ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ଦିନ ପାନ୍ ବା ପରମାନେଣ୍ଟ ଆକାଉଣ୍ଟ ନମ୍ବର ସହିତ ଆଧାର ଲିଙ୍କର ଅବଧିକୁ ସରକାର ଆଉ ୬ ମାସ ବଢ଼ାଇ ଦେଇଥିବା ସୂଚନା ମିଳିଛି । ଏ ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ପୂର୍ବରୁ ପାନ୍ ସହିତ ଆଧାର ଲିଙ୍କର ଶେଷ ତାରିଖ ସେପ୍ଟେମ୍ବର ୩୦ ରଖାଯାଇଥିଲା । କିନ୍ତୁ ଏବେ ଏହାକୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କରୋନା ପ୍ରଭାବରେ ଲୋକେ ଏ ନେଇ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଚଳିତ ବର୍ଷ ପ୍ରାରମ୍ଭରେ ମଧ୍ୟ ପାନ୍-ଆଧାର ଲିଙ୍କର ଅବଧିକୁ ମାର୍ଚ୍ଚ ୩୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କରୋନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଆୟକର ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
#IncomTaxOffice #PANcard #AdharCard #NNSODIA