ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଜନ୍ମ-ଜୟନ୍ତୀ ଉପଲକ୍ଷେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।
୨- ଭାରତ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛି। ଆଗାମୀ ସପ୍ତାହକ ମଧ୍ୟରେ ୧୦୦ କୋଟି ଲୋକଙ୍କ ଟିକାକରଣ ଲକ୍ଷ ହାସଲ ହେବାକୁ ଯାଉଛି। ଦେଶରେ ଆଜି ସୁଦ୍ଧା ୮୯ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ହୋଇଥିବା ବେଳେ ଆଉ ୧୧ କୋଟି ପାଇଁ ୮ ଦିନ ସମୟ ଧାର୍ଯ୍ୟ କରାଯାଇଛି।
୩- ୭୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍।
ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ପ୍ରାୟ ୧୦ ମାସ ହେଲା ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡ଼ିକ ଉପରେ ସୁପ୍ରିମ କୋର୍ଟ ଶୁକ୍ରବାର ଭୀଷଣ ବିରକ୍ତ ହୋଇଛନ୍ତି। ସେମାନେ ପୂରା ସହରର ତଣ୍ଟିକୁ ଚିପି ଦେଇଛନ୍ତି ଏବଂ ରାଜପଥକୁ ବନ୍ଦ କରିଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ ଦେଇଛନ୍ତି।
୫-ଆଜି ସାରା ଦେଶ ମହାତ୍ମା ଗାନ୍ଧି ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ରାଜଘାଟସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଏବଂ ବିଜୟଘାଟସ୍ଥିତ ଶାସ୍ତ୍ରିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
୬-ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୭୮ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
୭-ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବିଙ୍କ ଜୀବନି, ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଚେୟାର
୮-ଲାଲଗଡରେ ଥମିବ ନକ୍ସଲଙ୍କ ଆତଙ୍କ । ମାଓ ଇଲାକାରେ ଆଗକୁ ବଢିବ ସରକାରଙ୍କ ବିକାଶମୂଳକ କାମ । ଏହି ଲକ୍ଷ୍ୟ ନେଇ ଛତିଶଗଡ ବସ୍ତର ଇଲାକାରେ ଗଠନ ହେବାକୁ ଯାଉଛି ବସ୍ତରିଆ ଟାଇଗର ବାଟାଲିୟନ ।
୯-ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ସୁନୀଲ ସେଟ୍ଟୀ। ଫିଲ୍ମ ପରେ ଏବେ ଡିଜିଟାଲ ଦୁନିଆରେ ପାଦ ରଖିଛନ୍ତି ନବେ ଦଶକର ଏହି ଆକ୍ସନ୍ ହିରୋ। ୱେବ୍ ସିରିଜ୍ ‘ଇନ୍ ଭିଜିବଲ ଓମ୍ୟାନ୍’ ଜରିଆରେ ନିଜ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୁନୀଲ
୧୦-ଚଳିତ ଆଇପିଏଲ୍-୧୪ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । କ୍ୟାପିଟାଲ୍ସକୁ ହରାଇ ଦଳ ପ୍ଲେ-ଅଫ୍ ଦୌଡ଼ରେ ଆଉ ପାଦେ ଆଗକୁ ବଢ଼ିବା ଲକ୍ଷ୍ୟରେ ରହିଛି ।