ଗୁଜୁରାଟୀ ସମ୍ପ୍ରଦାୟର ମୁଖ୍ୟ ପର୍ବ ହେଉଛି ମା ଙ୍କର ଏହି ନବରାତ୍ର ପୂଜା Iମହାଳୟା ଅମାବାସ୍ଯା ପରଦିନ ଠାରୁ ଏହି ପୂଜା ଆରମ୍ଭ ହୋଇ ନଅ ଦିନ ପାଳନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ I ପ୍ରଥମ ଦିନ ମା ଅମ୍ବେଙ୍କ ଫୋଟୋ ଓ ଘଟ ସ୍ଥାପନା କରି ଏହି ନବରାତ୍ର ପୂଜା ଆରମ୍ଭ କରାଯାଏ।ମା ଙ୍କ ପୂଜାର୍ଚ୍ଚନା କରିବା ସହ ଉପାସ ରଖିଥାନ୍ତି ପରିବାର ସଦସ୍ଯ ମାନେ I ଏହି ପୂଜା ର ମୁଖ୍ୟ ଆକର୍ଷଣ ହେଉଛି ଦାଣ୍ଡିଆ ଖେଳ I ପରିବାର ର ଛୋଟ ଠାରୁ ବଡ଼ ସମସ୍ତ ସଦସ୍ୟ ଏହି ଦାଣ୍ଡିଆ ଖେଳ ଖେଳିଥାନ୍ତି Iଜଟଣୀରେ ପ୍ରାୟ ୫୦ ରୁ ଉର୍ଦ୍ଧ ଗୁଜୁରାଟୀ ପରିବାର ବସବାସ କରନ୍ତି ଏବଂସେମାନେ ପ୍ରାୟ ୬୦ ବର୍ଷ ହେବ ମିଳିତ ଭାବେ ମା ଙ୍କର ନବରାତ୍ର ପୂଜାକୁ ପାଳନ କରିବା ସହ ଦାଣ୍ଡିଆ ଖେଳ ର ଆୟୋଜନ କରିଥାନ୍ତି, କିନ୍ତୁ ଚଳିତ ବର୍ଷ କରୋନା କଟକଣାକୁ ନଜରରେ ରଖି ନେଇ ଜଟଣୀ ହରିଭାଇନ ଛକ ନିକଟରେ ଗୁଜୁରାଟୀ ସମ୍ପ୍ରଦାୟ ଅଳ୍ପ ସଂଖ୍ୟକ ଲୋକ ଏକତ୍ର ହୋଇ ନବରାତ୍ର ପୂଜା କରୁଛନ୍ତି। ପୁରୁଷ, ମହିଳା ଓ ଛୋଟ ପିଲା ମାନେ ସମସ୍ତେ ମିଶିକରି ଦାଣ୍ଡିଆ ଖେଳି ମାଙ୍କୁ ଆରାଧନା କରୁଛନ୍ତି।