ଲଗାଣ ବର୍ଷା ନେଲା ଆଉ ଏକ ଜୀବନ । ପୂର୍ବରୁ ମଧ୍ୟ ଲଗାଣବର୍ଷାରେ ଜିଲ୍ଲାର କ୍ଷୟକ୍ଷତିର ରିପୋର୍ଟ ପ୍ରକାଶ କରିବାକୁ ଯାଇ କେନ୍ଦ୍ରାପଡା ଜିଲ୍ଲାରେ ଦୁଇଜଣଙ୍କର କାନ୍ଥପଡି ମୃତ୍ୟୁ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାପାଳ ସୂଚନା ଦେଇଥିଲେ । ଆଉ ଏବେ ପୁଣିଥରେ ସାମ୍ନାକୁ ଆସିଛି ଏପରି ଦୁଃଖଦ ଘଟଣା । କାନ୍ଥ ପଡ଼ି କେନ୍ଦ୍ରାପଡା ବ୍ଲକ କୋରୋ ଗ୍ରାମର ସ୍ୱର୍ଗତଃ ଜଗବନ୍ଧୁ ନାୟକଙ୍କ ପତ୍ନି କମଳା ବେୱାଙ୍କର ମୃତ୍ୟୁ ଘଟିଛି । ଘରେ ଠାକୁର ପୂଜା ସାରି କମଳା ଅପରାହ୍ନ ତିନିଟା ସମୟରେ ଖାଇ ବସିବା ସମୟରେ ତାଙ୍କ ଉପରେ ଅନେକ ଦିନଧରି ବର୍ଷା ପାଣିରେ ଭିଜି ରାଝିଥିବା କାନ୍ଥ ତାଙ୍କ ଉପରେ ଭୁଷୁଡି ପଡିଥିଲା । ଫଳରେ କାନ୍ଥ ତଳେ ଚାପି ହୋଇଯାଇଥିଲେ କମଳା । ସ୍ଥାନୀୟ ଲୋକମାନେ ଭଙ୍ଗା କାନ୍ଥ ତଳୁ ମୃତ କମଳାଙ୍କୁ ଉଦ୍ଧାର କରିଛନ୍ତି । କମଳାଙ୍କ ମୃତ୍ୟୁରେ ଘରେ କାନ୍ଦବୋବାଳି ଲାଗି ରହିଛି । କମଳାଙ୍କ ମୃତ୍ୟୁ ପରେ , ଜିଲ୍ଲାରେ ଲଘୁଚାପ ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧିପାଇଛି । ଏପରି ପରିସ୍ଥିତିରେ ତୁରନ୍ତ କୌଣସି ପଦକ୍ଷେପ ନିଆ ନଗଲେ ଆଗକୁ ମଧ୍ୟ ଏପରି ମାଟି ଚାଳ ଘରେ ରହୁଥିବା ଗରିବା ଲୋକଙ୍କର ଜୀବନ ଯିବାର ସମ୍ଭାବନା ରହିଛି ।
#kendrapara #heavyrain #NNSODIA