ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ଅଧକ୍ଷା ରୀନା ବେହେରାଙ୍କ ବିରୋଧରେ ଆସିଥିବା ଅନlସ୍ଥl ପ୍ରସ୍ତାବ ମାମଲାର ଵିଚାର କରି ମାନ୍ୟବର ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଉଠାଇ ଦେବା ସହ ତୁରନ୍ତ ଫଳାଫଳ ଘୋଷଣା କରିବାକୁ ନିର୍ଦ୍ଦେଶ ଦେବାପରେ ଆଜି ସରକାରୀ ସ୍ତରରେ କଡା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ଥିଲା। ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ପରିଚାଳନା ଓ ତତ୍ୱାବଧାନରେ ତହସିଲଦାର ସୁଶାନ୍ତ କୁମାର ମିଶ୍ର, ଏନ ଏ ସି କର୍ଯ୍ୟନିର୍ବାହୀ ଅଧିକlରୀ ଗଜାନନ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ। ଦିନ ୧୧ ଟା ସମୟରେ ଅଧକ୍ଷା ରୀନା ବେହେରା, ଉପlଦକ୍ଷ ଟିମl ବେହରlଙ୍କ ସମେତ ସମସ୍ତ ୧୬ ଜଣ କlଉନସିଲର ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରବେଶ କରିଥିଲେ। ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହେବାପରେ ଦିନ ଗୋଟାଏ ସମୟରେ ଭୋଟ ଗଣତି ଫଳ ପ୍ରକାଶ କରାଯାଇଥିଲା। ଏଥିରେ ଅଧକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଭୋଟ ଦେଇ ଥିବା ସମସ୍ତ ୧୨ ଜଣ କାଉନସିଲରଙ୍କ ଭୋଟ କାଏମ ରହିଥିବା ଘୋଷଣା କରାଯିବା ସହ ଅଧ୍ୟକ୍ଷl ଶ୍ରୀମତୀ ବେହେରା ପରାଜିତ ହୋଇ ଥିବା ସୂଚନା ଦିଆ ଯାଇଥିଲା। ସୂଚନାଯୋଗ୍ୟ ଯେ ୧୬ ଟି ୱାର୍ଡକୁ ନେଇ ଗଠିତ ହିନ୍ଦୋଳ ଏନ ଏ ସି ରେ ୨୦୧୮ ମସିହା ଏପ୍ରିଲ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା। ଏଥିରେ ଶାସକ ବିଜେଡି ଦଳର ୧୩ ଜଣ, ଭାଜପାର ୧ ଜଣ ଓ ସ୍ୱାଧୀନ ପାର୍ଥି ଭାବେ ୨ ଜଣ କାଉନସିଲର ନିର୍ବାଚିତ ହୋଇ ଥିଲେ। ଅଧକ୍ଷା ପଦଟି ତଫସିଲ ଭୁକ୍ତ ଜାତି ବର୍ଗର ମହିଳା ପାର୍ଥିଙ୍କ ନିମନ୍ତେ ଉଦିଷ୍ଟ ଥିବାରୁ ସର୍ବ ସର୍ବସମ୍ମତି କ୍ରମେ ୫ୱାର୍ଡ ର ବିଜୟୀ ପାର୍ଥିନୀ ରୀନା ବେହେରା ଅଧକ୍ଷା ମୋନନିତ ହୋଇ କ୍ଷମତା ଦଖଲ କରିଥିଲେ। ପରବର୍ତ୍ତୀ ସମୟରେ ନିଜର ଏକ ଚାଟିଆ ମନୋବୃତ୍ତି, ଦଳୀୟ କାଉନସିଲରଙ୍କ ଅବହେଳା ପ୍ରଦର୍ଶନ କରିବା ଯୋଗୁଁ ସମସ୍ତ ଦଳୀୟ କାଉନସିଲର ତାଙ୍କ ବିରୋଧରେ ମେଳି ବାନ୍ଧି ଥିଲେ। ଗତ ୨୦୨୦ ମସିହା ନଭେମ୍ବର ୨୦ ତାରିଖ ଦିନ ୧୧ ଜଣ ବିଜେଡ଼ି କାଉନସିଲର ଓ ଜଣେ ସ୍ୱାଧୀନ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏନ ଏ ସି କାର୍ଯ୍ୟାଳୟରେ ଭୋଟ ଦାନ କରାଯାଇଥିଲା। ତେବେ ଏ ନେଇ ଅଧକ୍ଷା ଶ୍ରୀମତୀ ବେହେରା ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାରୁ ହାଇକୋର୍ଟ ଏହାର ଶୁଣାଣି କରି ଏକ ଅନ୍ତରୀଣ ରହିତା ଦେଶ ଜାରି କରି ଏହାର ଫଳାଫଳ ଘୋଷଣା ହେବ ନାହିଁ ବୋଲି ଆଦେଶ ଦେଇଥିଲେ। ଏହି ମାମଲା ପ୍ରାୟ ୧ ବର୍ଷ ହେବ ଗଡି ଆସୁ ଥିଲା। ମାତ୍ର ଚଳିତ ମାସ ୮ ତାରିଖରେ ଏହି ଅନ୍ତରୀଣ ଆଦେଶ ଉଠି ଯିବାରୁ ଭୋଟ ଗଣତି କରାଯାଇ ଆଜି ଫଳାଫଳ ଘୋଷଣା କରାଯାଇଛି। ଏହି ମାମଲାର ଚୂଡାନ୍ତ ବିଚାର ପର୍ଯ୍ୟନ୍ତ ଉପlଧକ୍ଷ ଟିମା ବେହେରା ଅଧକ୍ଷ ଦାୟୀତ୍ୱ ସମ୍ଭାଳିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଆଜିର ନାଟକୀୟ ବିଜୟ ପରାଜୟ କୁ ନେଇ ଏନ ଏ ସି ରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ବିଜୟୀ କାଉନସିଲରଙ୍କ ସମର୍ଥକ ମାନେ ଟାଉନର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ବlଣ ଓ ଅlତସ ବାଜି ଫଟlଇ ବିଜୟ ଉତ୍ସବ ପାଳନ କରୁଥିବା ଦେଖା ଯାଇଥିଲା।
#Dhenkanal #hindol #NNSODIA