ଅକ୍ଟୋବର ୧ ରୁ ଦିଲ୍ଲୀରେ କାର୍ଯ୍ୟକାରୀ ହେବ ନୂତନ ନିୟମ | ପେନ୍ସନ୍ ନିୟମ ପରିବର୍ତ୍ତନ ଠାରୁ ଆରମ୍ଭ କରି ବ୍ୟାଙ୍କ ଚେକ୍ ବୁକ୍ ସମ୍ବନ୍ଧୀୟ ନିୟମରେ ଏହି ପରିବର୍ତ୍ତନ ସାଧାରଣ ଜନତାଙ୍କର ଦୈନନ୍ଦିନ ଜୀବନକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ | ତେବେ ଆଗାମୀ ଦିନରେ ଏହି ନିୟମ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଲାଗୁ ହୋଇପାରେ । ତେଣୁ, ପ୍ରତ୍ୟେକଙ୍କୁ ଏହି ତାଜା ନିର୍ଦ୍ଦେଶାବଳୀ ବିଷୟରେ ସଚେତନ ରହିବା ନିହାତି ଜରୁରୀ |
ପ୍ରଥମତଃ (1.) ପେନ୍ସନ୍ ନିୟମରେ ପରିବର୍ତ୍ତନ: ଅର୍ଥାତ ଅକ୍ଟୋବର ୧ ଠାରୁ, ୮୦ ବର୍ଷରୁ ଅଧିକ ବୟସର ପେନ୍ସନ୍ଭୋଗୀମାନେ ମୁଖ୍ୟ ପୋଷ୍ଟ ଅଫିସର “ଜୀବନ ପ୍ରମାଣ କେନ୍ଦ୍ର” ରେ ଡିଜିଟାଲ୍ ଭାବେ ସେମାନଙ୍କର ସାର୍ଟିଫିକେଟ ଦାଖଲ କରି ପାରିବେ। ଏହି ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିବା ପାଇଁ, ନଭେମ୍ବର ୩୦ ତାରିଖ ସୁଦ୍ଧା ସମୟ ସୀମା ଶେଷ ହେବାକୁ ଥିବା “ଜୀଭନ୍ ପ୍ରାମାନ କେନ୍ଦ୍ର” ର ID ଗୁଡିକୁ ପୁନଃ ସକ୍ରିୟ କରିବାକୁ ଭାରତୀୟ ଡାକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
(୨) ଚେକ୍ ବୁକ୍ ନିୟମ ପରିବର୍ତ୍ତନ: ଆସନ୍ତା ମାସର ପ୍ରଥମ ଦିନରେ ପୁରୁଣା ଚେକ୍ ବୁକ୍ ଏବଂ ତିନୋଟି ବ୍ୟାଙ୍କର MICR code (magnetic character Inc Recognition) କୁ ରଦ୍ଧ କରିଦିଆ ଯିବ | ସେଗୁଡ଼ିକ ହେଉଛି: ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଆହ୍ଲାବାଦ ବ୍ୟାଙ୍କ | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସହିତ ମିଶ୍ରିତ ହୋଇଥିବା ଓରିଏଣ୍ଟାଲ ବ୍ୟାଙ୍କ ଏବଂ ୟୁନାଇଟେଡ୍ ବ୍ୟାଙ୍କ ସୂଚନା ଦେଇଛନ୍ତି ଯେ ଯଦି ଏପର୍ଯ୍ୟନ୍ତ ଉପଡାଟେ ନହୋଇଥାଏ ତେବେ ପୁରୁଣା ଚେକ୍ ବୁକ୍ ଏବଂ ପୂର୍ବରୁ ଥିବା MICR ଏବଂ IFS (ଇଣ୍ଡିଆନ୍ ଫାଇନାନ୍ସିଆଲ୍ ସିଷ୍ଟମ୍) କୋଡ୍ ବନ୍ଦ ହୋଇଯିବ।
(3.) ଅଟୋ ଡେବିଟ୍ ସୁବିଧା ନିୟମରେ ପରିବର୍ତ୍ତନ: ଅକ୍ଟୋବର 1 ରୁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ନିର୍ଦ୍ଦେଶ ଅନୁଯାୟୀ, ଡେବିଟ୍ / କ୍ରେଡିଟ୍ କାର୍ଡରୁ ଅଟୋ-ଡେବିଟ୍ ସୁବିଧାଗୁଡ଼ିକରେ ପରିବର୍ତ୍ତନ କରାଯିବ। ଯେଉଁଥିରେ ଗ୍ରାହକଙ୍କ ଅନୁମୋଦନ ବିନା ଓଭର-ଟପ୍ (OTT) ପ୍ଲାଟଫର୍ମଗୁଡିକରେ ସଦସ୍ୟତା ପାଇଁ ଗ୍ରାହକଙ୍କୁ ମାସିକ ଦେୟ ଦେବାକୁ ପଡ଼ିବ ନାହିଁ | ଏହି ପରିପ୍ରେକ୍ଷୀରେ ଦେୟ ବାବଦରେ ୨୪ ଘଣ୍ଟା ପୂର୍ବରୁ ଗ୍ରାହକଙ୍କୁ ମେସେଜ ପଠାଯିବ ଏବଂ କେବଳ ଗ୍ରାହକଙ୍କ ଅନୁମୋଦନ ପରେ ହିଁ ଏହା କାର୍ଯ୍ୟକାରୀ ହୋଇ ପାରିବ |
(4.) ବିନିଯୋଗ ନିୟମ ପରିବର୍ତ୍ତନ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଦ୍ୱାରା ଘୋଷିତ ହୋଇଛି ଯେ ପରିଚାଳନା ଅଧୀନରେ ସମ୍ପତ୍ତିରେ କାର୍ଯ୍ୟ କରୁଥିବା କନିଷ୍ଠ କର୍ମଚାରୀମାନେ ସେମାନଙ୍କ ମୋଟ ବେତନର ୧୦ ପ୍ରତିଶତ ମ୍ୟୁଚୁଆଲ୍ ଫଣ୍ଡର ୟୁନିଟ ରେ ବିନିଯୋଗ କରିବେ । ଅକ୍ଟୋବର ୨୦୨୩ ରୁ ଏହା ମୋଟ ବେତନର ୨୦ ପ୍ରତିଶତକୁ ବୃଦ୍ଧି ପାଇବ |
#Delhi #NNSODIA