ଆତଙ୍କବାଦ ବିରୁଦ୍ଧରେ ଆମେରିକା ଓ ଭାରତ ସହମତ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ଆମେରିକା ଉପରାଷ୍ଟ୍ରପତି କମଳା ହ୍ୟାରିସ ଆତଙ୍କବାଦ ସମ୍ବନ୍ଧରେ ପାକିସ୍ତାନକୁ ଚେତାବନୀ ଦେଲେ ଓ ଏଥିରେ ପାକିସ୍ତାନର ସକ୍ରିୟ ଭୂମିକା ରହିଛି ବୋଲି ସହମତ ହେଲେ। ଭାରତୀୟ ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏହି ବିଷୟରେ ମତ ରଖିଛନ୍ତି। କମଳା ହ୍ୟାରିସ କହିଲେ ଭାରତ ବହୁ ଦଶନ୍ଧି ଧରି ଆତଙ୍କବାଦର ଶିକାର ହେଉଛି। ଆତଙ୍କବାଦ ଗୋଷ୍ଠୀ ସମୁହଙ୍କ ସହ ପାକିସ୍ତାନର ସମ୍ପର୍କ ଉପରେ ଦୃଷ୍ଟି ରଖିବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଛନ୍ତି।
ଆମରିକା ଉପରାଷ୍ଟ୍ରପତିଙ୍କ ସହ ମୋଦିଙ୍କର ଏହା ପ୍ରଥମ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଶ୍ରୀଙ୍ଗଲା କହିଛନ୍ତି
PM MODI MET USA VP KAMALA HARIS #UNGA