ସାଲେପୁର:ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳର ପାଇଁ ଆଜି ଆଉ ଏକ ବଡ଼ ଉପଲବ୍ଧି ଯୋଡି ହୋଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି ! ୫ କୋଟି ଟଙ୍କା ଅଟକଳରେ ମାତୃ ଓ ଶିଶୁ ମାନଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ହସ୍ପିଟାଲର ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ! ଆଇନି, ପଞ୍ଚାୟତରାଜ, ପାନୀୟଜଳ ଯୋଗାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ହସ୍ପିଟାଲର ଭୂମି ପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ହସ୍ପିଟାଲ ଦ୍ବୀପାଞ୍ଚଳବାସୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇପାରିବ ! ଶ୍ରୀ ଜେନା ଆହୁରି କହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଓ ଗ୍ରାମାଭିମୁଖୀ ଯୋଜନା ଦ୍ୱାରା ମହିଳାଙ୍କ ଠାରୁ ଆରଂଭ କରି ସବୁ ବର୍ଗର ଜନତା ଲାଭବାନ ହୋଇପାରିଛନ୍ତି ! ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜଗନ୍ନାଥପୁର ଠାରେ ବ୍ରିଟିଶ ଅମଳର ଏହି ପ୍ରାଥମିକ ହସ୍ପିଟାଲକୁ ଶ୍ରୀ ଜେନାଙ୍କ ଦ୍ୱାରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଥିଲା !
ସେହିପର ମହିଳା ଓ ଶିଶୁ ମାନଙ୍କ ସ୍ବାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ଦୀର୍ଘଦିନୁ ଦ୍ବିପାଞ୍ଚଳବାସୀ ଆଉଏକ ନୂତନ ହସ୍ପିଟାଲ ପାଇଁ ଦାବୀ କରିଆସୁଥିଲେ ! ମହିଳା ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ଆଜି ମନ୍ତ୍ରୀ ଶ୍ରୀ ଜେନାଙ୍କ ଦ୍ୱାରା ଏହି ନୂତନ ଚିକିତ୍ସାକେନ୍ଦ୍ରର ଶିଳାନ୍ୟାସ କରାଯାଇଥିବାରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାହାଙ୍ଗାବାସୀଙ୍କ ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ବ୍ଲକ ଚେୟାରମ୍ୟାନ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବ୍ଲକ ଉପାଧ୍ୟକ୍ଷା ରସିଦା ବେଗମ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ପ୍ରମୁଖ କହିଛନ୍ତି ! ଉତ୍ସବରେ ମାହାଙ୍ଗା ସରକାରୀ ହସ୍ପିଟାଲର ମୁଖ୍ୟ ଡାକ୍ତର ସଞ୍ଜୟ କୁମାର ମହାନ୍ତି, ଜଗନ୍ନାଥପୁର ହସ୍ପିଟାଲର ମୁଖ୍ୟ ମାନସ ମହାନ୍ତି, ଡାକ୍ତର ସାୟଂ ପରିଡା, ଡାକ୍ତର ସଞ୍ଜୟ ଜେନା, ଡାକ୍ତର ସିପ୍ରା ମହାନ୍ତି,ଡାକ୍ତର ସେକ ଆଲାମ,ବିଶ୍ୱେଶ୍ୱର ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ ! ବହୁ ବୁଦ୍ଧିଜୀବୀ,ଜନ ପ୍ରତିନିଧି,ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ ବିଭାଗର କର୍ମୀ ଓ ମହିଳାଙ୍କୁ ଉତ୍ସବ ସ୍ଥଳୀରେ ଦେଖିବାକୁ ମିଳିଥିଲା ! ଏହି କାର୍ଯ୍ୟକ୍ରମକୁ ଦୀନବନ୍ଧୁ ସାହୁ, ସତ୍ୟଜିତ ଦାସ, ପନଂଗ ଦାସ, ଜୟନ୍ତ ବିଶ୍ୱାଳ, କାହ୍ନୁ ସାହୁ, ରିଆଯୁଲ ହୋଦା, ଗଗନ ବିଶ୍ୱାଳ, ପ୍ରମୁଖ ପରିଚାଳନା କରିଥିଲେ !