କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି । ଯିଏ ବ ଏକଥା କହି ଯାଇଛନ୍ତି, ତାହା ଅକ୍ଷରେ ଅକ୍ଷରେ ସତ । ଆଉ ଦୁନିଆରେ ଏପରି ଆନେକ ଉଦାହରଣ ମଧ୍ୟ ରହିଛି । ଆଉ ଏପରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଶୁଭମ କୁମାର । UPSC ଅଲ ଇଣ୍ଡିଆ ପରୀକ୍ଷାରେ ଟପ୍ପର ହୋଇ ପୁରା ଦେଶରେ ଯୁବ ପିଢ଼ିଙ୍କ ପାଇଁ ଜଣେ ରୋଲ ମଡେଲ ସାଜିଛନ୍ତି ଶୁଭମ । ତେବେ ଆସନ୍ତୁ ଜାଣିବା ତାଙ୍କ ସଫଳତା ପଛର କାହାଣୀ ବିଷୟରେ । ବିହାର କଟିହାର ଗାଁର ଜଣେ ବ୍ୟାଙ୍କ କ୍ୟାସିୟରଙ୍କ ପୁଅ ଶୁଭମ । ଏକ ଛୋଟ ଗାଁର ସରକାରୀ ସ୍କୁଲରୁ ଆରମ୍ଭ କରି ଆଇଆଇଟି-ବମ୍ବେ ରୁ ସ୍ନାତକ ପଢିବା ପର୍ଯ୍ୟନ୍ତ ସେ ଜୀବନରେ ଅନେକ ଉତ୍ଥାନ ପତନ ଦେଖିଛନ୍ତି । ସିଭିଲ ଇଞ୍ଜିନିୟରିଂ ର ପଢ଼ା ସରିବା ପରେ ପରେ ୨୦୧୮ ମସିହାରେ ସେ UPSC ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ୨୦୧୮ରେ ଶୁଭମ ତାଙ୍କର ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ । ୨୦୧୯ରେ ସେ ପୁଣିଥରେ UPSC ପରୀକ୍ଷା ଦେଇ ୨୯୦ ରାଙ୍କରେ ଉତୀର୍ଣ୍ଣ ହୋଇଥିଲେ । ଏହା ପରେ ତାଙ୍କୁ (IDAS) ବା ଇଣ୍ଡିଆନ ଡିଫେନ୍ସ ଆକାଉଣ୍ଟ ସର୍ଭିସ ପାଇଁ ମନୋନୀତ କରା ଯାଇଥିଲା । ଏବଂ ଶେଷରେ ତୃତୀୟ ଥରରେ ସେ ନିଜ ସ୍ୱପ୍ନ ପୁରଣ କରିବାରେ ସଫଳ ହୋଇପାରିଛନ୍ତି ।
ଶୁଭମଙ୍କର ଏହି ସଫଳତାରେ ବିହାର ର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ତାର କିଶୋର ପ୍ରସାଦ ଟ୍ଵିଇଟ ଯୋଗେ ଶୁଭମଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏବଂ କହିଛନ୍ତି ଯେ ଏହା ବିହାର ପାଇଁ ଗର୍ବ ଓ ଗୌରବର ବିଷୟ । ଏକ ସାକ୍ଷାତକାରରେ ଶୁଭମ ତାଙ୍କର ସ୍ୱପ୍ନ ବିଷୟରେ କହିଛନ୍ତି ଯେ ସେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଚାହାଁନ୍ତି । UPSCର ଦ୍ଵିତୀୟ ଟପ୍ପର ହୋଇଛନ୍ତି ମଧ୍ୟପ୍ରଦେଶ ଭୋପାଳର ଜାଗ୍ରତୀ ଅବସ୍ତି । ସ୍ନାତକୋତ୍ତର ସମାପ୍ତ କରିବା ପରେ ପରେ ଦୁଇ ବର୍ଷ ଧରି BHEL ରେ କକାମ କରିବା ସହିତ ସେ UPSC EXAM ର ପ୍ରସ୍ତୁତି ଜାରି ରଖିଥିଲେ । ପ୍ରଥମ ଥର ବିଫଳ ହେବା ପରେ ଦ୍ୱିତୀୟ ଥରରେ ସେ ସେକେଣ୍ଡ ଟପର ହେବାରେ ସଫଳ ହୋଇପାରିଛନ୍ତି । ଜାଗ୍ରତୀ ଅଷ୍ଟି କହିଛନ୍ତି ଯେ ସେ ମହିଳା ଏବଂ ଶିଶୁ ବିକାଶ ବ୍ୟତୀତ ଆଇଏଏସରେ ଯୋଗଦେବାକୁ ଏବଂ ଗ୍ରାମାଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ମଧ୍ୟପ୍ରଦେଶର ଭୋପାଳରୁ ଆସିଥିବା ଦ୍ୱିତୀୟ ର଼୍ୟାଙ୍କଧାରୀ ଜାଗ୍ରତୀ ଅବସ୍ତି କହିଛନ୍ତି ଯେ ସେ ମହିଳା ଏବଂ ଶିଶୁ ବିକାଶ ବ୍ୟତୀତ ଆଇଏଏସରେ ଯୋଗଦେବାକୁ ଏବଂ ଗ୍ରାମାଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ମୋଟ ୭୬୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୪୫ ପୁରୁଷ ଏବଂ ୨୧୬ ମହିଳା – ସିଭିଲ ସର୍ଭିସ ପରୀକ୍ଷା 2020 ରେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ଯାହାର ଫଳାଫଳ ଶୁକ୍ରବାର ଦିନ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ଦ୍ୱାରା ଘୋଷଣା କରାଯାଇଛି।