ଦୀର୍ଘ ଦିନ ଧରି ଲାଗିରହିଛି ଯାଆଁଳା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଦକ୍ଷୀଣ ମୁଣ୍ଡ ମୁହାଁଣ ଏବଂ ଓଗାଳ ପଡା ରାସ୍ତା ସମସ୍ୟା I ବାରମ୍ବାର ଅଭିଯୋଗ କଲେ ମଧ୍ୟ ଚୁପ୍ ରହିଛି ପ୍ରଶାସନ I ସମସ୍ୟା ର ସମାଧାନ ନ ହେବାରୁ ଆଜି ଜଟଣୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ନାରା ଦେବା ସହ ଧାରଣା ରେ ବସିଥିଲେ ଗ୍ରାମ ବାସୀ ମାନେ I ଯଦି ଏହି ସମସ୍ୟାର ସମାଧାନ ଯଥା ଶୀଘ୍ର ନ କରାଗଲେ ଜଟଣୀ ତହସିଲ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ରାମବାସୀ I
ବିଶିବିଲ ପାଟରୁ ନିସ୍କାସନ ହୋଇପାରୁନି ବର୍ଷା ପାଣି । ଫଳରେ ଆଜି ଛୁଟିଦିନରେ ମଧ୍ୟ ହତାଶ ଚାଷୀମାନେ ଛୁଟି ଆସିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ । ଚାଷୀମାନଙ୍କର ଅଭିଯୋଗ ଯେ ଗଇଦୁଆ , ପିଙ୍ଗଳ, ନଳପାରି , କନନ୍ତିଆ, ତନାର, ଉଛରପଡା, ତ୍ରିଲୋଚନପୁର ଆଦି ଗ୍ରାମର ହଜାରହଜାର ଧାନ ଚାଷୀଙ୍କ ଜମିରେ ଗତ ୧୧ ତାରିଖରୁ ବୁଡି ରହିଛି । ବର୍ଷା ଛାଡି ପୁଣି ଆଉ ଏକ ଲଘୁଚାପ ଆସିଲାଣି । ହେଲେ ଜମିରେ ବୁଡିରହିଛି ଧାନଗଛ । ଚାଷୀମାନେ ବାରମ୍ବାର ଉଛରପଡାଠାରୁ ବାରୁଅ ଦେଇ ପଥରକଣି ନିକଟରେ ମିଶିଥିବା ପାଟନାଳୀକୁ ଖୋଳିବାକୁ ଆବେଦନ କରିଆସୁଥିଲେ ମଧ୍ୟ ଶୁଣୁନାହିଁ ପ୍ରଶାସନ ବୋଲି ଅଭିଯୋଗ କରିଛନ୍ତି ଚାଷୀମାନେ । ଧାନ ଧୋଇଯାଇଥିବା ଜମିର ତଦନ୍ତ କରାଯାଇ ଚାଷୀମାନଙ୍କୁ ସରକାର କ୍ଷତିପୁରଣ ଦେବାକୁ ଦାବି କରାଯାଇଛି ।
ସରକାରଙ୍କ ଗାଇଡ୍ ଲାଇନ୍ କୁ ମାନି ଖୋର୍ଦ୍ଧା ଜିଲ୍ଲା ବାଡ଼ମିଣ୍ଟନ ଆସୋସିଏସନ ତରଫରୁ ୧୯ ବର୍ଷ ରୁ କମ ବାଳକ ଓ ବାଳିକା ମାନଙ୍କୁ ନେଇ ବ୍ୟାଡ୍ ମିଣ୍ଟନ୍ ଟୁର୍ନାମେଣ୍ଟ ଜଟଣୀ ରେ ଥିବା ଆଶ୍ରୟ ଇଣ୍ଡୋର ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟ ରେ ୧୫୬ ଜଣ ପୁଅ ଏବଂ ଝିଅ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଭାଗ ନେବା ପାଇଁ ଆସିଛନ୍ତି।
ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ୧୫ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ରକୁ ସଂଘ ପକ୍ଷରୁ ହିନ୍ଦୋଳ ଉପଜିଲ୍ଲାପାଳଙ୍କ ଜରୀଆରେ ପ୍ରଦାନ କରାଯାଇଥିବା ଜଣାପଡିଛି। ଅଖିଳ ଭାରତୀୟ ଟ୍ରେଡ଼ ୟୁନିୟନ ଶ୍ରମିକ କଂଗ୍ରେସ ପକ୍ଷରୁ ଆହୁତ ଏହି ବିକ୍ଷୋଭ ଫଳରେ ଆଜି ବ୍ଲକର ପ୍ରାୟ ୩୦୦ ଅଙ୍ଗନୱାଡି କର୍ମୀ ସହାୟିକା ଓ ପାଚିକା ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚ ଦାବିପତ୍ର ପ୍ରଦାନ କରି ଥିଲେ । ଦlଵୀପତ୍ରରେ ସର୍ବନିମ୍ନ ମାସିକ ବେତନ ୨୧୦୦୦ଟଙ୍କାକୁ ବୃଦ୍ଧି,୩୦୦୦ ଟଙ୍କା ପେନସନ ଲାଗୁ, ନୂତନ ଶିକ୍ଷାନୀତି ଅନୁସାରେ ICDS କୁ ଧ୍ୱଂସ କରିବା ନୀତିକୁ ବନ୍ଦ କରାଯାଉ ଏବଂ ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରାଯିବାକୁ ନେଇ ଆନ୍ଦୋଳନ ଜୋର ଧରିଛି ।
#DistrictNews #NNSODIA