କଳାହାଣ୍ଡିରେ ପର୍ଯ୍ୟାୟ କ୍ରମେ ପାଳନ ହୁଏ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ପ୍ରଥମ ପର୍ଯ୍ୟାୟରେ ସପ୍ତପୁରୀ ଅମାବାସ୍ୟା ପର ଦିନ ଜିଲ୍ଲାର କେସିଙ୍ଗା ବ୍ଲକର ପଥର୍ଲା, ବାହାଦୂର ପଦର, ପଲସାପଡା ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ବ ଲୋକେ ନୂଆ ଖାଇଥାନ୍ତି । ପରେ ପରେ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଁଖାଇ ପର୍ବ ପାଳନ ହୁଏ । କଳାହାଣ୍ଡି ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିଙ୍କେଶ୍ୱରୀ ଙ୍କ ଠାରେ ଲାଗିହୋଇଛି ନବାନ୍ନ । ଫଳରେ କଳାହାଣ୍ଡି ଜିଲ୍ଲା ର ଗଡଜାତ ଅଞ୍ଚଳ ଲାଞ୍ଜିଗଡ,ଜୟପାଟଣା, ଭବାନୀପାଟଣା, ମଦନପୁର- ରାମପୁର ଓ ମାଁ ଙ୍କ ମୂଳ ପୀଠ ଥୁଆମୂଳ ରାମପୁର ରେ ପାଳିତ ହୋଇଛି ଗଣପର୍ବ ନୂଆଁଖାଇ । ପୁର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାଇ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୮ଘଣ୍ଟା ରୁ ୯ ଘଣ୍ଟା ମଧ୍ୟରେ ବିଧି ବିଧାନ ଅନୁଯାୟୀ ମାଁ ଙ୍କ ନିକଟରେ ନବାନ୍ନ ଲାଗିପରେ ସକାଳ ୯ ଟାରେ ସର୍ବସାଧାରଣ ଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲା ହୋଇଥିଲା । ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଲିଥିଲା । କୋଭିଡ କଟକଣାକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରସାଶନ ପକ୍ଷରୁ ମନ୍ଦିର ରେ ବ୍ୟାରିକେଡ଼ ର ବ୍ୟବସ୍ତା କରାଯାଇଥିବା ବେଳେ, ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ମନ୍ଦିର ରୁ ଭୋଗ ନେଇ ଘରେ ଘରେ ନିଜ ପରିବାର ଙ୍କ ଗହଣରେ ନୂଆଁଖାଇ ପାଳିଥିଲେ ସମଗ୍ର ଗଡଜାତ ଅଞ୍ଚଳବାସୀ। କ୍ଷୀରି, ପୁରି ପିଠାପଣା ରେ ମହକି ଉଠିଛି ଗାଁଠୁ ସହର । ଜୁହାର ଭେଟ ସହ ନାଚଗୀତ ରେ ମସଗୁଲ ହୋଇଛନ୍ତି ଗଡଜାତ ଅଞ୍ଚଳବାସୀ । ଏହା ସହ କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇ ରେ ଦେଖିବାକୁ ମିଳିଛି ଭାଇଚାର ର ନିଛକ ଉଦାହରଣ, ଯଦିଓ ଶିଖ ସମ୍ପ୍ରଦାୟର ରେ ନୂଆଁଖାଇ ପର୍ବ ପାଳନ ହେଉ ନଥିବା ବେଳେ, ଏଠି କିଛି ଶିଖ ସମ୍ପ୍ରଦାୟର ପରିବାର ସାମିଲ ହୋଇଛନ୍ତି ନୂଆଁଖାଇ ପର୍ବରେ ।
#kalahandi #nuakhai #NNSODIA