ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ପୁଣି ଲଜ୍ଜା, ଏଥର ଦୁଷ୍କର୍ମ ର ଶିକାର ହେଲେ ଜଣେ ନାବାଳିକା । ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ବହଲଦାପୁଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଥିବା ସୂଚନା ମିଳିଛି। ତେବେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବହଳଦା ଥାନା ଅଞ୍ଚଳରେ ଏହି ନାବାଳିକା ଜଣଙ୍କ ଏକ ଇଟାଭାଟିରେ କାମ କରୁଥିଲାବେଳେ, ଗତ ବୁଧବାର ମଧ୍ୟ ନାବାଳିକା ଜଣଙ୍କ ଉକ୍ତ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ତେବେ ଝିଅଟିକୁ ଏକୁଟିଆ ପାଇ ଏହି ଚାରି ଜଣ ଅଭିଯୁକ୍ତ ତାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ। ଏପରିକି ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ଏ ସମ୍ପର୍କରେ କାହାକୁ କିଛି ନ କହିବାକୁ ଅଭିଯୁକ୍ତ ମାନେ ନାବାଳିକା ଙ୍କୁ ଧମକ ମଧ୍ୟ ଦେଇଥିଲେ। କିନ୍ତୁ ଝିଅଟି ଗତକାଲି ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଜଣାଇବାପରେ ପରିବାର ଲୋକେ ଏନେଇ ବହଳଦା ଥାନାରେ ଲିଖିତ ଏତଲା ଦେଇଥିଲେ। ଏତଲା ପାଇବା ପରେ ପୁଲିସ ଆଜି ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି।
#Crime #Mayurbhanj #NNSODIA