କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟାର ସ୍ଥିତି ଓ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଜିଲ୍ଲାପାଳ କହିବା ଅନୁଯାୟୀ ଜିଲ୍ଲାରେ କମ୍ ରୁ ମଧ୍ୟମଧରଣ ର ବନ୍ୟା ଆସିବାର ସୂଚନା ରହିଛି । ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ହାଇଫ୍ଲଡ ପାଇଁ ପ୍ରସ୍ତୁତି ଜାରି ରହିଛି । ବିଶେକରି ବ୍ରାହ୍ମଣୀ ବୈତରଣୀ ଓ ମହାନଦୀ ଓ ଏହାର ଶାଖାନଦୀରେ ବନ୍ୟାର ସମ୍ଭାବନା ରହିଛି । ତେଣୁ ପୂର୍ବ ପ୍ରସ୍ତୁତି ମୁତାବକ ଜିଲ୍ଲାରେ ଦୁଇଟି ଓଡ୍ରାଫ ଟିମ ମୁତୟନ ହୋଇଛନ୍ତି । । ସାରା ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ତଥା ଚୁଡା ଗୁଡ ମହଜୁଦ ରହିଛି । ଏପରି ଜିଲ୍ଲାର ୩ଟି ସ୍ଥାନରେ ରାସ୍ତା ବିଛିନ୍ନ ହୋଇ ରହିଛି । ତେଣୁ ବନ୍ୟା ପୂର୍ବରୁ ସେଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ଜିଲ୍ଲାରେ ସମସ୍ତପ୍ରକାର ବନ୍ୟାଜନିତ ସମସ୍ୟାକୁ ମୁକାବିଲା କରିବାକୁ ପ୍ରଶାସନ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି ।
#kendrapara #NNSODIA