ସରକାର ବିଭିନ୍ନ ପ୍ରକାର ର ଯୋଜନା ମାଧ୍ୟ୍ୟମ ରେ ଗ୍ରାମଞ୍ଚଳ ବିକାଶ ପାଇଁ କୋଟି କୋଟି ଟଙ୍କା ର ଯୋଜନା କରୁଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନ ର ଅବହେଳା ଓ ଅପାରଗତା ପାଇଁ ଆଜି ଗ୍ରାମଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଓ ଗ୍ରାମ କୁ ଯିବା ପାଇଁ ଭଲ ରାସ୍ତା ଟିଏ ର ସୁବିଧା ହେଉନାହିଁ l ଏମିତି ଅଭିଯୋଗ ଆସୁଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଯାଆନ୍ଦାପଶି ଗ୍ରାମବାସୀଙ୍କ ଠାରୁ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦେଓଗାଁ ବସ ଷ୍ଟାଣ୍ଡ ରୁ ତାଙ୍କ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ଟି ଏବେ ଖାଲ କ୍ଷମା କାଦୁଅ ରାସ୍ତା ହୋଇ ଶୋଚନୀୟ ଅବସ୍ଥା ରେ ପଡି ରହିଛି | ସୂଚନା ଥାଉ କି ଦେଓଗାଁ ବସ ଷ୍ଟାଣ୍ଡ ରୁ ଯାଆନ୍ଦାପଶି ଗ୍ରାମ ର ତଅଂଳା ସାହି ରାସ୍ତା ଟି ତିନି କିଲୋମିଟର ପଡେ, ରାସ୍ତା ଟି ଏବେ ଏତେ ଶୋଚନୀୟ ଅବସ୍ଥା ରେ ପଡି ରହିଛି ଯେ ୧୦୮ ଆମ୍ବୁଲାନ୍ସ ଟିଏ ହେଉ ଅବା ୧୦୨ ଜନନୀ ଏକ୍ସପ୍ରେସ ଟିଏ ଉଚିତ ସମୟ ରେ ଆସି ପହଞ୍ଚି ପାରେନି | ଆହୁରି ମଧ୍ୟ କୁହନ୍ତି ଯେ ତାଙ୍କ ପାଇଁ ଏବେ ଭଲ ପିଇବା ପାଣି ଯୋଗାଇ ଦେଉଥିବା ନଳ କୂପ ଟିଏ ନାହିଁ ଏମିତି କି ଯେଉଁ ଗୋଟିଏ ମାତ୍ର ନଲକୂପ ଅଛି ସେଥିରୁ କାଦୁଅ ମିଶା ଦୂଷିତ ପାନୀୟ ଜଳ ନିର୍ଗତ ହେଉଛି l ଏ ବାବଦ ରେ ସ୍ଥାନୀୟ ସରପଞ୍ଚ କିମ୍ବା ପ୍ରଶାସନ କୁ ଜଣାଇଲେ ମଧ୍ୟ ଏହାର କୌଣସି ଲାଭ ହୁଏ ନାହିଁ l ଏ ବାବଦ ରେ ଦେଓଗାଁ ସରପଞ୍ଚ ସାଗରୀକା ସାହୁ ଙ୍କୁ ପଚାରିବାରୁ ସେ କୁହନ୍ତି l କିଛି ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଯାହା ଯେତିକି ରାସ୍ତା ହବା ପାଇଁ ଯୋଜନା ହୋଇଥିଲା ଆମେ କରିଛୁ ଏବଂ ଦେଓ ଗାଁ ବସ ଷ୍ଟାଣ୍ଡ ରୁ ଯାଆନ୍ଦାପଶି ତଅଂଳା ସାହି ମଧ୍ୟ ଦେଇ ନେଉଳ ପୋଇ ପର୍ଯ୍ୟନ୍ତ ଏହି ରାସ୍ତା ଟି ପାଇଁ ଆମେ ସରକାର ଙ୍କୁ ଜଣାଇଛୁ ।ପରବର୍ତ୍ତୀ ସମୟରେ ଯେବେ ସରକାର ଙ୍କ ର ଏହି ରାସ୍ତା ପାଇଁ କାମ ଆସିବ ଆମେ କରିବୁ । ଏପଟେ ଯଥାଶୀଘ୍ର ଗ୍ରାମ କୁ ଭଲ ରାସ୍ତା ଟିଏ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।
#DHENKANAL #RoadIssue #DrinkingWater #NNSODIA