ଶାରଦୀୟ ନବରାତ୍ରୀର ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ମାତା ସକଳ ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା କରି ପ୍ରଦାନ କରିଥାନ୍ତି ମା । ମା’ ସିଦ୍ଧିଦାତ୍ରୀ ଅସୁରଙ୍କ ଅତ୍ଯାଚାରରୁ ପୃଥିବୀକୁ ମୁକ୍ତ କରିବା ପାଇଁ ଅବତାର ନେଇଥିଲେ। ନବରାତ୍ରିର ପର୍ବରେ ମା’ ଦୁର୍ଗାଙ୍କ ୯ଟି ଅଲଗା ଅଲଗା ରୂପରେ ପୂଜା କରାଯାଏ। ପ୍ରତିପଦା ତିଥିରେ ମା’ ନବମୀ ତିଥିରେ ମା ଦୁର୍ଗା ବିଭିନ୍ନ ରୂପ ନେଇ ଅସୁରକୁ ବଧ କରନ୍ତି। ଶାସ୍ତ୍ର ବିଧି ବିଧାନ ଅନୁସାରେ ଅଷ୍ଟ ଦୁର୍ଗାଙ୍କର ପୂଜା ଉପାସନା ଶେଷ କରି ସାଧକ ନବମ ଦିନ ମା ସିଦ୍ଧିଦାତ୍ରୀଙ୍କ ଉପାସନା କଲା ପରେ ମାତା ପୂର୍ଣ୍ଣ ଉପାସନାର ସକଳ ସିଦ୍ଧି ପ୍ରଦାନ କରିଥାନ୍ତି। ସକଳ କାମନା ପୂର୍ଣ୍ଣ ହୋଇଥାଏ । ମାତା ଭଗବତୀଙ୍କର ଅଖଣ୍ଡ କୃପା ସଦା ସର୍ବଦା ପ୍ରାପ୍ତ ହୋଇଥାଏ । ଧ୍ୟାନ ସ୍ମରଣ ପୂଜନ ଦ୍ୱାରା ଆମକୁ ଏହି ସଂସାରର ଅସାରତା ବୋଧ କରାଇ ବାସ୍ତବିକ ପରମ ଶାନ୍ତି ଓ ଅମୃତପଦ ପ୍ରାପ୍ତି ହୋଇଥାଏ । ନବମୀ ତିଥିରେ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ସିଦ୍ଧିଦାତ୍ରୀ ଶବ୍ଦର ଦୁଇଟି ଅର୍ଥ ରହିଛି। ପ୍ରଥ ସିଦ୍ଧିର ଅର୍ଥ ଧ୍ୟାନ ଏବଂ ଧାତ୍ରୀ ଅର୍ଥ ଯିଏ ପ୍ରଦାନ କରେ। ମା’ ପଦ୍ମଫୁଲ କିମ୍ବା ସିଂହ ଉପରେ ବସିଥାନ୍ତି। ଚର୍ତୁଭୁଜା ଶଙ୍ଖ, ପଦ୍ମ ଧରି ଧରାବତରଣ କରନ୍ତି। ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ବର ବେଶରେ ନାରୀଙ୍କ ବେଶ ମା’ ସିଦ୍ଧିଦାତ୍ରୀଙ୍କର ରହିଥାଏ। ଆଜି ନବରାତ୍ରୀର ଶେଷ ଦିନ । ୮ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବା ପରେ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଦେବୀ ଦୁର୍ଗାଙ୍କ ନଅ ରୂପ ମଧ୍ୟରୁ ସିଦ୍ଧିଦାତ୍ରୀ ନବମ ଶକ୍ତି । ସାରା ଜଗତର ରିଦ୍ଧି ଓ ସିଦ୍ଧିର ଦେବୀ ହେଉଛନ୍ତି ସିଦ୍ଧିଦାତ୍ରୀ । ସ୍ବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ଚର୍ତୁଭୂଜା ମା’ ହସ୍ତରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଧାରଣ କରି ସିଂହ ଉପରେ ବସି ଧରାପୃଷ୍ଠରେ ବିରାଜମାନ କରିଥାନ୍ତି ମା’ । ପୌରାଣିକ ତଥ୍ୟ ଅନୁଯାୟୀ ଭଗବାନ ଶିବ କଠିନ ତପସ୍ୟା କରି ମା’ ସିଦ୍ଧିଦାତ୍ରୀଙ୍କ ଠାରୁ ସିଦ୍ଧି ପ୍ରାପ୍ତ କରିଥିଲେ । ଏହା ସହ ମା’ ଙ୍କ କୃପାରୁ ମହାଦେବଙ୍କ ଅଧା ଶରୀର ଦେବୀଙ୍କ ସ୍ବରୂପ ହୋଇଯାଇଥିଲା । ମା’ଙ୍କ କୃପାରୁ ଦେବ ଦେବ ମହାଦେବ ଅର୍ଦ୍ଧନାରୀଶ୍ବର ରୂପରେ ପୂଜା ପାଇଥିଲେ ।ନବମୀ ଅବସରରେ ସିଦ୍ଧିଦାତ୍ରୀ ମା’ଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଜି ମା’ଙ୍କୁ ନବାନ୍ନ ପ୍ରସାଦ, ନବରସ ଯୁକ୍ତ ଭୋଜନ ଏବଂ ନଅ ପ୍ରକାରର ଫଳଫୁଲ ଆଦି ଅର୍ପଣ କରାଯାଏ
ପ୍ରଥମ ସିଦ୍ଧିର ଅର୍ଥ ଧ୍ୟାନ ଏବଂ ଧାତ୍ରୀ, ଅର୍ଥ ଯିଏ ପ୍ରଦାନ କରେ। ମା’ ପଦ୍ମଫୁଲ କିମ୍ବା ସିଂହ ଉପରେ ବସିଥାନ୍ତି। ଚର୍ତୁଭୁଜା ଶଙ୍ଖ, ପଦ୍ମ ଧରି ଧରାବତରଣ କରନ୍ତି। ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ବର ବେଶରେ ନାରୀଙ୍କ ବେଶ ମା’ ସିଦ୍ଧିଦାତ୍ରୀଙ୍କର ରହିଥାଏ। ଆଜି ନବରାତ୍ରୀର ଶେଷ ଦିନ । ୮ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବା ପରେ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ପାଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଦେବୀ ଦୁର୍ଗାଙ୍କ ନଅ ରୂପ ମଧ୍ୟରୁ ସିଦ୍ଧିଦାତ୍ରୀ ନବମ ଶକ୍ତି । ସାରା ଜଗତର ରିଦ୍ଧି ଓ ସିଦ୍ଧିର ଦେବୀ ହେଉଛନ୍ତି ସିଦ୍ଧିଦାତ୍ରୀ । ସ୍ବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ଚର୍ତୁଭୂଜା ମା’ ହସ୍ତରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଧାରଣ କରି ସିଂହ ଉପରେ ବସି ଧରାପୃଷ୍ଠରେ ବିରାଜମାନ କରିଥାନ୍ତି ମା’ । ପୌରାଣିକ ତଥ୍ୟ ଅନୁଯାୟୀ ଭଗବାନ ଶିବ କଠିନ ତପସ୍ୟା କରି ମା’ ସିଦ୍ଧିଦାତ୍ରୀଙ୍କ ଠାରୁ ସିଦ୍ଧି ପ୍ରାପ୍ତ କରିଥିଲେ । ଏହା ସହ ମା’ ଙ୍କ କୃପାରୁ ମହାଦେବଙ୍କ ଅଧା ଶରୀର ଦେବୀଙ୍କ ସ୍ବରୂପ ହୋଇଯାଇଥିଲା । ମା’ଙ୍କ କୃପାରୁ ଦେବ ଦେବ ମହାଦେବ ଅର୍ଦ୍ଧନାରୀଶ୍ବର ରୂପରେ ପୂଜା ପାଇଥିଲେ ।ନବମୀ ଅବସରରେ ସିଦ୍ଧିଦାତ୍ରୀ ମା’ଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଜି ମା’ଙ୍କୁ ନବାନ୍ନ ପ୍ରସାଦ, ନବରସ ଯୁକ୍ତ ଭୋଜନ ଏବଂ ନଅ ପ୍ରକାରର ଫଳଫୁଲ ଆଦି ଅର୍ପଣ କରାଯାଏ