ରାୟଗଡାର କାଶୀପୁର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଆଲୁମିନା ବିଶୋଧନାଗାରର ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସମ୍ପ୍ରସାରଣ ସହିତ, ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା ବାର୍ଷିକ ୧.୫ ମିଲିୟନ୍ ଟନ୍ ରୁ ୨ମିଲିୟନ୍ ଟନ୍ କୁ ବୃଦ୍ଧି କରାଯାଇଛି | କୋଭିଡ ମହାମାରୀର ପ୍ରଭାବ ସତ୍ତ୍ୱେ ନିବେଶକମାନେ ଓଡିଶାରେ ସେମାନଙ୍କର ବିଦ୍ୟମାନ ପ୍ରକଳ୍ପର ସମ୍ପ୍ରସାରଣ କରୁଛନ୍ତି | ମହାମାରୀ ପରଠାରୁ ଓଡ଼ିଶା ୪.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗକୁ ଆକର୍ଷିତ କରିପାରିଛି । ଆହୁରି ମଧ୍ୟ ଚଳିତ ବର୍ଷ ଜୁଲାଇରେ ରାଜ୍ୟର ଜିଏସ୍ଟି ସଂଗ୍ରହ ମଧ୍ୟ ପୂର୍ବ ବର୍ଷର ସମାନ ଅବଧିରେ ୫୪ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି। ଓଡ଼ିଶାର ବିକାଶ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗୋଷ୍ଠୀର ସକରାତ୍ମକ ଭୂମିକା ବିଷୟରେ ସିଏମ୍ ପ୍ରକାଶ କରିଛନ୍ତି ଓଡ଼ିଶାରେ ଧାତୁ, ସିମେଣ୍ଟ, ଆର୍ଥିକ ସେବା, ବସ୍ତ୍ର ପରି ସେକ୍ଟରଗୁଡିକରେ ଏହାର ଅର୍ଥପୂର୍ଣ୍ଣ ଉପସ୍ଥିତି ସହିତ ଶିଳ୍ପ ବିକାଶର ଯାତ୍ରାରେ ଏହା ଏକ ପ୍ରମୁଖ ଭୂମିକା କୁ ସେ ପ୍ରଶଂସା କରିବା ସହିତ ଏହି ସମ୍ପ୍ରସାରଣ ଆଦିତ୍ୟ ବିର୍ଲା ଗୋଷ୍ଠୀ ଏବଂ ଓଡିଶା ମଧ୍ୟରେ ଦୀର୍ଘ ଦିନର ସମ୍ପର୍କର ଏକ ପ୍ରମାଣ । ବିଶେଷକରି ଓଡିଶାର ଆଦିବାସୀ ଅଞ୍ଚଳରେ ଏହି ବିସ୍ତାର ଓଡିଶାର ଶିଳ୍ପ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ବୋଲି ସିଏମ୍ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।
#Rayagada #MakeInOdisha #NNSODIA