ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିଵୋ ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସାରାରାଜ୍ୟରେ ଗାନ୍ଧୀଜୟନ୍ତୀ ଅବସରରେ ହେଉଥିବା ଗ୍ରାମସଭା ପ୍ରତ୍ୟେକ ପଞ୍ଚାୟତରେ ହେଉଥିବାବେଳେ ଭୁବନ ବ୍ଲକ ଅନ୍ତର୍ଗତ ବାଲିଵୋ ପଞ୍ଚାୟତର ସରପଞ୍ଚ ସନ୍ତୋଷ ଖୁଣ୍ଟିଆ ଏବଂ ପଞ୍ଚାୟତ ଅଧିକାରୀଙ୍କ ମଧ୍ୟରେ ତାଳମେଳ ରହୁନଥିବାରୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନେଇ ଗ୍ରାମସଭା କରୁଥିବା ସମୟରେ ହୋହାଲ୍ଲା ଦେଖିବାକୁ ମିଳିଥିଲା ।ଖବରନେବାରୁ ଜଣାଯାଏ ଗତ ତା ୨୪.୯.୨୦୨୧ରେ ପଞ୍ଚାୟତ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଏ
ଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ରାଜସ୍ୱ ଗ୍ରାମର ଜନସାଧାରଣ, ୱାର୍ଡ ସଭ୍ୟ, ଅଙ୍ଗନବାଡି, ଆଶା ସହିତ ବରିଷ୍ଠ ନାଗରିକଙ୍କୁ ପ୍ରାଧାନ୍ୟ ଥିଲା କିନ୍ତୁ ସରପଞ୍ଚ ସନ୍ତୋଷ ଖୁଣ୍ଟିଆ କୋଭିଡର ଆଳ ଦେଖାଇ ନୋଟିସର ଅବମାନନା କରାଯାଇଛି ବୋଲି କିଛି ଗ୍ରାମବାସୀ ଅଭିଯୋଗ କରିବାସହିତ ସରପଞ୍ଚଙ୍କୁ ଘେରିଥିଲେ ।
ତୁରନ୍ତ ଉପରିସ୍ଥ ଅଧିକାରୀ ମାନେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ଧ୍ୟାନଦେବା ପାଇଁ ଗ୍ରାମବାସୀ ମତପ୍ରକାଶ କରିଥିଲେ ।
ଅବିନାଶ ସାଥୁଆ ମହାପାତ୍ର, ଭୁବନ ।