ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ରେ ଥିବା”ମା ଭଗବତୀ” ଠାକୁରାଣୀ ଙ୍କ ପିଠରେ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବରାତ୍ରି ପୂଜା ଆରମ୍ଭ ହୋଇଛି। ଦୀର୍ଘ ୩୦୦ ଶହ ବର୍ଷ ର ପୂର୍ବ ଏହି ମନ୍ଦିର ରେ ବହୁ ପ୍ରାଚୀନ କାଳରୁ ଏହି ନବରାତ୍ରି ପୂଜା ଚାଲିଆସୁଥିବା ବେଳେ ପବିତ୍ର ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ତିଥିରେ ମା ଭଗବତୀ ଠାକୁରାଣୀ ଙ୍କ ପିଠରେ ସକାଳ ୪ ଟାରୁ କାଳିକା ନାଚ ଅନୁଷ୍ଠିତ ହୋଇଥାଏ। ନବରାତ୍ରି ପୂଜା ବିଧି ଅନୁଯାୟୀ ସକାଳ ୪ଟା ୩୦ ରେ ପ୍ରାତଃ ଆଳତୀ,ଧୂପ, ଚଣ୍ଡୀପାଠ, ଅନ୍ନଭୋଗ,ମା ଙ୍କ ସାନ୍ନ ଏବଂ ପରେ ପରେ ମା ଭଗବତୀ ଙ୍କ ପାଖରେ ସଂଧ୍ୟା ଆଳତୀ ବଡ଼ ଭୋଗ କରାଯାଏ। ଚଳିତ ବର୍ଷ କୋଭିଡ କଟକଣା ରହି ଥିବାରୁ ଭକ୍ତ ମାନଙ୍କ ପାଇଁ ମନ୍ଦିର ପ୍ରଶାସନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଥିବା ବେଳେ ସାମାଜିକ ଦୂରତା ସହିତ ମାସ୍କ ଓ ସାନିଟାଇଜର ବେବହାର କରିବା ପାଇଁ ଭକ୍ତ ମାନଙ୍କୁ ପରାମର୍ଶ ଦିଆଯାଇଛି। ମା ଭଗବତୀ ଠାକୁରାଣୀ ଙ୍କ ଅଶେଷ ମହିମା ରହିଥିବାରୁ ଅନେକ ରୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ମା ଙ୍କ ଦର୍ଶନ କରିବା ପାଇଁ ସମାଗମ ହେବା ସହିତ ମା ଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି।ମା ଙ୍କ କୈଳିକ ସେବାୟତ ମାୟାଧର ପଣ୍ଡା, ନୃସିଂହ କର ଶର୍ମା, କୁନା ପଣ୍ଡା ପ୍ରମୁଖ ମା ଙ୍କ ଦୈନଦିନ ନୀତି କାନ୍ତି ସମ୍ପର୍ଣ୍ଣ କରିଥାନ୍ତି। ପ୍ରତିବର୍ଷ ମା ଙ୍କ ପିଠରେ ବିଭିନ୍ନ ପ୍ରକାରରେ ଜାନି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ ରାମନିଳା ଅନୁଷ୍ଠିତ ହେବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଭିନ୍ନ ଦେବି ପିଠ ରେ ଏହି ନବରାତ୍ରି ପୂଜା ପାଳିତ ହେଉଥିବା ବେଳେ ମା ଭଗବତୀ ଠାକୁରାଣୀ ଙ୍କ ପାଖରେ ଏହା ସମ୍ପୂର୍ଣ୍ଣ ନୀତି କାନ୍ତି ରେ ପାଳନ କରାଯାଇଥାଏ।।