କୋରନାର ପ୍ରଥମ ଏବଂ ଦ୍ଵିତୀୟ ଲହରର ପ୍ରଭାବ ଦେଖିବା ପରେ ଏବେ ତୃତୀୟ ଲହରକୁ ନେଇ ଚିନ୍ତା ବଢିଛି । କୋଭ୍ୟାକ୍ସିନ ଏବଂ କୋଭିସିଲଡ଼ ଆସିବା ପରେ ଦେଶରେ ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନ । ତେବେ କରୋନା ସଂକ୍ରମଣକୁ ଆୟତ କରିବା ପାଇଁ ସରକାରଙ୍କର ଏହି ଟୀକାକରଣ ଅଭିଯାନରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପ୍ରାୟ ୮୩ କୋଟିରୁ ଉର୍ଦ୍ଧ୍ବ ଟୀକାକରଣ ହୋଇସାରିଛି । ଏବଂ ଆଗାମୀ ଦିନରେ ପିଲା ମାନଙ୍କ ଟୀକାକରଣ ପାଇଁ ପ୍ରସ୍ତୁତି ମଧ୍ୟ ଜାରି ରହିଛି । ଏପରି ଘଡିସନ୍ଧି ମୁର୍ହୂତ୍ତରେ ଜନସନ ଆଣ୍ଡ ଜନସନ ର ନୂଆ କରୋନା ଟୀକାକୁ ନେଇ ଅନେକ ଦେଶରେ ନୂଆ ଆଶା ଦେଖା ଦେଇଛି । ଏବଂ ଏହା ଆସନ୍ତା ଅକ୍ଟୋବର ମାସର ଶେଷ ସୁଦ୍ଧା କ୍ବାଡ଼ ଭ୍ୟାକ୍ସିନ ପାଟନର୍ସିପ ଅଧୀନରେ ଭାରତରେ ୮୦ ଲକ୍ଷର ଜନସନ ଆଣ୍ଡ ଜନସନ ଟୀକା ଉପଲବ୍ଧ ହେବ । ୨୪ ସେପ୍ଟେମ୍ବରରେ କ୍ବାଡ଼ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଥିଲେ । କ୍ବାଡ଼ ଭ୍ୟାକ୍ସିନ ପାଟନର୍ସିପ ଅନୁଯାୟୀ ଗତ ଶୁକ୍ରବାର ଦିନ ୱାଶିଂଟନରେ ଭାରତ , ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ମଧ୍ୟରେ ହୋଇଥିବା ମିଟିଂରେ କରୋନା ମହାମାରୀକୁ ରୋକିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପାର୍ଟନରସିପ୍ ଅନୁଯାୟୀ ଟିକାର ଯୋଗାଣକୁ ବିସ୍ତାର କରି କରୋନାଭାଇରସ୍ ମହାମାରୀର ସମାପ୍ତିକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଟିକା ଆମେରିକା ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ହେବା ସହ ଏହା ଭାରତରେ ଉତ୍ପାଦିତ ହେବ। ଆମେରିକା ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଜାପାନ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇବେ | ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କ୍ବାଡ଼ ଭ୍ୟାକ୍ସିନ ଇନିସିଏଟିଭ ଇଣ୍ଡୋ ପାସିଫିକ ଦେଶ ଗୁଡିକ ପାଇଁ ଅନେକ ମାତ୍ରାରେ ସହାୟକ ହେବ । ସେପଟେ ଜନସନ ଆଣ୍ଡ ଜନସନ କରୋନା ଟୀକାର ଦୁଇଟି ଡୋଜ ସଂକ୍ରମଣରୁ ପାୟ ୯୪% ସୁରକ୍ଷା ଯୋଗାଇବ ବୋଲି ମଙ୍ଗଳବାର ଯେ ଆଣ୍ଡ ଯେ କମ୍ପାନୀ ଘୋଷଣା କରିଛନ୍ତି । ଏବଂ ଏହାର ବୁଷ୍ଟର ସଟ ଗୁରୁତରତୁ ଗୁରୁତର ଲକ୍ଷଣରୁ ଶତ ପ୍ରତିଶତ ସୁରକ୍ଷା ଦେବ । ଏହି ଟିକାକରଣ ଅନେକ ଦେଶର ଲୋକ ମାନଙ୍କ ପାଇଁ କରୋନା ସଂକ୍ରମଣରୁ ରକ୍ଷା ପାଇବାର ଏକ ନୂଆ ବାଟ ନେଇ ଆସିଛି ।
#VACCINE #johnsonandjohnson #Covid19 #pmo #India #NNSODIA