ଆମାଜନ ବ୍ରାଇବେରୀ କେସ, ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା , କିନ୍ତୁ ଆପଣ ଠିକ ଶୁଣିଛନ୍ତି। ଆପଣ ଅନଲାଇନରେ ଆମାଜନରୁ କିଛିନା କିଛି କିଣିଥିବେ । ବିଶ୍ଵର ସବୁଠାରୁ ବଡ଼ ଇ-ରିଟେଲର ଆମାଜନ ଏକ ବହୁ ଦେଶୀୟ କମ୍ପାନୀ ବା ଏମଏନସି ଯାହା ଭାରତର ଘରେ ଘରେ ଏକ ପରିଚିତ ବ୍ରାଣ୍ଡ । ଏବେ ବେସ ଚର୍ଚ୍ଚିତ ଲାଞ୍ଚ କାରବାର ଘୋଟଲା କୁ ନେଇ। ତେବେ ଏହା କେତେଦୂର ସତ୍ୟ ତାହା ତ ସମୟ କହିବା । ତେବେ ଚାଲନ୍ତୁ ଜାଣିବା କଣ ଏହି ଲାଞ୍ଚ କାରବାର ଘଟଣା ଟି? କିଏ କେତେ ପଇସା କେଉଁ ବାବଦରେ ଲାଞ୍ଚ ନେଇଥିଲେ?
ଜାଣିବା ପାଇଁ ଦେଖନ୍ତୁ ଆମର ଏହି ଭିଡ଼ିଓଟି ଓ ଏ ପରି ଖବରକୁ ସେୟାର କରିବା ପାଇଁ ଭୁଲନ୍ତୁ ନାହିଁ। ସେୟାର କରିବା ପୂର୍ବରୁ nns odia କୁ ଲାଇକ ଓ ସାଵସକ୍ରାଇବ ନିଶ୍ଚେ କରନ୍ତୁ।
ଦର୍ଶକବନ୍ଧୁ କିଛି ଦିନ ତଳେ ବଲିଉଡରେ କେତେକ ଫିଲ୍ମ ତିଆରି ହୋଇଥିଲା। କର୍ପୋରେଟ, ଗୁରୁ ଇତ୍ୟାଦି। ସେଠି କର୍ପୋରେଟ ଦୁନିଆରେ କଣ ସବୁ ଚାଲେ ଉଣା ଅଧିକେ ସମସ୍ତେ ଜାଣିଥିବେ । ହେଲେ ଆମାଜନର ଲାଞ୍ଚ କାରବାର ସବୁ ସୀମା ଟପିଯାଇଛି। ଅତୀତରେ ଘଟିଥିବା ସବୁ ସ୍କାମଠାରୁ ବଡ଼ ବୋଲି ଲାଗୁଛି ଏହି ସ୍କାମ। ୨୦୧୮ ରୁ ଆଜିପର୍ଯ୍ୟନ୍ତ ପ୍ରାୟ ୮୫୦୦ କୋଟିରୁ ଉର୍ଧ୍ଵ ଟଙ୍କା ଖର୍ଚ୍ଚ କରିଛି ଲିଗାଲ ପେମେଣ୍ଟ ବାବଦରେ ଆମାଜନ। ସୂଚନା ଅନୁସାରେ, ଆମେରିକାର ଇ-କମର୍ସ ଜିଆଣ୍ଟ ଆମାଜନ, ଯାହା ଭାରତରେ ଏହାର ଲିଗାଲ ପ୍ରତିନିଧୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଲାଞ୍ଚର ଯାଞ୍ଚ କରୁଛି । ୨୦୧୮ ରୁ ୨୦୨୦ ମସିହାରେ ଦେଶରେ କମ୍ପାନୀ ତାର ବ୍ୟବସାୟ ବଜାୟ ରଖିବା ପାଇଁ ପ୍ରାୟ ୮,୫୪୬କୋଟି ବା ୧.୨ ବିଲିୟନ ଡଲାର ଖର୍ଚ୍ଚ କରିଛି। ଫାର୍ମର ପବ୍ଲିକ ଆକାଉଣ୍ଟ ଫାଇଲିଂ ବିଷୟରେ ଅବଗତ ଥିବା ସୂତ୍ରରୁ ପ୍ରକାଶ ଯେ ଆମାଜନର ସଂସ୍ଥା ସମୁହ – ଆମାଜନ ରିଟେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍, ଆମାଜନ ସେଲର ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍, ଆମାଜନ ଟ୍ରାନ୍ସପୋର୍ଟ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍, ଆମାଜନ ହୋଲସେଲ (ଭାରତ) ପ୍ରାଇଭେଟ ଲିମିଟେଡ୍ ଏବଂ ଆମାଜନ ଇଣ୍ଟରନେଟ୍ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ (AWS) – ୨୦୧୮-୧୯ ମଧ୍ୟରେ ଭାରତରେ ୩,୪୨୦କୋଟି ଏବଂ ୨୦୧୯-୨୦ ମଧ୍ୟରେ, ୫,୧୨୬ କୋଟି ଓକିଲାତି , ଲିଗାଲ କନ୍ସଲଟିଙ୍ଗ ଫି ବାବଦରେ ଖର୍ଚ୍ଚ କରିଛି | ଫ୍ୟୁଚର ଗ୍ରୁପ ଅଧିଗ୍ରହଣକୁ ନେଇ ଆମାଜନ ଏକ ଆଇନଗତ ବିବାଦରେ ଫସିଛି ଏବଂ କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ (ସିସିଆଇ) ଦ୍ୱାରା ଯାଞ୍ଚର ସମ୍ମୁଖୀନ ହୋଇଛି। ଅପରପକ୍ଷରେ କମ୍ପାନୀ ଲିଗାଲ ଫି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିବାବେଳେ ବ୍ୟବସାୟୀ ସଂସ୍ଥା CAIT ଦାବି କରିଛି ଯେ ଆମାଜନ ଏହାର ଆୟର ୨୦% ଲାଭାଂଶ ଓକିଲଙ୍କ ପାଇଁ ଲିଗାଲ ଫିସ ବାବଦରେ ଖର୍ଚ୍ଚ କରିବା କେତେଦୂର ଯଥାର୍ଥ। CAITର ଜାତୀୟ ସଚିବ ପ୍ରବୀଣ ଖଣ୍ଡେଲୱାଲ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ଯେ, ୪୫୦୦୦ କୋଟି ବାର୍ଷିକ କାରବାର ଉପରେ ୮୫୪୬ କୋଟିର ଲିଗାଲ ଫି ଖର୍ଚ୍ଚ ହୋଇଥିବା ପରିମାଣ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଆମାଜନ ଏବଂ ଏହାର ସହାୟକ କମ୍ପାନୀମାନେ କିପରି ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ପାଇଁ ସେମାନଙ୍କ ଆର୍ଥିକ ବଳକୁ ଅପବ୍ୟବହାର କରୁଛନ୍ତି। ଏଥିପାଇଁ ସେ ସିବିଆଇ ତଦନ୍ତ ଦାବି କରିଛନ୍ତି। ମନ ଡେ ମର୍ନିଂ ପ୍ରସଙ୍ଗର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତୀୟ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଆମାଜନ ଏହାର କିଛି ଆଇନ ପ୍ରତିନିଧୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଏହାର ବରିଷ୍ଠ କର୍ପୋରେଟ୍ ପରାମର୍ଶଦାତା ରାହୁଲ ଙ୍କୁ ଏହି ପ୍ରସଙ୍ଗରେ ଛୁଟିରେ ପଠାଯାଇଥିବା ଜଣାଯାଇଛି। କମ୍ପାନୀ କହିଛି ଯେ ଲାଞ୍ଚ ପାଇଁ ସେମାନେ ଜ଼ୀରୋ ଟଲରେନ୍ସ ନୀତି ଅପଣାଇଥାନ୍ତି । ତେବେ ଏହି ମାମଲାରେ କେତେ ପାରଦର୍ଶିତାର ସହିତ କମ୍ପାନୀ କରିବ ତାହା ଦେଖିବାକୁ ବାକି ଅଛି । କମ୍ପାନୀ ର ଦାବି ଆନୁସାରେ ଅନୁପଯୁକ୍ତ କାର୍ଯ୍ୟର ଅଭିଯୋଗକୁ ଗମ୍ଭୀରତାର ସହ ନେଇଥାଏ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ଯାଞ୍ଚ କରିଥାଏ ଆମାଜନ । ଏହି ଅଭିଯୋଗକୁ ସ୍ୱୀକାର କିମ୍ବା ଅସ୍ୱୀକାର କରିନଥିବା ବେଳେ ଆମାଜନ କହିଛି ଏଥିରେ ଦୁର୍ନୀତି ପାଇଁ ଶୂନ୍ୟ ସହନଶୀଳତା ପଲିସି ରହିଛି। ଆମାଜନ- ୟୁଏସ୍ ଫାର୍ମ ମଧ୍ୟ ଫ୍ୟୁଚର ଗ୍ରୁପ୍ ସହିତ ଏକ ଆଇନଗତ ବିବାଦରେ ଛନ୍ଦି ହୋଇଛି। ଆମାଜନ, ଫ୍ୟୁଚର ଗ୍ରୁପ୍ ଏବଂ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ ମଧ୍ୟରେ ହୋଇଥିବା ୨୪,୭୧୩ କୋଟି ଅଧିଗ୍ରହଣ ଚୁକ୍ତିକୁ ବିରୋଧ କରୁଛି ଏବଂ ଫ୍ୟୁଚର ଗ୍ରୁପକୁ ସିଙ୍ଗାପୁର ଆନ୍ତର୍ଜାତୀୟ ଆର୍ବିଟ୍ରେସନ୍ ସେଣ୍ଟର (SIAC) କୁ ଟାଣି ନେଇଛି | ତେବେ ଯଦି ଉକ୍ତ ଲାଞ୍ଚ କାରବାର ସତ ହୋଇଥାଏ ସରକାରଙ୍କୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡିବ। ବାବୁମାନଙ୍କ ମୁଖା ଖୋଲି ଦୁର୍ନୀତିର ପର୍ଦାଫାସ କରିବାକୁ ପଡିବ। ତେବେ ଆମେ କିଛି ପ୍ରଶ୍ନ ଦର୍ଶକମାନଙ୍କ ପାଇଁ ଛାଡୁଛୁ । ତଳେ କମେଣ୍ଟରେ ନିଶ୍ଚୟ ମତାମତ ଦିଅନ୍ତୁ। ଆମାଜନ ୨୦ ପ୍ରତିଶତ ଲିଗାଲ ଫି ନାମରେ ଦେଶର ରାଜସ୍ୱ ଓ କର ଲୁଟ କରୁନାହିଁ ତ ???
Dont forget to like share subscribe NNS Odia on YouTube, Facebook, LTweeter, Instagram . ହଁ ଲଗାତାର ଖବର ପାଇଁ ଲଗ ଇନ କରନ୍ତୁ www.nnsodia.com ରେ।
ନମସ୍କାର
#Amazon #NNSODIA