ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩ ଜଣ ୧୮ ବର୍ଷରୁ କମ୍ ବର୍ଗର ରହିଛନ୍ତି । ୬୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୪୦୧ ଜଣ କ୍ୱାରେଣ୍ଟାଇନ୍ରେ ଥିବାବେଳେ ୨୯୪ଟି ଲୋକାଲ୍ କେସ୍ ରହିଛି । ସର୍ବାଧିକ ୩୨୩ଜଣ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୦ ଜଣ ଅଛନ୍ତି ,ଅନୁଗୁଳରୁ ୬ ଜଣ ବାଲେଶ୍ୱରରୁ ୩୦, ଭଦ୍ରକ ୧୩, ଦେବଗଡ଼ରୁ ଜଣେ, ଢେଙ୍କାନାଳ ୪, ଗଜପତି ୨, ଗଞ୍ଜାମ ୨, ଜଗତସିଂହପୁର ୨୫, ଯାଜପୁର ୩୯, ଝାରସୁଗୁଡ଼ା ୬, କଳାହାଣ୍ଡି ୨, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ା ୮, କେନ୍ଦୁଝରରୁ ଜଣେ, ମାଲକାନଗିରି ୪, ମୟୂରଭଞ୍ଜ ୧୮, ନବରଙ୍ଗପୁରରୁ ଜଣେ, ନୟାଗଡ଼ ୩, ପୁରୀ ୧୮, ରାୟଗଡ଼ା ୭, ସମ୍ବଲପୁର ୮, ସୋନପୁର ୨, ସୁନ୍ଦରଗଡ଼ ୫ ଓ ଷ୍ଟେଟପୁଲରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରି ଭସବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୨୧ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୦,୦୫,୫୬୪ଜଣ ସୁସ୍ଥ ହୋଇସାରିଥିବା ବେଳେ ୫,୮୭୬ଜଣ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ଆଉ ୬ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୮ କୁ ବୃଦ୍ଧି ପାଇଛି। ଏହି ୬ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କୋରାପୁଟ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଥିବା ସୂଚନା ମିଳିଛି । ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୮୫କୁ ବୃଦ୍ଧି ପାଇଥିବା ବେଳେ କଟକରେ ୮୨୪, ଯାଜପୁରରେ ୧୬୩, ଜଗତସିଂହପୁରରେ ୨୯୭, କୋରାପୁଟରେ ୭୭ ଓ ମୟୂରଭଞ୍ଜରେ ୨୭୬ରେ ପହଞ୍ଚି ସାରିଛି।
#Covid #Corona #Covid19 #Odisha #India #Vaccination #CovidVaccination #Covaxin #Covishield #Sputnik #VaccinationDrive #Vaccinated #BlackFungus #WhiteFungus #Alpha #Beta #Lambda #Delta #DeltaPlus #Wuhan #WHO