ତାଲିବାନୀ ସରକାରରେ ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ । ଏପରି ନୂଆ ନିୟମ ଆଣି ପୁଣି ବିକୃତ ମାନସିକତା ଦେଖାଇଲା ତାଲିବାନ୍ । ଆଫଗାନିସ୍ତାନ ଦଖଲ ପରଠାରୁ ହିଁ ତାଲିବାନ ମହିଳାଙ୍କ ପାଇଁ ବିଭିନ୍ନ ନିୟମ ପ୍ରଣୟନ କରିଛି ।ତେବେ ବର୍ତ୍ତମାନ ମହିଳାଙ୍କୁ ଗାଢ ରଙ୍ଗର ପୋଷାକ ପିନ୍ଧିବାକୁ ବାରଣ କରାଯାଇଥିବା ବେଳେ ପର୍ଫ୍ୟୁମ ବ୍ୟବହାର ନକରିବାକୁ ମଧ୍ୟ କୁହାଯାଇଛି । କେବଳ ଏତିକି ନୁହେଁ ବରଂ ମହିଳାଙ୍କ ଚାଲିବା ଶଦ୍ଦ ଦ୍ୱାରା ଯେପରି କୌଣସି ପୁରୁଷଙ୍କ ଦୃଷ୍ଟି ଆକର୍ଷଣ ନ ହେବ, ସେନେଇ ମହିଳାମାନଙ୍କୁ ଲଙ୍ଗ୍ ବୁଟ୍ ତଥା ହାଇ ହିଲ୍ ପିନ୍ଧିବା ଉପରେ ରୋକ୍ ଲଗାଯାଇଛି । ତାଲିବାନୀ ନିୟମ ଅନୁସାରେ, ମହିଳାମାନେ ସର୍ବସାଧାରଣରେ କୌଣସି କାର୍ଯ୍ୟ କରିପାରିବେ ନାହିଁ । ଏମିତିକି ମହିଳାଙ୍କ ପିନ୍ଧିବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର କାର୍ଯ୍ୟକଳାପ ପର୍ଯ୍ୟନ୍ତ ସବୁଥିରେ ଅନେକ ପ୍ରକାରର କଟକଣା ଲାଗାଇଛି । ଯେପରିକି ମହିଳାମାନେ ସର୍ବସାଧାରଣରେ ଥଟ୍ଟା ମଜା କରିପାରିବେ ନାହିଁ , ଏକାକୀ ଘର ବାହାରକୁ ଯାଇପାରିବେ ନାହିଁ । ସେମାନେ କେବଳ ଜଣେ ପୁରୁଶଙ୍କ ସହ ହିଁ ଘରୁ ବାହାରକୁ ଯାଇପାରିବେ । ଏହାସହ ସେମାନେ ନିଜକୁ ସମ୍ପୂର୍ଣ୍ଣ ରୂପେ ଘୋଡାଇ ରଖିବେ ।ସେହିପରି ପୁରୁଷ ଦୋକାନୀମାନ ଙ୍କଠାରୁ କୌଣସି ସାମଗ୍ରୀ କିଣିପାରିବେ ନାହିଁ । ଚିକିତ୍ସା ପାଇଁ କେବଳ ମହିଳା ଡାକ୍ତରଙ୍କ ପାଖକୁ ହିଁ ଯାଇପାରିବେ ହେଲେ ପୁରୁଷ ଡାକ୍ତରଙ୍କ ପାଖକୁ ଯାଇପାରିବେ ନାହିଁ ।ଏହିଭଳି ହିନ ମାନସିକତା ଦୃଷ୍ଟିରେ ମହିଳା ମାନଙ୍କ ପାଇଁ କଟକଣା ଜାରି କରାଯାଇଛି।ମହିଳାମାନେ କୌଣସି କସ୍ମେଟିକ୍ ବ୍ୟବହାର କରିପାରିବେ ନାହିଁ । ପୁରୁଷ ମାନଙ୍କ ସହ ହାତ ମିଳାଇବା ତଥା ଜୋରେ ହସିପାରିବେ ନାହିଁ ।ଟ୍ୟାକ୍ସିରେ ଯାଇପାରିବେ ନାହିଁ । ଏହା ବ୍ୟତୀତ ମହିଳାମାନଙ୍କ ପାଇଁ ବାଇକ୍, ସାଇକେଲ ଚଲାଇବା ଓ କ୍ରୀଡା ଉପରେ ମଧ୍ୟ ପ୍ରଇବନ୍ଧକ ଲାଗାଯାଇଛି । ଏହାସହ ନଦୀରେ ପୋଷାକ ଧୋଇ ପାରିବେ ନାହିଁ କିମ୍ବା ବାଲକୋନି ଏବଂ ଝରକାରୁ ଦେଖିପାରିବେ ନାହିଁ । ଏମିତିକି କୌଣସି ବିଜ୍ଞାପନରେ ମଧ୍ୟ ମହିଳା ରହିପାରିବେ ନାହିଁ । ଏବଂ ମହିଳାମାନେ ପୁରୁଷଙ୍କ ସହ ଗୀତ ଶୁଣିପାରିବେ ନାହିଁ । ଏହାସହ ସର୍ବସାଧାରଣରେ ଟିଭି, ଚଳଚ୍ଚିତ୍ର ଇତ୍ୟାଦି ମଧ୍ୟ ଦେଖିପାରିବେ ନାହିଁ ।
#Afghanistan #Taliban #NNSODIA