ଜାତିସଂଘରେ ସ୍ନେହା ଦୁବେଙ୍କ ପାକିସ୍ତାନକୁ ରୋକଠୋକ ଜବାବ । ପାକିସ୍ତାନ ଓ ଆତଙ୍କବାଦିଙ୍କ ସମ୍ପର୍କ ବିଷୟରେ ସାରା ବିଶ୍ୱ ଅବଗତ। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏହି ଦେଶ ଭାରତ ବିଷୟରେ ବିଷ ଓଗାଳିବାରେ ଓସ୍ତାଦ। ଜାତିସଂଘରେ ପାକିସ୍ତାନ ନିଜ ଦେଶର ମାମଲା ଓ ବିଶ୍ୱ ସମୁଦାୟ ସହ ସମ୍ପର୍କ ବିଷୟରେ ଆଲୋଚନା ନକରି ଭାରତ ବିରୁଦ୍ଧରେ ପ୍ରୋରଚନା କରିବା ଅତ୍ୟନ୍ତ ନିନ୍ଦନୀୟ। ପୁଣିଥରେ ବିଶ୍ୱ ଦରବାରରେ କାଶ୍ମୀର ବିଷୟ ଉଠାଇ ଶସ୍ତା ମନ୍ତବ୍ୟ ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ଜାତିସଙ୍ଘ ମହାସଭାରେ ଇମ୍ରାନ ଖାଁ କାଶ୍ମୀର ଉପରେ ଦେଇଥିବା ମନ୍ତବ୍ୟର ନିନ୍ଦା କରିବା ସହ , ଜବାବରେ ପାକିସ୍ତାନର ଅସଲି ରୂପକୁ ପଦାରେ ପକେଇଲେ ଭାରତର ଜୁନିଅର ବ୍ୟୁରୋକ୍ରାଟ ଏବଂ ପ୍ରଥମ ସଚିବ ସ୍ନେହା ଦୁବେ। ସ୍ନେହାଙ୍କ ଏହି ଜବରଦସ୍ତ ଉତ୍ତର ଦେଖିବା ପାଇଁ ଆମ ଚାନେଲ NNS ଓଡ଼ିଆ କୁ ଲାଇକ କରନ୍ତୁ ଓ ଏହି ପୋଷ୍ଟକୁ ଶେୟାର କରନ୍ତୁ। ମିଳିତ ଜାତିସଂଘର ମହାମଞ୍ଚରୁ ସେ କହିଥିଲେ ଜମ୍ମୁ ଓ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା ଏବଂ ରହିବ। ଏଥିରେ କିଛି ସ୍ଥାନକୁ ପାକିସ୍ତାନ ଅବୈଧ କବ୍ଜା କରି ରଖିଛି। ସ୍ନେହା ଦୁବେ ପାକିସ୍ତାନକୁ ଏହି ସବୁ ଅବୈଧ କବ୍ଜାକୁ ତୁରନ୍ତ ଖାଲି କରିବାକୁ ଆହ୍ୱାନ ଦେଲେ ଏବଂ କହିଲେ ପାକିସ୍ତାନୀ ନେତା ଭାରତର ଆଭ୍ୟନ୍ତରୀଣ ମାମଲାକୁ ବିଶ୍ୱ ମଞ୍ଚରେ ଉଠାଇବା ଓ ମିଛ କଥା କହି ଭାରତରକୁ ବଦନାମ କରିବାକୁ ପ୍ରଚେଷ୍ଟା ନିହାତି ଲଜ୍ଜ୍ୟାଜନକ। ଲଗାତାର ମିଛ କହି ପାକିସ୍ତାନ ବିଶ୍ୱର ସହାନୁଭୂତିର ପାତ୍ର ହେବାକୁ ଚାହୁଁଛି। ପାକିସ୍ତାନ ପରି ଏକ ଦେଶ ଯିଏ ଆତଙ୍କବାଦୀଙ୍କୁ ସୁରକ୍ଷା ଦିଏ, ଟ୍ରେନିଂ ଦିଏ ଓ ପଡୋଶୀ ଦେଶ ମାନଙ୍କରେ ଅଶାନ୍ତି ସୃଷ୍ଟି କରାଏ ନିଜ ଦେଶର ଦୁଃଖଦ ପରସ୍ଥିତି ଉପରୁ ବିଶ୍ୱ ସମୂହର ଧ୍ୟାନ ହଟେଇବା ପାଇଁ ଏକ ବୃଥା ପ୍ରୟାସ କରିଛି। ୨୦୧୨ ମସିହାର ଏହି ଆଇଏଫଏସ ଅଫିସରଙ୍କ ସାହସୀ ଉତ୍ତର ପାଇଁ ରାତାରାତି ଟ୍ରେଣ୍ଡ କରିଥିଲେ ସୋସିଆଲ ମିଡିଆରେ।
#SnehaDubey #UNGA #PAKISTAN #ImranKhanPTI #NNSODIA