ଜେଲରୁ ପା-ରୋଲରେ ଆସିଥିଲେ କଏଦୀ। ଗତକାଲି ପୁଣି ଫେରିବାର ଥିଲା ଜେଲକୁ, ହେଲେ ଫେରିଗଲେ ଆରପାରିକୁ।ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବରାହିପୁର ଗାଁରେ। ଏହି ଗାଁର ରାଜ କିଶୋର ନାୟକ ଗତ ୨୦୦୮ ମସିହା ନଭେମ୍ବର ମାସରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିଲେ ଚୌଦ୍ୱାର ଜେଲରେ। ଦୀର୍ଘ ୧୨ବର୍ଷ ପରେ ସେ ୪ମାସ ପାଇଁ ଘରକୁ ଆସିଥିଲେ। ଘରକୁ ଆସି ଶାରୀରିକ ଅକ୍ଷମ ରାଜ କିଶୋର ଜେଲରେ ହେଉଥିବା ଅବହେଳାକୁ ନେଇ ଘର ଲୋକଙ୍କୁ ଜଣାଇଥିଲେ । ଯେଉଁଥିପାଇଁ ସେ ପୁଣି ଥରେ ଜେଲକୁ ଯିବାକୁ ଚାହୁଁ ନଥିଲେ । ସେଥିପାଇଁ ସେ ମାନସିକ ଭାରସାମ୍ୟ ହରାଇ ଜେଲ ଯିବା ପୂର୍ବଦିନ ଆତ୍ମହତ୍ୟା କରିଛନ୍ତି ବୋଲି ଘରଲୋକେ ଅଭିଯୋଗ କରିଛନ୍ତି। ଘରେ ରହିବା ପରେ ଜେଲ ତାଙ୍କୁ ଜମପୁରଠୁ ଅଧିକ ଯନ୍ତ୍ରଣା ଦେଉଥିଲା ବୋଲି କହୁଥିଲେ। ଶେଷରେ ପା-ରୋଲ ସରିବା ପୂର୍ବ ଦିନ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଝିଅ କହିଛନ୍ତି। ଅନ୍ୟପଟେ ଏହା ଏକ ଆତ୍ମହତ୍ୟା ମାମଲା ଏବଂ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ତଦନ୍ତକାରୀ ଅଫିସର କହିଛନ୍ତି।
#Mahanga #NNSODIA