ସ୍ୱାଧୀନତାର ୭ ଦଶନ୍ଧି ପରେବି ହିନ୍ଦୋଳ ଏନ ଏ ସି ଆଲୁସିଂ ବରଗୁଜକୁ ନାହିଁ ରାସ୍ତା । ଏହି ଭଳି ଅଭିଯୋଗ ଆସି ପହଞ୍ଚୁଛି ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି 15 no ୱାର୍ଡର ଆଳୁସିଂ ବରଗୁଜ ଗ୍ରାମରୁ। ହିନ୍ଦୋଳ ଏନ ଏ ସି ଗଠନ ହେବା ଠାରୁ ଏପର୍ଯ୍ୟନ୍ତ ଲିଖିତ ଓ ମୌଖିକ ଭାବରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଏନ ଏ ସି ପ୍ରଶାସନ ଓ ଲୋକପ୍ରତିନିଧି ଏବଂ ଉପଜିଲ୍ଲାପାଳ ଙ୍କୁ କୌଣସି ସୁଫଳ ମିଳିପାରି ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଯାହାଫଳରେ ଆଲୁସିଂ ବରଗୁଜ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ବୃଦ୍ଧି ପାଉଥିବାର ଜଣାପଡିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏମିତିକି କୌଣସି ଜରୁରୀକାଳୀନ ସମସ୍ୟା କାହାର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡି ଗଲେ ହଠାତ 108 ଆମ୍ବୁଲାନ୍ସ ଟିଏ ଗ୍ରାମକୁ ପହଞ୍ଚିବl ବହୁ ଅସୁବିଧା ହେଉଛି। ଆଲୁସିଂ ବରଗୁଜ ଗ୍ରାମରେ ଯଦି କେବେ ଜରୁରୀ ସମସ୍ୟା ଉପୁଜେ ଗାଁକୁ ଦମକଳ ଗାଡି ଟିଏ କାଦୁଅ ରାସ୍ତାରେ ଆସି ପାରେ ନାହିଁ।
ଉକ୍ତ ଗ୍ରାମର ନିକଟରେ ଥିବା ଅଙ୍ଗନlୱାଡି ଓ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ମାନେ କାଦୁଅ ରାସ୍ତାରେ ଯିବାପାଇଁ ବହୁ ଅସୁବିଧାର ସର୍ମୁଖୀନ ହେଉଥିବା କଥା ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅଭିଯୋଗ ମୁତାବକ ନିର୍ବାଚନ ସମୟରେ ତାଙ୍କ ଗ୍ରାମକୁ ସ୍ଥାନୀୟ ନେତା ଓ ଲୋକପ୍ରତିନିଧି ଆସି ଆମକୁ ଭୋଟ ଦୀୟ ଗ୍ରାମର ସବୁ ସମସ୍ୟା ଦୂର କରିଦେବୁ କହି ବଡ଼ ବଡ଼ ପ୍ରତି ସୃତି ଦେଇ ଭୁଲି ଯାନ୍ତି ଏବଂ ତା ପରେ ପାଦ ପଡେ ନାହିଁ କି ଦୃଷ୍ଟି ଦୀୟନ୍ତି ନାହିଁ। ଏହି ସମସ୍ୟା ବାବଦରେ ହିନ୍ଦୋଳ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଗଜାନନ ପ୍ରଧାନଙ୍କୁ ସେ କୁହନ୍ତି ଏହି ରାସ୍ତା ସମସ୍ୟା ସତ କିନ୍ତୁ କାଉନସିଲ ବଡିରେ ଅlପ୍ରଭାଲ ହେଲାପରେ ଟେଣ୍ଡର ଛଡା ଯିବ, ତାହା ପରେ ଯଥା ସମ୍ଭବ ୨ ମାସ ଭିତରେ କାମ ସlରିବlକୁ କହିଥିଲେ। ଏହି ରାସ୍ତା ସମସ୍ୟାକୁ ପ୍ରଶାସନ କେବେ ସମାଧାନ କରୁଛନ୍ତି ତାହା ଦେଖିବlକୁ ବାକି ରହିଲା। ଢେ଼ଙ୍କାନାଳ ହିନ୍ଦୋଳରୁ ସୁଜିତ କୁମାର ବେହେରା ଙ୍କ ରିପୋର୍ଟ NNS ଓଡ଼ିଆ