୀତି ନିୟମ ଓ ମନ୍ଦିର ର ସଂସ୍କୃତି ଅନୁଯାଇ ପୂଜା ପଦ୍ଧତି ଆଦି ପାଳନ କରାଯାଏ l ଏହି କଣାସ କୁଞ୍ଜେଶ୍ବରୀ ଙ୍କ ମନ୍ଦିର ରେ ନିଆରା ଓ ସ୍ୱତନ୍ତ୍ର କାଠି ଯାତ୍ରା ର ଆୟୋଜନ ହୋଇ ଥାଏ l ଆଶ୍ୱିନ ମାସ ର ତୃତୀୟା ତିଥି ରେ ପୁରୀ ଜିଲ୍ଲା ବାଲି ପାଟଣା ଗ୍ରାମ ର ଜଣେ ରାଉଳ ସୁବୁଦ୍ଧି ନାମକ ଭକ୍ତଙ୍କ ଘରକୁ ମନ୍ଦିର ର ସେବକ ମାନେ ଯାଇ ଘଣ୍ଟ ଘଣ୍ଟା କରତାଳି ଓ ମସାଲା ଶହ ମା ଙ୍କ ଆଜ୍ଞା ମାଳ ନେଇ ବାଉଁଶ କାଠି ଟିକୁ ପୂଜା ଅର୍ଚନା କରି ମା କୁଞ୍ଜେଶ୍ବରୀ ଙ୍କ ମନ୍ଦିର କୁ ଅଣା ଯାଏ ପରେ ମନ୍ଦିର ର ମହାରଣା ସେବାୟତ ମାନଙ୍କ ଦ୍ୱାରା କାଠି କୁ ଷୋଳ ହାତ ମାପ ରେ ରଖି କାଠି ଖୁରା କରାଯାଏ ଓ କାଠି କୁ ପଞ୍ଚାମୃତ ସ୍ନାନ କରାଯାଇ ମନ୍ଦିର ର ଚାରି ଜଣ କାଠି ଭେଣ୍ଡିଆ ସେବାୟତ ଙ୍କ ଦ୍ୱାରା କାଠି ମଣ୍ଡନ କରାଯାଈ କାଠିକୁ ଘଣ୍ଟ ଘଣ୍ଟା କର ତାଳି ତାଳ ମୁର୍ଦଙ୍ଗ ଚାମର ଓ ଭକ୍ତ ମାନଙ୍କ ଗହଣ ରେ ମନ୍ଦିର ବେଢା ପରିକ୍ରମା କରାଯାଏ| ସେହି ପରି ପଞ୍ଚମୀ ତିଥିରେ ସେଇ ରୀତି ନୀତି ଶହ ପୂଜା ଅର୍ଚନା କରି କାଠିକୁ କଣାସ ପୋତା ଘର ଗ୍ରାମକୁ ପ୍ରଥମେ ଭୋଗ ଖାଇବା ନିମନ୍ତେ ନିଆ ଯାଏ ପରେ ଷଷ୍ଠୀ ତିଥିରେ ପୁଣି ମା ଙ୍କ ବେଶ ପରିବର୍ତ୍ତନ କରାଯାଇ ପଞ୍ଚପାଟଣା, ବିଡିଶା, କଖାରୁଓଶ୍ଚ ବୈଦନାଥପଣ୍ଡା, କଦଳୀଦଣ୍ଡା କରପଡା ଆଦି ଗାଁ କୁ ଭୋଗ ଖାଇବା ପାଇଁ ନିଆଯାଏ, ପରେ ନବରାତ୍ର ର ସପ୍ତମୀ ତିଥିରେ ଶିରି, ଶରଣା, ସାଶୀରୀ, ସହନା ରାହାଜିଆ ଗାଣ୍ଡପଡା ଓ ବ୍ଲକ ବଜାର ଆଦି ସ୍ଥାନ କୁ ଭ୍ରମଣ କରାଇ ଭୋଗ ଖିଆ ଯାଇ ମନ୍ଦିର କୁ ଆଣି ବିଶ୍ରାମ କରାଯାଏ, ଶେଷ ରେ ଅଷ୍ଟମୀ ଦିନ ଡ଼ିମିରି ବିଶ୍ଵାଳୀପଡା ତଳିଆପଡା, ଗାଣ୍ଡ ପଡା, କଣାସ ଆଦି ଗାଁ ସବୁକୁ ଭ୍ରମଣ କରାଇ ରାତ୍ର ସାଢେ ଗୋଟେ ସମୟରେ ମନ୍ଦିର ପ୍ରବେଶ କରାଈ ମିନ୍ଦିର ଭିତରେ ମା ଙ୍କର ମହାସ୍ନାନ କରି ଷୋଡଶ ଉପଚାର ରେ ପୂଜା କରାଯାଏ, ଅଷ୍ଟମୀ ର ଷୋଡଶ ଉପଚାର ପୂଜା ପରେ ମା ଙ୍କ ପାଖରେ ଏକ ଛାଗ ବଳି ଦିଆ ଯାଏ l ଛାଗ ବଳି ପ୍ରଦାନ ର ଏକ ଘଣ୍ଟା ପରେ ମନ୍ଦିର ର ପରିଶା ସେବାୟତ ଙ୍କ ଦ୍ୱାରା ମା ଙ୍କ ମୁଖରେ ମହାପ୍ରସାଦ ସମର୍ପଣ କରାଯାଏ l ଶେଷ ରେ ଦଶହରା ଦିନ ଏ ଅଞ୍ଚଳ ର ଷୋହଳ ଖଣ୍ଡ ଗ୍ରାମ ର ଗ୍ରାମବାସୀ ମାନଙ୍କ ମା ଙ୍କୁ ଦଶହରା ପଦା କୁ ନିଆଯାଇ ଦଶହରା ପୂଜା ସମାପନ କରାଯାଏ l