ଚିଲିକା ମଧ୍ୟରେ ଥିବା ବେଆଇନ ପୋଖରୀ ଉଛେଦ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲ ଅଧିନସ୍ଥ ମଙ୍ଗଳାଯୋଡି , ସୁନ୍ଦରପୁର , ବାଲିପାଟପୁର , ଭୁଷଣ୍ଡପୁର ଗ୍ରାମ ଚିଲିକା କୂଳରେ ପ୍ରଶାସନ ପକ୍ଷରୁ ବେଆଇନ ମାଛ ପୋଖରୀ ଉଛେଦ କରାଯାଉଛି । ଚିଲିକା ମଧ୍ୟରେ ଥିବା ଶହ-ଶହ ଏକର ସରକାରୀ ଜାଗା କୁ ଆଖପାଖ ଅଞ୍ଚଳର କେତେକ ମୁଷ୍ଟିମେୟ ବ୍ୟକ୍ତି ଜୋର ଜବରଦସ୍ତ ବେଆଇନ ଭାବେ ଦଖଲ କରି ସେଥିରେ ପୋଖରୀ ନିର୍ମାଣ କରିଥିଲେ । ସେହି ପୋଖରୀ ଲକ୍ଷ ଲକ୍ଷ ଟଙ୍କା ରେ ବନ୍ଧକ ଦେଉଥିଲେ । ବନ୍ଧକ ନେଉଥିବା ଲୋକମାନେ ସେଥିରେ ( ଚିଲିକା ପାଣିରେ ) ବିଭିନ୍ନ ରସାୟନିକ ଔଷଧ ବ୍ୟବହାର କରି ମାଛ ଚାଷ କରୁଥିଲେ । ସେହି ମାଛ ସବୁ ବିଭିନ୍ନ ରାଜ୍ୟ ( କଲିକତା ଓ ଅନ୍ୟାନ୍ୟ ) କୁ ବିକ୍ରୟ ପାଇଁ ପଠାଉଥିବା ଜଣାପଡିଛି । ଏହି ମାଛ ଚାଷ ର ବ୍ୟବହୃତ ଔଷଧ ଚିଲିକା ପାଣିରେ ମିଶିଯିବା ଦ୍ୱାରା ଚିଲିକା ପାଣି ବିଷ ହେଉଛି । ଚିଲିକା ର ବିବିଦ୍ଧତ ନଷ୍ଟ ହେଉଛି , ଚିଲିକା କୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି CDA ପକ୍ଷରୁ କୁହାଯାଇଛି । ଏଥିରେ ଉଦବେଗ ପ୍ରକାଶ ପରେ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ରେ ଟାଙ୍ଗୀ ତହସିଲଦାର ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗ ରେ ଚିଲିକା ରୁ ବେଆଇନ ପୋଖରୀ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଟାଙ୍ଗୀ ତହସିଲଦାର , ଅତିରିକ୍ତ ତହସିଲଦାର , ଉପ-ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ଟାଙ୍ଗୀ ଥାନା ନିରୀକ୍ଷକ ଓ ୩ ସେକସନ୍ ପୋଲିସ ଫୋର୍ସ ସହଯୋଗ ରେ JCB ଏବଂ କିଛି ମଜୁରିଆ ଙ୍କୁ ନେଇ ଉଛେଦ ପ୍ରକ୍ରିୟା ଚାଲିଛି ।
#Chilika #FishFarming #NNSODIA