କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ କଙ୍ଗାରୁକୋର୍ଟର ରାୟ । ମିଳିମିଶି ଜଣେ ମହିଳାଙ୍କ ମୁହଁରେ ଚୁନକଳା ବୋଳି ଲଣ୍ଡାକରିଦେଲେ । ଆଉ ପଟ୍ଟାମୁଣ୍ଡାଇ ପୋଲିସ, ଏହି ମହିଳାଙ୍କୁ ଲଣ୍ଡାକରିଥିବା ଅଭିଯୋଗରେ ୧୦ଜଣ ମହିଳାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ଋଣ କରାଇଦେବାକୁ ଲୋକମାନଙ୍କଠାରୁ ଟଙ୍କା ନେଇ ବାରମ୍ବାର ଠକି ଆସୁଥିବା ଜଣେ ଠକ ମହିଳାଙ୍କୁ ଆଜି ଏପରି ଶାସ୍ତି ଦେଇଛନ୍ତି ମହିଳାମାନେ । ଘଟଣାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି । ଭାଇରାଲ ହୋଇଥିବା ଭିଡିଓରେ ଶୁଣାଯାଉଥିବା କଥା ଅନୁସାରେ ନିର୍ଯାତିତା ମହିଳା ଜଣକ ଲୋକମାନଙ୍କୁ ଠକି ବହୁ ଟଙ୍କା ଲୁଟିନେଇଥିଲେ । ସ୍ଥାନୀୟ ଲୋକମାନେ କୌଶଳରେ ଠକ ମହିଳା ଜଣଙ୍କୁ ଡକାଇଆଣି ତଙ୍କ ଉପରେ ଅତ୍ୟାଚାର କରିବାରେ ଲାଗିଛନ୍ତି । ତାଙ୍କ ଗାଲରେ ଚୁନ ଓ କଳା ମାରି ସାରିବାପରେ କଇଞ୍ଚିରେ ତାଙ୍କ ଚୁଟିକୁ କାଟିପକାଉଛନ୍ତି । ମଙ୍ଗଳବାର ଠାରୁ ଏହି ଘଟଣାର ଭାଇରାଲ ଭିଡିଓ ଏ ମୋବାଇଲରୁ ସେ ମୋବାଇଲ ଘୁରିବୁଲୁଛି । ଏହା ଭାଇରାଲ ହେବା ପରେ ଲୋକ ଲୋଚନକୁ ଆସିଛି। ଏଥିନେଇ ପଟ୍ଟାମୁଣ୍ଡାଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ନିର୍ଯାତିତା ମହିଳା ଓ ମହିଳାଙ୍କୁ ନିର୍ଯାତନା ଦେଇଥିବା ମହିଳା ମାନଙ୍କୁ ଠାବ କରାଯାଇଛି । ନିର୍ଯାତିତା ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ଋଜୁକରି ଅଭିଯୁକ୍ତ ୧୦ ଜଣ ମହିଳାଙ୍କ ବିରୋଧରେ ଆଇପିସିର ଦଫା ୩୪୨, ୨୯୪, ୩୫୪, ୩୫୫, ୩୨୩, ୩୭୯, ୩୪ ଓ ୬୬ଇ, ୬୭ରେ ମାମଲା ଋଜୁକରି କୋର୍ଟ ଚାଲାଣ କରିଛି ।
#kendrapara #kangaroocourt #NNSODIA