ଭାଦ୍ରଵ ଶୁକ୍ଳ ପକ୍ଷ ଏକାଦଶୀ ରେ ସ୍ୱୟଂ ଭଗବାନ ବିଶ୍ୱ ବିନ୍ଧାଣୀ ଦେବ ଶିଳ୍ପୀ ବିଶ୍ୱକର୍ମା ରୂପରେ ବିରାଜ ମାନ ହେଇ ନୂଆ ନୂଆ କାରିଗରୀ ଓ ଯନ୍ତ୍ରାଂଶ ରେ ଏ ସୁଷ୍ଟି କୁ ଏକ ନୂଆ ରୂପରେଖ ଦେଇଛନ୍ତି ଯାହାକି ଆଜିର ମଣିଷ ତାର ବୁଦ୍ଧି ଓ ଜ୍ଞାନ ପ୍ରୟୋଗ କରି ନୂଆ କିଛି କରିବାର ସାମର୍ଥ୍ୟ ହେଇଛି. ପ୍ରତି ବର୍ଷ ଆଜିର ଦିନରେ ଜଗତସିଂହପୁର ଜିଲ୍ଲା ର ପାରାଦ୍ୱୀପ ରେ ବହୁ ଆଡମ୍ବରପୂର୍ଣ୍ଣରେ ବିଶ୍ୱକର୍ମା ପୂଜା ପାଳିତ ହୋଇଥାଏ. ଏହି ପୂଜାରେ 40ରୁ ଅଧିକା ପୂଜା ମଣ୍ଡପ ଓ ଛୋଟ ବଡ଼ ମେଢ଼ ହେଉଥିବା ବେଳେ ମେଢ଼ ପାଇଁ ଆୟୋଜକ ମାନେ କୋଟି କୋଟି ଟଙ୍କା ଖର୍ଚ୍ଚକରିଥାନ୍ତି. ଏହି ପୂଜା ୭ ଦିନ ଧରି ଚାଲୁଥିବା ବେଳେ ଓଡିଶା ଭିତରୁ ଓ ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ପୂଜା ଦେଖିବାପାଇଁ ପାରାଦ୍ୱୀପ କୁ ଛୁଟି ଆସୁଥିବାବେଳେ ଚଟପଟି ଖାଦ୍ୟ, ମେଲୋଡି, ସାଂସ୍କୃତିକ କାଯ୍ୟକ୍ରମର ମଜା ନେଇଥାନ୍ତି ଓ ଉଠା ଦୋକାନୀ ମାନେ ପୂଜାରେ ଦିପାଇସା ଭଲ ଆୟ କରିଥାନ୍ତି. କିନ୍ତୁ କରୋନା ମହାମାରୀ ପାଇଁ ପାରାଦ୍ୱୀପ ରେ ବିଶ୍ୱକର୍ମା ପୂଜା କେଵଳ ଵିଧି ନମନ୍ତେ ହଉଥିବା ବେଳେ ତୋରଣ ଆଉ ପୂଜା ଭିଡ ବିନା ଏ ଅଞ୍ଚଳ ଖାଁ ଖାଁ ଲାଗୁଛି.ସରକାରଙ୍କର କୋଭିଡ ଗାଇଡଲାଇନ ଅନୁସାରେ ମେଢ଼ ଓ ଭଷାଣୀ ରେ କଟକଣା ଥିବାରୁ ପାରାଦ୍ୱୀପ ରେ ପୂଜା ବଜ଼ାର ଫିକା ପଡିଛି, ବିଭିନ୍ନ ଶିଳ୍ପାନୁଷ୍ଠାନ, ଟ୍ରକ ଆସୋସିଏସନ, ପାରାଦ୍ୱୀପ ପୋର୍ଟ ମେରାଇନ ଓ ସିପିଙ୍ଗ,ପାରାଦ୍ୱୀପ ମଜଦୁର ସଂଘ ତରଫରୁ ଏବର୍ଷ ଛୋଟ ଆକାରରେ ପୂଜା କରୁଥିବାର ଦେଖିବାକୁ ମିଳିଛି.ଏହି ପୂଜାକୁ ନିର୍ଭରକରି ଚଳିଆସୁଥିବା କାରିଗର, କଳାକାର, ବେପାରୀ ମାନକଂ ଉପରେ ଏହାର ଅଧିକା ପ୍ରଭାବ ଦେଖିବାକୁ ମିଳିଛି.ପୂଜା ପାଇଁ ଏକ ମାସ ଆଗରୁ ଆୟୋଜନ ଲାଗି ରହିଥାଏ, ଆୟୋଜକ ମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଥାଏ, ସର୍ବଶେଷ୍ଟ ତୋରଣ, ଶେଷ୍ଟ ମୂର୍ତ୍ତି, ଲାଇଟ, ସାଜଶଯ୍ୟା ଏପରି ବିଭିନ୍ନ ବିଭାଗ ରେ ଆୟୋଜକ ମାନଙ୍କୁ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ତରଫରୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥାଏ, ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏକ ମାସ ଆଗରୁ ପୂଜା ପାଇଁ ପସ୍ତୁତି ଦେଖିବାକୁ ମିଳିଥାଏ, କିନ୍ତୁ କରୋନା କଟକଣା ଯୋଗୁ ସ୍ଥାନୀୟ ଲୋକମାନେ ଏହି ପୂଜାକୁ ଦୁଇବର୍ଷ ହେଲା ଉପଭୋଗ କରିବାରୁ ବଞ୍ଚିତ ଥିବାରୁ ତାଙ୍କଭିତରେ ନିରାଶତା ଦେଖିବାକୁ ମିଳିଛି.କିଛି ବୁଦ୍ଧିଜୀବୀ ଙ୍କ ମତରେ ଏହି କଟକଣା କୁ କୋହଳ କରି ସୀମିତ ପୂଜା ଅନୁଷ୍ଠାନ କୁ ପୂଜା କରିବାକୁ ମାନ୍ୟତା ଦେଇଥିଲେ ଅଂଚଳବାସୀଙ୍କ ପାଇଁ ଭଲ ହେଇଥାନ୍ତା ବୋଲି ମତ ଦେଇଛନ୍ତି
#Paradip #NNSODIA