ସରକାରୀ ଅର୍ଥକୁ ଅପବ୍ୟବହାର କରୁଛନ୍ତି ପ୍ରଶାସନିକ ବାବୁ ମାନେ। ଯୋଜନା ସବୁ ଲାଗୁନି ଜନ ହିତରେ। ଅଭିଯୋଗ ଅନୁସାରେ ସ୍ଥିତିବାନ ଜାଗାରେ ତିଆରି ହେଇଛି ସରକାରୀ ଅର୍ଥକୁ ଲଗାଇ ମାର୍କେଟ କମ୍ପ୍ଲେକ୍ସ। କଥାଟି ହେଲା ବାଣପୁର ବ୍ଲକ ତୁମ୍ବୁରାପୁଟ ପଞ୍ଚାୟତ ରତନପୁର ଗ୍ରାମର ସୁବର୍ଣ୍ଣ ବେହେରା ସ୍ଥାନୀୟ ପ୍ରଶାସନ ଏବଂ ସରପଞ୍ଚଙ୍କ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ।ବେସରକାରୀ ଜମି ଉପରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ତିଆରି ଚାଲିଛି ସରକାରୀ ଅଟାଳିକା। ସ୍ଥାନୀୟ ପଞ୍ଚାୟତ ଅଧିକାରୀ ଏବଂ ସରପଞ୍ଚଙ୍କ ପ୍ରରୋଚନାରେ ସରକାରୀ କଳକୁ ଆତ୍ମସାତ କରାଯାଉଥିବାର ଅଭିଯୋଗ ଆଣିଲେ ସୁବର୍ଣ ଙ୍କ ପରିବାର। ନିୟମ ନଥାଇ କୌଣସି ବ୍ୟକ୍ତିଗତ ଜାଗା ଉପରେ କିପାରି ତିଆରି ହେଲା ସରକାରଙ୍କ ଅନୁମୋଦନ ଆସିଥିବା ମାର୍କେଟକମ୍ପ୍ଲକ୍ସ। ଏହା କେଉଁ ମହାଶୟ ଙ୍କ ନିର୍ଦେଶ ରେ ସରକାରଙ୍କ ଅର୍ଥ ରାଶି ଆତ୍ମସାତ ହେବାକୁ ଯାଉଛି ତାହା ସେହି ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ତିଆରି ଚାଲିଥିବା ମାର୍କେଟ କମ୍ପ୍ଲେସ ସମୂହ ସ୍ୱାର୍ଥ ରେ ଲାଗିବ ନା ଜାଗାର ମାଲିକାନାରେ ଥିବା ଲୋକର ସ୍ୱାର୍ଥ ରେ ଲାଗିବ ତାହା ଏବେ ବଡ଼ ପ୍ରଶ୍ନ। ଲୋକଙ୍କ ଅର୍ଥ କୁ ଆତ୍ମସାତ କରୁଥିବା ନିଷ୍କ୍ରିୟ ବାଣପୁର ପ୍ରଶାସନର କାର୍ଯ୍ୟ କୁ ନେଇ ସେହି ଅଞ୍ଚଳ ରେ ଚାଲିଛି ବଡ ଚର୍ଚ୍ଚା। ବିନା ଅବଗତ ରେ ତିଆରି ଚାଲିଥିବା ମାର୍କେଟ କମ୍ପ୍ଲେକ୍ସ ର କାର୍ଯ୍ୟ ବନ୍ଦ ରଖିବା ପାଇଁ ଜମିର ମାଲିକ ସୁବର୍ଣ ବେହେରା ଏବଂ ପରିବାର ଲୋକେ ଅଭିଯୋଗ ପତ୍ର ନେଇ ବାଣପୁର ବି ଡି ଓ ଓ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ମଧ୍ୟ ଆଶ୍ୱାସନା ବଦଳରେ ମିଳୁଛି ଆଶା। ଏହିବାବଦରେ ବାଣପୁର ବିଡ଼ିଓଙ୍କ ସହିତ ଯୋଗା ଯୋଗ କରିବାରେ ବାବୁ ପୁରା ଚିହିଁକି ଉଠୁଛନ୍ତି। ଅଭିଯୋଗକୁ ବହୁତ ଦିନ ବିତିଯାଇଥିଲେ ମଧ୍ୟ ଏହାର ତଦନ୍ତ କରିବା ପାଇଁ ବିଡ଼ିଓ ବାବୁଙ୍କ ପାଖରେ ସମୟ ନାହିଁ ବୋଲି ପ୍ରତିକ୍ରିୟା ରଖୁଛନ୍ତି। ଏଠାରେ ସରକାରୀ କଳ ବର୍ବାଦ ହେଉଥିବା ବେଳେ ଏହା ପାଇଁ ଦାୟୀ କିଏ ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି। ସରକାର ଘଟଣାକୁ ଉପଯୁକ୍ତ ତଦନ୍ତ କରି ସୁବର୍ଣ କୁ ନ୍ୟାୟ ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।