ପ୍ରତିବର୍ଷ ଜୁନ୍ ମାସ ଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ସମୁଦ୍ର ମୁହାଣ ମୁହଁରେ ଇଲିସି ମାଛ ଦେଖା ଦେଇଥାଏ।ଯାହାକି ମତ୍ସ୍ୟଜୀବୀ ଙ୍କ ପାଇଁ ଲାଭଜନକ ସମୟ ହୋଇଥାଏ। ଏହି ସମୟରେ ପ୍ରଚୁର ପରିମାଣରେ ସମୁଦ୍ରରୁ ଇଲିସି ମାଛ ଉତ୍ପାଦନ ହେଉ ଥିବାରୁ ମତ୍ସ୍ୟଜୀବୀ ମାନେ ବେଶ୍ ଲାଭବାନ ହୋଇଥାନ୍ତି। ମାତ୍ର ବିଗତ ୪/୫ମାସ ହେବ ମାଛର ପରିମାଣ କମ୍ ଥିବାରୁ ଇଲିସି ମାଛର ମୂଲ୍ୟ ୧ହଜାରରୁ ଅଢେ଼ଇ ହଜାର ଟଙ୍କା ରହୁଛି। ଯାହା ଫଳରେ ଇଲିସି ସାଧାରଣ ଲୋକେ ଖାଇବା ବଡ କଷ୍ଟ ସାଧ୍ୟ, ସାଧାରଣ ଲୋକଟେ ଏତେ ଟଙ୍କା ଦେଇ ଇଲିସି ମାଛ ଖାଇବା ତା ପାଇଁ ସ୍ବପ୍ନ । ମାତ୍ର ଚଳିତ ଥର ସେପ୍ଟେମ୍ବର ମାସରେ ବନ୍ୟାଜଳ ସମୁଦ୍ର ରେ ପ୍ରବେଶ କରିବା ପରେ ମୁହାଣ ମୁହଁରେ ପ୍ରଚୁର ପରିମାଣରେ ଇଲିସି ମାଛ ଦେଖା ଦେଇଛି। ଯାହାକି ପୂର୍ବାପେକ୍ଷା ଇଲିସି ମାଛର ମୂଲ୍ୟ ହ୍ରାସ ପାଇ କେଜି ପ୍ରତି ୭ଶହରୁ ୧୨ଶହ ରହିଥିବାରୁ ମଧ୍ୟମ ଶ୍ରେଣୀର ଖାଉଟି ମାନଙ୍କ ପାଇଁ ଉଦିଷ୍ଟ ରହିଛି। ମାତ୍ର ଗତ ରବିବାର ପ୍ରଚୁର ପରିମାଣ ଇଲିସି ବଜାରରେ ଥିବା ବେଳେ ମାଛର ମୂଲ୍ୟ ଯୋଡ଼ା ୩ଶହ, କେଜି ପ୍ରତି ୫ଶହ ଟଙ୍କାରେ ବିକ୍ରୀ କରା ଯାଇଥିବାରୁ ସାଧାରଣ ଖାଉଟି ମାନଙ୍କର ବଜାରରେ ଭିଡ ଦେଖିବାକୁ ମିଳିଥିଲା। ତେବେ ବନ୍ୟାର ମଧୁର ପାଣି ମୁହାଣ ବାଠ ଦେଇ ସଠିକ ସମୟରେ ଆସୁନଥିବା ବେଳେ ପ୍ରତିକୂଳ ପରିବେଶ ଯୋଗୁଁ ଏହି ପ୍ରଜାତିର ମାଛ ଉତ୍ପାଦନରେ ବ୍ୟତିକ୍ରମ ଦେଖା ଦେଇଛି। ତେବେ ଆଗକୁ ପାଗ ଅନୁକୂଳ ରହିଲେ ମାଛ ବ୍ୟବସାୟୀ ମାନେ ଇଲିସି ମାଛ ଧରି କିଛି ଲାଭବାନ ହେବା ସହିତ ସାଧାରଣ ଖାଉଟି ମାନେ ଇଲିସିର ସ୍ବାଦ ଚାଖି ପାରିବେ। ତେବେ ପ୍ରତିବର୍ଷ ଇଲିସି ମାଛର ସ୍ବାଦ ଟିକେ ଚାଖିବା ପାଇଁ ଲୋକେ ଚାହିଁ ବସିଥିବା ବେଳେ ଚଳିତବର୍ଷ ଇଲିସି ମାଛ ପୂର୍ବାପେକ୍ଷା ମୂଲ୍ୟ ହ୍ରାସ ପାଇଥିବାରୁ ପାରାଦୀପ ଅଠରବାଙ୍କୀ ମତ୍ସ୍ୟ ବ୍ୟବସାୟ କେନ୍ଦ୍ର ରେ ଗରାଖଙ୍କ ଭିଡ ଦେଖିବାକୁ ମିଳିଛି।ଆଗକୁ ଯଦି ଇଲିସି ମାଛ ଅଧିକ ଧରାହୁଏ ତେବେ କେଵଳ ପାରାଦ୍ୱୀପ ନୁହେଁ ଏହାର ପଡୋଶୀ ଜିଲ୍ଲା କେନ୍ଦ୍ରାପଡ଼ା ଓ ଅନ୍ୟାନ ଅଞ୍ଚଳର ସାଧାରଣ ଲୋକେ ଇଲିସି ଖାଇବାର ମଜା ଉଠେଇ ପାରିବେ ।
#PARADIP #HilsaFish #NNSODIA