ମନ୍ନତ ନୁହେଁ ଏବେ ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ନୂଆ ଠିକଣା ପାଲଟିଛି ଆର୍ଥର ରୋଡ ଜେଲ । ବଢୁଛି ଆରୟନଙ୍କ ଅଡୁଆ । ୮ ତାରିଖ ଜାମିନ ଆବେଦନ ଖାରଜ ପରେ ଏବେ ଆର୍ଥର ଜେଲ ପାଲଟିଛି ଆରୟନଙ୍କ ନୂଆ ଠିକଣା । ବେଲରେ ଗଲେ ଆରୟନ କାଳେ ଦେଶ ଛାଡି କୁଆଡେ ଚାଲିଯିବେ କିମ୍ବା କିଛି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରବେ । ଣେୁ ତାଙ୍କୁ ଜାମିନ ଆଇନ ସମ୍ମତ ନୁହେଁ ବୋଲି କୋର୍ଟରେ ଯୁକ୍ତି ଦର୍ଶାଇଥିଲା ଏନସିବି । ଆରୟନଙ୍କ ଜାମିନ ପାଇଁ ଆବେଦନ , ଶୁଣାଣି ଯୋଗ୍ୟ ନୁହେଁ ବୋଲି ସ୍ପଷ୍ଟ ଭାବେ କହିବା ସହ ଏହାକୁ ଖାରଜ କରିଥିଲେ ବିଚାରପତି । ଏହାପରେ ଅ।।ୟନଙ୍କୁ ପଠାଇଥିଲେ ସେହି ଜେଲକୁ ଯେଉଁଠି ରହିଛନ୍ତି କୁଖ୍ୟାତ ଆତଙ୍କବାଦୀଙ୍କ ଠାରୁ ଆରମ୍ଭ କରି ବଡବଡ ଅପରାଧୀ । ସେଠାରେ ଏବେ ଆରୟନଙ୍କ ସହ ଗିରଫ ଅନ୍ୟ ୮ ଅଭିଯୁକ୍ତଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ପଠାଇଦିଆଯାଇଛି । ଜେଲର ଖାଦ୍ୟ ଖାଇବା ସହ ଅନ୍ୟ ଅପରାଧୀଙ୍କ ଭଳି ରହିବେ ଆରୟନ୍ ।
୩ ତାରିଖରେ ମୁମ୍ବାଇ କ୍ରୁଜରୁ ଗିରଫ ହୋଇଥିବା ଆରୟନଙ୍କୁ ହେପାଜତରେ ନେବା ପରେ ଜେରା ।ଏହାପରେ ବଲିଉଡର ସମର୍ଥନ ଆଉ ତା ପରେ ବଲିଉଡର ପପୁଲାର ଆଡଭୋକେଟଙ୍କ ଦ୍ୱାରା ଜାମିନ ଆବେଦନ । ଏତେସବୁ କିନ୍ତୁ ବଂଚାଇ ପାରିଲାନି ଆରୟନଙ୍କୁ । ଜାମିନ ଆବେଦନ ଖାରଜ ପରେ ମୁମ୍ବାଇର ଆର୍ଥର ରୋଡ୍ ଜେଲକୁ ଗଲେ ଆରୟନ, ଯାହା ମୁମ୍ବାଇର ସବୁଠୁ ପୁରୁଣା ଜେଲ । ଏହି ଜେଲରେ କଏଦ ଥିଲେ ଅନେକ କୁଖ୍ୟାତ ଅପରାଧୀ ।
୨୦୦୮ରେ ମୁମ୍ବାଇ ଆକ୍ରମଣ ଘଟଣାରେ ଧରାପଡିଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବଙ୍କୁ ଏହି ଜେଲରେ ବନ୍ଦୀ କରାଯାଇଥିଲା । ୧୬୬ ଲୋକଙ୍କୁ ହତ୍ୟା କରିବା ସହ ୬୦୦ ଲୋକଙ୍କୁ ଗୁରୁତର କରିଥିଲା ।
୧୯୯୩ରେ ସିରିଜ ବିସ୍ଫୋରଣ ଘଟାଇବାରେ ସମ୍ପୃକ୍ତି ଓ ଘରୁ ବେଆଇନ ଭାବେ ଅସ୍ତ୍ର ରଖିଥିବା ଅଭିଯୋଗରେ ଗିରଫ ହୋଇ ଏହି ଜେଲରେ ଥିଲେ ଅଭିନେତା ସଂଜୟ ଦତ୍ତ । ଏଠାରେ ଅତି କ୍ଷୁଦ୍ର କୋଠରୀରେ ଅତି ଦୟନୀୟ ଭାବେ ଦୀର୍ଘ ୧୮ ମାସ କଟାଇଥିଲେ ସଂଜୟ ଦତ୍ତ । ଆର୍ଥର ଜେଲର ଏହି ରହିଣି ତାଙ୍କର ସବୁ ଟାଣ ପଣକୁ ଭାଙ୍ଗିଦେଇଥିବା ଗଣ ମାଧ୍ୟମ ଆଗରେ କହିଥିଲେ ସଂଜୟ ।
ମିଡିଆ ଉଦ୍ୟୋପତି ସିନା ବୋରାଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ପିଟର ମୁଖର୍ଜିଆ ମଧ୍ୟ ଏହି ଜେଲରେ ୪ ବର୍ଷ କାଳ ସଜା କାଟିଛନ୍ତି ।