ଆଜିକାଲିକା ଟେକ୍ନୋଲୋଜି ଦୁନିଆରେ କିଛି ବି ସମ୍ଭବ ହେଇଯାଉଚି। କେତେବେଳେ ରୂପ ବଦଳୁଛି ତ, ଆଉ କେତେବେଳେ ରଙ୍ଗ ବି ବଦଳି ଯାଉଚି। ନୀଳ ବର୍ଣ୍ଣ ଶୃଗାଳ କଥା ଶୁଣିଥିବେ। କିନ୍ତୁ କେବେ ନୀଳ ରଙ୍ଗର କୁକୁର କଥା ଶୁଣିଛନ୍ତି କି ? ହଁ ଆଜ୍ଞା ,,,,ଏବେ ସ୍ମାର୍ଟ ମାର୍କେଟରେ ନୀଳ ରଙ୍ଗର କୁକୁର ମଧ୍ୟ ଦେଖିବାକୁ ମିଳୁଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଋଷର ଏକ ସହରରେ। ଏପରି ନୁହଁ କି ସେହି କୁକୁର ରଙ୍ଗ ନୀଳ । ଏହା ପୂର୍ବରୁ କୁକୁର ମାନଙ୍କର ଅନ୍ୟ ରଙ୍ଗଥିଲା। କିନ୍ତୁ ଧିରେ ଧିରେ ତାଙ୍କ ରଙ୍ଗ ପରିବର୍ତ୍ତନ ହୋଇ ନୀଳ ହୋଇଯାଇଛି। ଚାରି ବର୍ଷ ପୂର୍ବେ ଭାରତରେ ମଧ୍ୟ ଠିକ ଏହିଭଳି ଘଟଣା ସାମ୍ନାକୁ ଆସିଥିଲା। ତେବେ ଶୁଣିବାକୁ ମିଳିଛି ଯେ,, ଋଷର ରାଜଧାନୀ ମସ୍କୋରୁ ୩୭୦ କିମି ଦୂରରେ ଥିବା ଜେର୍ସିଙ୍ଗ ନାମକ ସହରରେ ଏକ ଅଚଳ କେମିକାଲ କାରଖାନା ରହିଛି। ଏହି କାରଖାନାରେ ମହଜୁଦ ଥିବା କେମିକାଲ ଯୋଗୁଁ ଏଭଳି ଘଟୁଛି। ଏହି କ୍ଷତିକାରକ କେମିକାଲର ପ୍ରଭାବ କୁକୁରମାନଙ୍କ ଉପରେ ପଡ଼ୁଛି। ଆଉ ଯାହାଫଳରେ କୁକୁରମାନଙ୍କ ରଙ୍ଗରେ ପରିବର୍ତ୍ତନ ହୋଇଯାଉଛି। ହଁ ଦର୍ଶକବନ୍ଧୁ ଏସବୁ ଆମେ କହୁନୁ,,ଏହି ରିପୋର୍ଟ ସରକାରୀ ମିଡିଆ ସଂସ୍ଥାନର ରିୟା ନୱୋସ୍ତି ପ୍ରସ୍ତୁତ କରିବା ସହ ସମସ୍ତଙ୍କୁ ସୂଚନା ଦେଇଛନ୍ତି। ଏହାକୁ ନେଇ ପ୍ରାଣୀମାନଙ୍କ ପାଇଁ ଥିବା ସଂସ୍ଥା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ଦ ମସ୍କୋ ଟାଇମ ଅନୁଯାୟୀ ଏହି କାରଖାନା ପୂର୍ବରୁ ହାଇଡ୍ରୋସାଇନିକ ଏସିଡ, ପ୍ଲେକ୍ସିଗ୍ଲାସ ଉତ୍ପାଦନ କରୁଥିଲା। ସେଥିପାଇଁ ଏଠାରେ ପାଣିରେ ହୀଇଡ୍ରୋଜେନ ସାଇନାଇଡ ମିଶି ଯାଇଛି। ଏହା ଏକ ବହୁତ କ୍ଷତିକାରକ ରସାୟନ। ତେବେ ବୈଜ୍ଞାନିକମାନେ କହିଛନ୍ତି କୁକୁରଙ୍କ ଶରୀରର ରଙ୍ଗ ପରିବର୍ତ୍ତନ କପରସଲ୍ଫେଟ ନାମକ ରସାୟନିକ ପଦାର୍ଥ କାରଣରୁ ହେଉଛି । ଏହି ରସାୟନଟି ବିଭିନ୍ନ ଔଦ୍ୟୋଗିକ କ୍ଷେତ୍ରରେ ବ୍ୟବହାର ହୋଇଥାଏ। ତେବେ ଏପର୍ୟ୍ୟନ୍ତ ବୈଜ୍ଞାନିକମାନେ କୁକୁର ନୀଳରଙ୍ଗ ହେବାର ସଠିକ କାରଣ ଖୋଜି ପାଉନାହାନ୍ତି। ଯାହାଦ୍ଵାରା ଏହା କୁକୁରଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ହ୍ୟୁମାନ ସୋସାଇଟି ଇଣ୍ଟରନେସନାଲ କମ୍ପାନିୟନ ଅଫ୍ ଏନିମାଲ ସଂସ୍ଥାର ଭାଇସ୍ ପ୍ରେସିଡେଣ୍ଟ କେଲି ଓମାର କହିଛନ୍ତିଯେ,ଏହା ଏକ ବିଶେଷ ପ୍ରକାର ରଙ୍ଗ ଯାହାର ସିଧାସଳଖ ସଂସ୍ପର୍ଶରେ ଆସିବା ଦ୍ୱାରା କୁକୁରମାନଙ୍କର ରଙ୍ଗ ବଦଳି ଯାଉଛି। ଏହାସହ ସେମାନଙ୍କ ଉପରେ ବିଷାକ୍ତ ପ୍ରଭାବ ମଧ୍ୟ ପଡ଼ୁଛି। ଏହାଦ୍ୱାରା କୁକୁର ଚର୍ମରେ ପୋଡ଼ା ଜଳା, କୁଣ୍ଢାଇହେବା,ଶରୀର ଭିତରେ ରକ୍ତସ୍ରାବ ଇତ୍ୟାଦି ହୋଇଥାଏ। ଯାହାଦ୍ୱାରା ବହୁତ କୁକୁର ମୃତ୍ୟ ବରଣ କରିଛନ୍ତି। ଏଵଂ ଯେହେତୁ ଏହି ଅଞ୍ଚଳ ବରଫାବୃତ ଅଟେ, ଏଠାରେ କେମିକାଲ ଶୀଘ୍ର ଶେଷ ହୋଇପାରେ ନାହି, ଆଉ କୁକୁରମାନଙ୍କ ପ୍ରକୃତି ସେମାନେ ବରଫରେ ଖେଳ କୁଦ କରିବା ସହ ବରଫରେ ଗଡ଼ି ଯାଆନ୍ତି। ଯାହା ଫଳରେ ବରଫରେ ଥିବା କେମିକାଲ କୁକୁରଙ୍କ ଦେହରେ ଲାଗି ତାଙ୍କ ଦେହ ନୀଳ ହୋଇଯାଉଛି।
#BlueDog #NNSODIA