ନିମ୍ନ ମାନର କାମ ଯୋଗୁ ଧସିଲା ବଛାଳ ଦେବୀନଦୀ ବନ୍ଧ । ବିପଦରେ ନାଉଗାଁ ର ୮ଟି ପଞ୍ଚାୟତ । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବଛାଳ ଗ୍ରାମ ଠାରୁ ସିଖର ଘାଟ ପର୍ଯ୍ୟନ୍ତ ଦେବୀନଦୀର ବନ୍ଧ ସଂପ୍ରସାଣ ନିମନ୍ତେ ଗତ ବର୍ଷ ରାଜ୍ୟ ସରକାର କୋଟି କୋଟି ଟଙ୍କା ବିନିଯୋଗ କରିଥିଲେ । ସରକାରଙ୍କ ନିୟମ ଅନୁସାରେ ବନ୍ଧ ସଂପ୍ରସାଣ ସମୟରେ ଠିକାଦାର ବାହାରୁ ମାଟି ଆଣୀ ବନ୍ଧର ଦୁଇ କଡରେ ପକାଇବା କଥା । କିନ୍ତୁ ଠିକାଦାର ବିଭାଗୀୟ ଯନ୍ତ୍ରୀ ଙ୍କୁ ହାତ କରି ବନ୍ଧର ମୂଳରୁ ଜେସିବି ସାହାଯ୍ୟରେ ମାଟି ତାଡି ବନ୍ଧଉପରେ ପକାଇ କାମ ତୁଲାଇ ଦେଇଛନ୍ତି । କିନ୍ତୁ ଠିକାଦାରଙ୍କର ଏପରି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ବଛୋଳ ଗ୍ରାମ ପାଖରୁ ଦେବୀନଦୀ ବନ୍ଧ ଧସିଯାଇଥିବା ଦେଖାଯାଇଛି । ଏପଟେ ଚଳିତ ବର୍ଷ ଯଦି ଦେବୀ ନଦୀରେ ବନ୍ଯା ଆସେ ତାହାଲେ ଏହିଯାଗାରେ ଘାଇ ସୃଷ୍ଟି ହେଇ ନାଉଗାଁ ବ୍ଳକ ର ବଛୋଳ, ସିଖର, ନାଉଗାଁ,ଡେରିକି, ଓଷକଣା, ତିରୁଣା, ଜାମୁଗାଁ, ଘୋଡାଶଂ ଆଦି ୮ଟି ପଞ୍ଚାୟତ ତ ବାହ୍ୟଜଗତରୁ ବିଛିନ୍ନ ହେଇଯିବାର ସମ୍ଭାବନା ଦେଖାଦେଇଛି ।ଏଣୁ ତୁରନ୍ତ ଦେବୀନଦୀରେ ବନ୍ୟା ଆସିବା ପୂର୍ବରୁ ବ୍ଳକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବଛୋଳ ଗ୍ରାମବାସୀ ଦାବି କରିଛନ୍ତି ।
#JAGATSINGHPUR #DebinadiDam #NNSODIA