ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି : NCB ବିରୋଧ କରିବ ନା ବେଲ୍ ମିଳିବ ଏନେଇ suspens
୨-ବରିଷ୍ଠ ନାଗରିକଙ୍କ ପାଇଁ କୋଭିଡ୍-୧୯ ଟିକାର ବୁଷ୍ଟର ଦରକାର: ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।
୩-ଲଖିମ ପୂର୍ ହିଂସା ଘଟଣାରେ ପଡୁନି ପୂର୍ଣ୍ଣଛେଦ।ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ, ସରକାରଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି।
ପିତା ମନ୍ତ୍ରୀ ଥିଲେ ପୁତ୍ର ବିରୋଧରେ କିଭଳି ତଦନ୍ତ ହେବ: କହିଲେ ରାହୁଲ।
୪-ଅଯୋଧ୍ୟା ଦୁର୍ଗାପୂଜା ପେଣ୍ଡାଲ୍ରେ ଗୁଳିକାଣ୍ଡ:
୪ଜଣ ଯୁବକ ପ୍ରବେଶ କରି ଗୁଳି ଚଳାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇଜଣ ସାଙ୍ଘାତିକ ଆହତ ହୋଇଛନ୍ତି
୫-ଏଣିକି ଭାରତରେ ଗର୍ଭ ଧାରଣର ୨୪ ସପ୍ତାହ ଯାଏ ଏହାକୁ ନଷ୍ଟ କରିହେବ। ଏଥିପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି
ଗର୍ଭ ଧାରଣର ୨୦ ସପ୍ତାହ ପରେ କୌଣସି ସାଧାରଣ ମହିଳା ଗର୍ଭପାତ କଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ
୬-ଇରାକ୍ ଓ ସିରିଆରୁ ଯୁଦ୍ଧଖୋର୍ ଆତଙ୍କବାଦୀମାନେ ଚଳଚଞ୍ଚଳ ହୋଇ ଆଫଗାନିସ୍ତାନରେ ପ୍ରବେଶ କରୁଥିବା କଥା ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି
୭-ପାର୍ବଣରେ କରୋନା ଚିନ୍ତା: ପୁଣି ବଢ଼ିଲା ଦୈନିକ ସଂକ୍ରମଣ
ଦିନକରେ ସଂକ୍ରମଣ ୧୬% ବଢ଼ିଲା, ୬୧୫ ପଜିଟିଭ୍, ୭ ମୃତ
୮-ନୟାଗଡ଼ ରେ ପ୍ରାତଃ ଭ୍ରମଣ ବେଳେ ତିନି ମହିଳାଙ୍କ ଉପରେ ଚଢିଗଲା ଅଜଣା ଗାଡ଼ି: ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ, ଜଣେ ଗୁରୁତର
ଚାଳକ ଫେରାର
୯-ଟାଇଗର ଶ୍ରଫଙ୍କ ଫିଟନେସ୍ ଟ୍ରେନର୍ କୈଜାଦ୍ କାପାଡିଆଙ୍କ ଦେହାନ୍ତ: ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଦେଲେ ଅଭିନେତା
୧୦-ବୋଲରଙ୍କ ଶାଣିତ ବୋଲିଂ ପରେ ଦୁଇ ଓପନର ଭେଙ୍କଟେଶ ଆୟର ଓ ଶୁଭମାନ ଗିଲଙ୍କ ଦମଦାର ବ୍ୟାଟିଂ ପରେ ଲାଗୁଥିଲା କୋଲକାତା ନାଇଟ୍ ରାଇଡର୍ସ ସହଜରେ ବିଜୟ ହାସଲ କରିବ। ହେଲେ ଶେଷ ୪ ଓଭରରେ ୫ ଓ୍ଵିକେଟ୍ ହରାଇବାରୁ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। କ୍ରିକେଟ୍ ପ୍ରଶଂସକଙ୍କ ନିଃଶ୍ଵାସ ଅଟକି ଯାଇଥିଲା।