ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗାଙ୍ଗପଡା ପଞ୍ଚାୟତର ଗୋଗୁଆ ଠାରେ ଥିବା ଦୁଇଟି ପାନ ଦୋକାନରୁ ବିପୁଲ ପରିମାଣର ବିଦେଶୀ ମଦ ଓ ବିୟର ଜବତକରିଛି ପଟ୍ଟାମୁଣ୍ଡାଇ ପୋଲିସ ।
ଦିର୍ଘଦିନ ହେଲାଣି ଏହି ପାନ ଦୋକାନରେ ଚୋରାମଦ ବିକ୍ରୟ ହେଉଥିବା ଅଭିଯୋଗ ହୋଇଆସୁଥିଲା ।
ସୋସିଆଲ ମେଡିଆରେ ଅନେକ ଆପତ୍ତି ଜନକ ମଦ ବେପାର ସମ୍ପର୍କରେ ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ସଦଳବଳେ ପଟ୍ଟାମୁଣ୍ଡାଇ ପୋଲିସ ଏହି ଦୁଇ ପାନ ଦୋକାନ ଉପରେ ଚଢାଉକରି ସସ୍ମିତା ପାତ୍ର ନାମ୍ନୀ ଜଣେ ମହିଳା ଓ ଗାଙ୍ଗପଡା ର ରଞ୍ଜନ ସାହୁଙ୍କୁ ଧରିନେଇଛି ।
ସେମାନଙ୍କ ଦୋକାନରେ ଥିବା ଫ୍ରିଜ ଗୁଡିକୁ ମଧ୍ୟ ଜବତ କରି ନେଇଯାଇଛି ପୋଲିସ ।
ଦୁଇଜଣ ଙ୍କୁ ଥାନାରେ ଅଟକରଖି ଅଧିକ ପଚରାଉଚରା କରୁଛି ପୋଲିସ ।
ପୂର୍ବରୁ ଏହି ଦୁଇଜଣ ଅନେକଥର ପୋଲିସ ଓ ଅବକାରୀ ବିଭାଗ ହାତରେ ଧରାପଡି ଗିରଫ ମଧ୍ୟ ହୋଇଥିଲେ ।
ଏହି ଦୁଇଜଣ ଙ୍କ ପାନ ଦୋକାନ ରୁ ବିଭିନ୍ନ ପ୍ରକାର ର ବିଦେଶୀ ମଦ ଟିଣ ବିଅର କାଚ ବୋତଲ ବିଅର ଜବତ କରିଛି ପଟ୍ଟାମୁଣ୍ଡାଇ ପୋଲିସ ।ପାରାଦୀପ୍ ଲକ୍ ପଡା କେନାଲ ରେ ବୁଡି ଦୁଇ ଶିଶୁ ଙ୍କ ମୃତ୍ୟୁ… ଦୁଇ ଜଣ ଙ୍କର ବୟସ ପାଖାପାଖି 3 ବର୍ଷ ଲେଖାଏଁ ହେବ…
ଏମାନଙ୍କ ମଧ୍ୟରୁ ଜଣେ ହେଲେ ନୃସିଂହ ମିସ୍ତ୍ରୀ ଙ୍କ ପୁଅ ଜିତେନ୍ଦ୍ର ମିସ୍ତ୍ରୀ ଓ ବୁଦ୍ଧ ଦେବ ଦାସ ଙ୍କ ଝିଅ ସଂଗୀତା ଦାସ ବୋଲି ଜଣାପଡ଼ଛି…
ଦୁହେଁ ନାଳ ରେ ପଡି ମୃତ୍ୟୁବରଣ କରିଥିବା ଜଣାଯାଇଛି…
ଦୁହେଁ କେନାଲ ରାସ୍ତା କଡରେ ଖେଳୁଥିବା ସମୟରେ ନାଳରେ ପଡି ଯାଇଥିଲେ…
ପରିବାର ଲୋକଙ୍କ ଦୀର୍ଘ ସମୟର ଖୋଜାଖୋଜି ପରେ କେନାଲରେ ଥିବା ଦଳ ଭିତରୁ ଦୁଇ ଶିଶୁ ମିଳିଥିଲେ..
. ତୁରନ୍ତ ପରିବାର ଲୋକେ ତାଙ୍କୁ ଅଠରବାଙ୍କି ମେଡିକାଲ ରେ ଭର୍ତ୍ତି କରାଇବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ଆଗରୁ ଏ ଲକପଡା କେନାଲ ରେ ପଡି ପିଲାଙ୍କ ଜୀବନ ଯିବାର ନଜର ଅଛି. ଏପରି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କିପରି ଆଗକୁ ଏଡାଇ ହେବ ସେଥିପ୍ରତି ଅବିଭାବକମାନଙ୍କୁ ଦୁଷ୍ଟି ଦେବା ଜରୁରୀ ବୋଲି ସାଧାରଣରେ ମତ ଦେଉଥିବା ବେଳେ କେନାଲ ବନ୍ଧ ରେ ବସବାସ କରୁଥିବା ବସ୍ତିବାସିନ୍ଧାଙ୍କ ସ୍ୱାର୍ଥପାଇଁ ପ୍ରଶାସନ ତରଫରୁ ଯଦି ବେରକ ଵା କେନାଲବନ୍ଧ ଜାଳିର ବ୍ୟବସ୍ଥା କରାଯିବ ତେବେ ଏପରି ଅକାଳ ମୁତ୍ରୁ ରୁ ବର୍ତ୍ତୀ ହେବ ବୋଲି ଆଶା କରାଯାଉଛି ।ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ବାପା,”ମା” ଏବଂ ଝିଅ ମୃତ।।
ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ବଣିତୋ ପଞ୍ଚାୟତ ର ଗୋଟିଏ ପରିବାର ବିଦୁତ ସଂସ୍ପର୍ଶରେ ଆସି ତିନି ଜଣଙ୍କ ମୃତୁ ।
ଜଣେ ଗୁରୁତର ଭାବେ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାତରିତ।
ସନ୍ଧ୍ୟା ସମୟରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଥିବା ସୂଚନା ମିଳିଛି।
ମୃତ ବ୍ୟକ୍ତି ମାନେ ହେଲେ ୪୦ ବର୍ଷ ବୟସ୍କ ପିନ୍ଟୁ ସ୍ୱାଇଁ ,ତାଙ୍କ ଧର୍ମ ପତ୍ନୀ ୩୫ ବର୍ଷୀୟ କାମିନୀ ସ୍ୱାଇଁ ଏବଂ ୧୩ ବର୍ଷର କୁନି ଝି ପାପାଲି ସ୍ୱାଇଁ ।
ତେବେ ୬୫ ବର୍ଷିୟ କୁମର ବର ସ୍ୱାଇଁ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାତରିତ କରାଯାଇଛି।
ପ୍ରାଥମିକ ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ଚାଳ ଛପର ଘରେ ପିନ୍ଟୁ ସ୍ୱାଇଁ ଏବଂ ତାଙ୍କ ସ୍ତ୍ରୀ ଏବଂ ଝିଅ କୁ ସହିତ ଘରେ ଥିବା ସମୟରେ କୌଣଷି କାରଣରୁ ବିଦୂତ ତାର ଲାଗି ଘର ଚାର୍ଜ ହୋଇଯାଇଥିଲା ।ଯାହା ଦ୍ଵାରା ପରିବାର ର ତିନି ଜଣ ବିଦୂତ ସଂଯୋଗରେ ଆସିଥିଲେ। ତେବେ ତାଙ୍କୁ ବଞ୍ଚାଇବାକୁ ଯାଇ ପାଖ ପଡୋଶୀ କୁମାର ବର ସ୍ୱାଇଁ ମଧ୍ୟ ଗୁରୁତର ହୋଇଥିଲେ।
ତେବେ ଗ୍ରାମବାସି ଙ୍କ ଦ୍ଵାରା ସମସ୍ତଙ୍କୁ ସ୍ଥାନୀୟ ମଣିଯଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ତେବେ ଡାକ୍ତର ପିନ୍ଟୁ ସ୍ୱାଇଁ ତାଙ୍କ ଧର୍ମ ପତ୍ନୀ ଏବଂ ତାଙ୍କ ଝିଅକୁ ମୃତ ଘୋଷଣା କରିବା ସହ ଭ୍ରମର ବର ସ୍ୱାଇଁ ଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନତରିତ କରିଥିଲେ। ତିର୍ତ୍ତୋଲ ପୋଲିସ ମାଣିଯଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।କଟକରୁ ପୁଣି ଜବତ ହେଲା ଧଳାଜହର।
ଦରଘା ବଜାର ଥାନା ଅଞ୍ଚଳର ପୁରୁଣା ଜେଲ ପଡିଆରୁ ୨୬୮ ଗ୍ରାମର ବ୍ରାଉନ ସୁଗାର ଜବତ ସହ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।
ତେବେ ଜବତ ହୋଇଥିବା ବ୍ରାଉନ ସୁଗାରର ଅଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ।
ଏଥିସହ ଗିରଫ ଅଭିଯୁକ୍ତ ଙ୍କ ଠାରୁ ୪ ଟି ମୋବାଇଲ ସହ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା , ଦୁଇଟି ବାଇକ ମଧ୍ୟ ଜବତ କରିଛି ପୋଲିସ।
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ବାପି ନାୟକ, କଟକ ନିଆଳି ର ଗୋପୀନାଥ ପତ୍ର ଏବଂ ବିବେକାନନ୍ଦ ଜେନା । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।
ଧଳାଜହର କାରବାର ର ମୂଳ ପୋଛ କରିବାପାଇଁ କମିଶନରେଟ ପୋଲିସ ର ଚାଲିଥିବା ସ୍ୱତନ୍ତ୍ର ଡ୍ରାଇଭ ଦ୍ୱାରା ଗତ ଦୁଇବର୍ଷ ଭିତରେ ୪ କେଜି ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ ହୋଇଥିବା ନେଇ ଏକ ପ୍ରେସମିଟ୍ ରେ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତିପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ନିରଞ୍ଜନ ମଲ୍ଲିକ ଙ୍କ ପରିବାର କୁ ଭେଟିଲେ ତିର୍ତ୍ତୋଲ ବିଧାୟକ।
ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଷ୍ଟି ମଲ୍ଲିକାପୁର ପଞ୍ଚାୟତ ର ଅତାମୂଳ ଗ୍ରାମର ଯୁବକ ନିରଞ୍ଜନ ମଲ୍ଲିକ ଗତ ୩୦ ତାରିଖ ଗୁରୁବାର ଦିନ ହଂସୁଆ ନଦୀ ପଠାକୁ ସୌଚ ହେବାକୁ ଯାଇଥିବା ବେଳେ ତାଙ୍କ ଗାଡ଼ ହଠାତ୍ ଖସିଯାଇଥିଲା,
ଗଭିର ପାଣି ପ୍ରବାହିତ ହେଉଥିବା ରୁ ନିରଞ୍ଜନ ପହଁରି କୂଳକୁ ଆସିପାରିନଥିଲେ,
ଅନେକ ସମୟ ପରେ ନିରଞ୍ଜନ ଘରକୁ ନ ଫେରି ବାରୁ ଘର ଲୋକେ ନଦୀ ପଠାରେ ନିରଞ୍ଜନ କୁ ଖୋଜିବାକୁ ଲାଗିଲେ, ସଙ୍ଗେ ସଙ୍ଗେ ଏହି ଖବର ବିଜୁଳି ବେଗରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପି ଯାଇଥିଲା,ସୌଚ ସ୍ଥାନରେ ନିରଞ୍ଜନ ଙ୍କ ଚପଲ ପଡ଼ିଥିବା ରୁ ସ୍ଥାନୀୟ ଲୋକମାନଙ୍କୁ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପାଣି ଅଧିକ ହୋଇଥିବାରୁ ପାଣିରେ ବୁଡି ଯାଇଥିବା ନେଇ ଲୋକ ମାନେ ନଦୀରେ ଖୋଜାଖୋଜି କରିଥିଲେ।
ଅନେକ ସମୟ ଖୋଜାଖୋଜି ପରେ ନିରଞ୍ଜନ ନମିଳିବାରୁ ନିରଞ୍ଜନ ସୌଚ ସ୍ଥାନର କିଛି ଦୂରରେ ମାଛ ଧରାଳି ମାଛ ଧରିବା ପାଇଁ ଜାଲ ବସାଇଥିଲେ, ସେହି ଜାଲ ଟେକିବା ପରେ ନିରଞ୍ଜନ ମିଳିଥିଲେ।
କିନ୍ତୁ ସେତେବେଳେ କୁ ନିରଞ୍ଜନ ଙ୍କ ପାଟି ତୁଣ୍ଡ ବନ୍ଦ ହୋଇଯାଇଥିଲା, ସନ୍ଦେହ ହେବାରୁ ଗ୍ରାମବାସୀ ମାନେ ତୁରନ୍ତ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ।ଆମ୍ବୁଲାନ୍ସ ଆସିବା ପରେ ତୁରନ୍ତ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ଏବଂ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ।
ଏହି ଖବର ପାଇବା ପରେ ନିରଞ୍ଜନ ଙ୍କ ପରିବାର ରେ ଶୋକର ଛାୟା ଖେଳିଯାଇଥିଲା। ନିରଞ୍ଜନ ଙ୍କ ମୃତ୍ୟୁ ଖବର ଶୁଣି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି ପ୍ରମୁଖ ବିଜେଡି କର୍ମକର୍ତ୍ତା ନିରଞ୍ଜନ ଙ୍କ ପରିବାର କୁ ଭେଟିବା ସହିତ ସମବେଦନା ଜଣେଇ କିଛି ଅର୍ଥ ରାଶି ପ୍ରଦାନ କରିଥିବା ବେଳେ ପରବର୍ତ୍ତୀ ସମୟରେ ନିରଞ୍ଜନ ସ୍ତ୍ରୀ ଙ୍କୁ ସରକାରୀ ଚାକିରୀ କରାଇଦେବା ପାଇଁ ବିଧାୟକ ଶ୍ରୀ ଦାସ୍ ପ୍ରତିଶ୍ରୁତି ଦେଇଛନ୍ତି।
ନିରଞ୍ଜନ ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ବାପା ନୃସିଂହ ମଲ୍ଲିକ ପକ୍ଷାଘାତ ରୋଗରେ ପୀଡିତ ଏବଂ ମାଆ ମିନତି ମଲ୍ଲିକ ଜଣେ ଗୃହିଣୀ ଅଟନ୍ତି।
ନିରଞ୍ଜନ ଙ୍କ ପରିବାର କହିଲେ ସ୍ତ୍ରୀ ପିଙ୍କି ମଲ୍ଲିକ ଏବଂ ଝିଅ ପ୍ରିୟଙ୍କା ମଲ୍ଲିକ ବୟସ ୨ ବର୍ଷ ୨ମାସ ହେଇଥିବା ବେଳେ ନିରଞ୍ଜନୀ ମଲ୍ଲିକ ସାନ ଝିଅ କୁ ମାତ୍ର ୨୨ ଦିନ ହୋଇଛି।
ବର୍ତମାନ ଏହି ପିଲା ଦୁହିଁଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲିହୋଇ ଯାଇଥିବା ବେଳେ ସାହାର୍ଯ୍ୟ ସହଯୋଗ ପାଇଁ ସାଧାରଣ ରେ ଦାଵି ହୋଇଛି।