୧-ପାକିସ୍ତାନରେ ଗୁରୁବାର ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏଥିରେ ଅତି କମରେ ପ୍ରାୟ ୧୫ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତ୍ୟୁସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ଏହାସହ ଶତାଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ।
୨-ନବରାତ୍ରୀ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା ଓ ସୁସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା ଆଗାମୀ ଦିନ ସବୁ ହେଉଛି ଜଗତ୍ ଜନନୀ ମା’ଙ୍କ ଆରାଧନାରେ ନିମଜ୍ଜନ ହେବାର ସମୟ। ପ୍ରତ୍ୟେକଙ୍କ ଜୀବନରେ ନବରାତ୍ରୀ ଶକ୍ତି, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣୁ ।
୩-ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ ହିଂସାକାଣ୍ଡ ମାମଲା… ନିଜ ଆଡୁ ମାମଲା ରୁଜୁ କରିଥିବା ବେଳେ ଆଜି ଏନେଇ ଶୁଣାଣୀ କରିବେ ସର୍ବୋଚ୍ଚ ନ୍ୟାୟାଳୟ… ମୁଖ୍ୟ ବିଚାରପତି ଏମଭି ରମଣାଙ୍କ ନେତୃତ୍ଵାଧିନ ଖଣ୍ଡପୀଠ ମାମଲାର ଶୁଣାଣୀ କରିବା ନେଇ ସୂଚନା…ରବିବାର ଘଟିଥିବା ହିଂସାକାଣ୍ଡରେ ଯାଇଛି ମୋଟ ୯ଜୀବନ।
୪-ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୮ ଜଣଙ୍କ ମୃତ୍ୟୁ ହୋଇଛି ।
୫-ସାଟେଲାଇଟ୍, ଡ୍ରୋନ୍ ସାହାଯ୍ୟରେ ଖୋଜା ହେବ ଗଂଜେଇ ଚାଷ ଘରୋଇ ଜମିରେ ଗଂଜେଇ ଚାଷ ହେଲେ ଏନଡିପିଏସ ଆକ୍ଟ ଲାଗୁ ହେବ
୬-ତାଳଚେରରେ ଆଉ ଦୁଇଟି ନୂତନ କୋଇଲା ବିଶୋଧନ ପ୍ରକଳ୍ପ ନିର୍ମିତ ହେବ। କେନ୍ଦ୍ର କୋଇଲା ମନ୍ତ୍ରାଳୟ ଦେଶରେ ୧୨ଟି କୋଇଲା ବିଶୋଧନ ପ୍ରକଳ୍ପ (କୋଲ୍ ୱାସେରି) ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିବାବେଳେ ସେଥିରୁ ଓଡ଼ିଶା ଭାଗରେ ୩ଟି ପଡ଼ିଛି। ଏଥିରୁ କେବଳ ତାଳଚେରରେ ଦୁଇଟି ହେବ ବୋଲି ସୂଚନା ମିଳିଛି। ପ୍ରତ୍ୟେକ ପ୍ରକଳ୍ପର କ୍ଷମତା ବାର୍ଷିକ ୧୦ ନିୟୁତ ଟନ୍ ରହିବ।
୭-ଦଶହରାରେ ବାତ୍ୟା ଭୟ, ଓଡ଼ିଶା-ଆନ୍ଧ୍ର ମୁହାଁ ହୋଇପାରେ ୧୦ ପରେ ଗତିପଥ ଜଣାପଡ଼ିବ, ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ
୮-ଏବେ ଚର୍ଚ୍ଚାର ଘେରରେ ଥିବା ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଓଡ଼ିଶାର ୨ ଜଣ ନୁହେଁ, ବରଂ ୨୦ରୁ ଅଧିକ ଯୁବକ ସାମିଲ୍ ଥିଲେ। ଏହି ୨୦ ଜଣଙ୍କ ମଧ୍ୟରୁ ରାଉରକେଲାର ପ୍ରାୟ ୧୪ ଜଣ ଏବଂ ଭୁବନେଶ୍ବର, କଟକରୁ ୬ ଜଣ ଯୁବକ ଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୫ ଜଣ ମୁମ୍ବାଇ ଛାଡ଼ି ସାରିଥିବାବେଳେ ଆଉ ୫ ଜଣ ଏବେ ବି ମୁମ୍ବାଇରେ ଏନ୍ସିବି ସ୍କାନର୍ରେ ଥିବା କୁହାଯାଉଛି
୯-ଭାରତର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ଜଲଓ୍ଵା ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । କୋଟି କୋଟି ହୃଦୟରେ ରାଜ୍ କରୁଛନ୍ତି ନୀରଜ୍ ଚୋପ୍ରା । ଖେଳ ଦୁନିଆରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ନୀରଜଙ୍କର ଆଉ ଏକ ପ୍ରତିଭା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ଖେଳ ଓ ଆକ୍ଟିଂ ବ୍ୟତୀତ ନୀରଜ ଏବେ ଫ୍ୟାସନ ଜଗତରେ ବି ନିଜ ପାଦ ଥାପିଛନ୍ତି ।
୧୦-ଟି-୨୦ ବିଶ୍ଵ କପ୍ ୨୦୨୧ରେ ଭାରତ ନିଜର ଅଭିଯାନ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷ ମୁକାବିଲାରୁ ଆରମ୍ଭ କରିବ। ମାତ୍ର ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଦୁଃଖଦ ଖବର। କୋଲକାତା ନାଇଟ୍ ରାଇଡର୍ସ(କେକେଆର) ପାଇଁ ଏବେ ଆଇପିଏଲ୍ରେ ଖେଳୁଥିବା ‘ମିଷ୍ଟ୍ରି ସ୍ପିନର’ ବରୁଣ ଚକ୍ରବର୍ତ୍ତୀଙ୍କ ଗୋଇଠି ସମସ୍ୟା ପୁଣି ଥରେ ଦେଖା ଦେଇଛି।