ପଞ୍ଜାବ ରାଜନୀତିରେ ଆସିଛି ନୂଆ ମୋଡ । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନେବା ପରେ ଆଜି ଅମରିନ୍ଦର ସିଂ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟୁଛନ୍ତି । ଅମିତ ଶାହାଙ୍କୁ ଭେଟିବା ପରେ ପରେ ଅନ୍ୟ ବିଜେପି କର୍ମୀଙ୍କୁ ଭେଟିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଅମରିନ୍ଦର ସିଂଙ୍କର ଏହି ସାକ୍ଷାତକାର ଏବେ ପଞ୍ଜାବ ରାଜନୀତିରେ ହାଇଚଇ ସୃଷ୍ଟି କରିଛି । କାରଣ ଜଣଙ୍କ ପରେ ଜଣେ ଅନେକ ତୁଙ୍ଗ ନେତା ଧୀରେ ଧୀରେ ବିଜେପିରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି । ଏବଂ ଧୀରେ ଧୀରେ ବିଜେପି ଦେଶରେ ନିଜର ପତିଆରା ବଢ଼ାଇବାରେ ମଧ୍ୟ ଲାଗିଛି । ଏବେତ ପଞ୍ଜାବରେ ମଧ୍ୟ ବିଜେପିର ଚିହ୍ନ ଦେଖାଯିବା ଆଉ ବେଶୀ ଦିନ ନୁହଁ । ତେବେ ଆଜିର ଏହି ସାକ୍ଷାତକାର ଅମରିନ୍ଦର ସିଂଙ୍କ ବିଜେପି ମୁହାଁ ହେବାର ଏକ ସଂକେତ ନୁହଁ ତ । ଯଦି ଏପରି ହୋଇଥାଏ ତେବେ ନିଶ୍ଚିତ ଭାବେ ନବଜ୍ୟୋତ୍ ସିଂ ସିଦ୍ଧୁଙ୍କର ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଏବେ ବିପଦରେ ।
ବିଗତ ଦିନରେ ପଞ୍ଜାବରେ ନବଜୋତ ସିଂ ସିଦ୍ଧୁଙ୍କ ସହ ବିବାଦ ପରେ ଅମରିନ୍ଦର ସିଂ ସିଏମ ପଦରୁ ଇସ୍ତଫା ଦେଇଥିଲେ । ଦଳ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଆହୁରି ମଧ୍ୟ ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଅନଭିଜ୍ଞ ବୋଲି କହିବା ସହିତ ସେମାନଙ୍କର ପରାମର୍ଶଦାତା ସେମାନଙ୍କୁ ସ୍ପଷ୍ଟ ଭାବରେ ବିଭ୍ରାନ୍ତ କରୁଥିବା ପ୍ରକାଶ କରିଛନ୍ତି ।
ତେବେ ଅମରିନ୍ଦର ସିଂ କହିଛନ୍ତି ଯେ ଆଗାମୀ ନିର୍ବାଚନ ପୂର୍ବରୁ ସେ ନବଜୋତ ସିଦ୍ଧୁଙ୍କ ବିରୋଧରେ ଜଣେ ମଜଭୁତ ପ୍ରାର୍ଥୀ ଛିଡ଼ା କରାଇବେ ଏବଂ ତାଙ୍କୁ କୌଣସି ମୂଲ୍ୟରେ ମୁଖ୍ୟମନ୍ତ୍ରୀ ହେବାକୁ ଦେବେ ନାହିଁ ।
ଆଜିର ଏହି ସାକ୍ଷାତକାର ଆଉ ଏହାର ଆରମ୍ଭ ନୁହେଁତ ।
#Delhi #AmarinderSingh #AmitShah #NNSODIA