ଆସୁଛି ଆଉ ଏକ ଲଘୁଚାପ ଡିଆମୁ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆଜି ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏହି ଲଘୁଚାପ ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପିଛି । ଯାହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଇଏମଡି ପକ୍ଷରୁ କୁହାଯାଇଛି । ସ୍କାଏମେଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ , ଗତ ସପ୍ତାହରେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇ ଭିଏତନାମରେ ତୀଵ୍ର ବାତ୍ୟାର ରୂପ ନେବା ପରେ ଡିଆମୁ ଏବେ ଦୁର୍ବଳ ହୋଇ ବଙ୍ଗୋପସାଗର ପ୍ରବେଶ କରି ଏକ ଲଘୁଚାପରେ ପରିଣତ ହୋଇଛି । ଯାହା ଏବେ ଓଡ଼ିଶା ମୁହାଁ ହେବାରେ ଲାଗିଛି । ତେବେ ଗୁଲାବ ବାତ୍ୟା ପରି ଏତେଟା ଶକ୍ତିଶାଳୀ ନହେଲେ ମଧ୍ୟ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବର୍ତ୍ତମାନ ଦେଶର ଉଭୟ ପୂର୍ବ ଓ ପଶ୍ଚିମ ପଟେ ଦୁଇଟି ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି ।କାରଣ ଦକ୍ଷିଣ ଓଡ଼ିଶାରେ ଧ୍ବଂସଲୀଳା ରଚାଇଥିବା ଗୁଲାବ ବାତ୍ୟା ଏବେ ଆରବ ସାଗରରେ ପ୍ରବେଶ କରି ଏକ ଲଘୁଚାପରେ ପରିଣତ ହୋଇଛି ।
#Cyclone #Diamu #NNSODIA