ପୁଣି ବଡ ପରଦାରେ ଏକାଠି ଅଭିନୟ କରିବେ ଜନ୍ ଆବ୍ରାହମ୍ ଓ ଅଭିଷେକ ବର୍ଚ୍ଚନ । ଗତବର୍ଷ ଜାନୁଆରୀରେ ମୁକ୍ତିଲାଭ କରିଥିବା ମାଲାୟଲମ୍ ଚଳଚ୍ଚିତ୍ର ‘ଅୟପ୍ପନମ୍ କୋସିୟମ୍’ର ହିନ୍ଦୀ ରି-ମେକରେ ଏ ଦୁହେଁ ଧମାଲ କରିବେ । ଚଳଚ୍ଚିତ୍ରର କପିରାଇଟ୍ ରିଲିଜ୍ ହେବାର ଦୁଇମାସ ମଧ୍ୟରେ ଜନ୍ କିଣି ସାରିଥିଲେ । ତେବେ କରୋନା ଯୋଗୁଁ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇପାରିନଥିଲା । ଏବେ ଧୀରେ ଧୀରେ ସବୁକିଛି କୋହଳ ହେଉଥିବାରୁ ସୁଟଂ ଆରମ୍ଭ ପାଇଁ ଜନ୍ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି । ତାଙ୍କ ସହ ଅଗ୍ରଣୀ ଭୂମିକାରେ ଅଭିଷେକ ଅଭିନୟ କରିବେ ବୋଲି ସେ କହିଛନ୍ତି । ତେବେ ‘ଦୋସ୍ତାନା’ ଚଳଚ୍ଚିତ୍ର ପରଠୁ ଜନ୍ ଅଭିଷେକଙ୍କ ଯୋଡି ଆଉ କୌଣସି ପ୍ରୋଜେକ୍ଟରେ ଏକାଠି କାମ କରିବାକୁ ସୁଯୋଗ ସୃଷ୍ଟି କରିଥିଲୋ ମାତ୍ର କାହାଣୀକୁ ନେଇ ଉଭୟ ସନ୍ତୁଷ୍ଟ ନହେବାରୁ ବାଧ୍ୟ ହୋଇ ସେମାନଙ୍କୁ ଚଳଚ୍ଚିତ୍ରରୁ ଓହରିବାକୁ ପଡିଥିଲା । ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍ ଓ ଜାହ୍ନବୀ କପୁରଙ୍କ ନେଇ ଦୋସ୍ତାନା- ୨ କରାଯିବ ବୋଲି ପ୍ରଯୋଜକ କହିଥିଲେ ।