ରାଜ୍ୟରେ ଗ୍ରାମୀଣ ଭିତ୍ତିଭୂମି ମଜବୁତ କରିବା ପ୍ରସଙ୍ଗରେ ନାବାର୍ଡର ଚେୟାରମ୍ୟାନ୍ ଡ ଚିନ୍ତାଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାରେ ଦାରିଦ୍ର୍ୟ ହ୍ରାସ ତଥା ଗ୍ରାମାଞ୍ଚଳରେ ଦ୍ରୁତ ଭିତ୍ତିଭୂମିର ବିକାଶ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ ବ୍ୟାପକ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ରାଜ୍ୟରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସିଏମ୍ ନାବାର୍ଡରୁ RIDF ଏବଂ LTIF ମାଧ୍ୟମରେ ବିପର୍ଯ୍ୟୟ ସ୍ଥିର ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ପାଇଁ କମ୍ ମୂଲ୍ୟର କ୍ରେଡିଟ୍ ସହାୟତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଯୋଜନାରେ ସଡକ, ବ୍ରିଜ୍ ଏବଂ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଭଳି ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରକଳ୍ପ ଭିତ୍ତିକ ଆର୍ଥିକ ବ୍ୟୟ ବୃଦ୍ଧି କରାଯାଇ ପାରିବ ବୋଲି ଆଶା କରାଯାଇଛି । ଏଥି ସହିତ କୃଷି ଏବଂ ଅଣ କୃଷି କ୍ଷେତ୍ରରେ ଭିତ୍ତିଭୂମି ତଥା ବିଭିନ୍ନ ଜୀବିକା କାର୍ଯ୍ୟକ୍ରମକୁ ମଜବୁତ କରିବା ପାଇଁ ରାଜ୍ୟର ପଦକ୍ଷେପକୁ ଅଧ୍ୟକ୍ଷ ଡକ୍ଟର ଚିଣ୍ଟାଲା ପ୍ରଶଂସା କରିଛନ୍ତି। ଏହି ଆଲୋଚନା ରେ ସିଏମ୍ (5T) ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଏବଂ ନାବାର୍ଡର ଅଧିକାରୀମାନେ ଉପସ୍ଥିତ ଥିଲେ।
#CMO #NABARD #NNSODIA